ଆଧାର କାର୍ଡରେ ବିନା କୌଣସି ଡକ୍ୟୁମେଣ୍ଟ ଦ୍ୱାରା ଅପଡେଟ୍‌ କରିପାରିବେ ଏହି ୬ଟି ତୃଟି

ଆଧାର କାର୍ଡର ମହତ୍ତ୍ୱ ଦିନକୁ ଦିନ ବଢ଼ିବାରେ ଲାଗିଛି। କୌଣସି ବି ସରକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାରର ଆବଶ୍ୟକତା ପଡିଥାଏ। ଏଥିପାଇଁ ଆଧାର କାର୍ଡରେ ସଠିକ ବିବରଣୀ ରହିବା ନିହାତି ଆବଶ୍ୟକ। ଅନେକ ଥର ଭୁଲ ବଶତଃ ଆଧାରରେ ତୃଟି ରହିଯାଇଥାଏ।

ଆଜି ଆମେ ଆପଣଙ୍କୁ ଜଣାଇବାକୁ ଚାହୁଁଛୁ ଆଧାର ସହ ଜଡିତ ସେହି ସୂଚନା ଯେଉଁଥିରେ ଆପଣ ବିନା କୌଣସି କାଗଜପତ୍ରରେ ଆଧାର ସହ ଜଡିତ ଅପଡେଟ୍‌ କରିପାରିବେ। ଏହି ଲିଷ୍ଟରେ ନାମ, ଫୋନ ନମ୍ବର, ଇମେଲ ଆଇଡି, ଫଟୋ, ଫିଙ୍ଗର ପ୍ରିଣ୍ଟ ଏବଂ ସ୍କ୍ରିନିଂ ସାମିଲ ରହିଛି।

ଏହାସହ ପଢନ୍ତୁ : LIC କିମ୍ବା ଅନ୍ୟ ବିମା ପଲିସିରେ କେମିତି ଏବଂ କେତେ ଦିନ ଭିିତରେ କରିପାରିବେ କ୍ଲେମ ଜାଣନ୍ତୁ

ଆଧାରରେ ଠିକଣା ବ୍ୟତୀତ ଅନ୍ୟ କୌଣସି ବି ବିବରଣୀକୁ ଅପଡେଟ୍‌ କରିବା ପାଇଁ ଆଧାର ସେଣ୍ଟରକୁ ଯିବାକୁ ପଡିଥାଏ। ଯଦି ଆପଣ ନୂଆ ଆଧାର କାର୍ଡ ବନାଇବାକୁ ଚାହୁଁଛନ୍ତି ତେବେ ଡିଟେଲସକୁ ଅପଡେଟ କରିବାକୁ ପଡିଥାଏ, ଏବେ ଏହି ଅପଡେଟ କରିବା ପାଇଁ ଅନଲାଇନ୍‌ ଆପୋଏଣ୍ଟମେଣ୍ଟ ନିଆଯିବ।

UIDAI ନିଜ ଦ୍ୱାରା ସଞ୍ଚାଳିତ କରାଯାଉଥିବା ଆଧାର ସେବା କେନ୍ଦ୍ରରେ ପାସପୋର୍ଟ ସେବା କେନ୍ଦ୍ର ଦ୍ୱାରା ଅନଲାଇନ୍‌ ଆପୋଏଣ୍ଟମେଣ୍ଟ ବୁକିଂ ସୁବିଧା ଆରମ୍ଭ କରିଦିଆଯାଇଛି। ଏହା ବିଷୟରେ UIDAI ଟ୍ଵିଟ ଜରିଆରେ ସୂଚନା ଦେଇଛନ୍ତି।