ଏଥର ଘରେ ବସି କରିପାରିବେ ଅଫିସ କାମ, ୱାର୍କ ଫ୍ରର୍ମ ହୋମ ଉପରେ ପ୍ରସ୍ତୁତ ହେଉଛି ନୂଆ ଆଇନ

କରୋନା ଭାଇରସ ମହାମାରୀ ଯୋଗୁଁ କର୍ମ କ୍ଷେତ୍ରରେ ଅନେକ ପରିବର୍ତ୍ତନ ଆସିଛି। କାର୍ଯ୍ୟାଳୟରେ ଭୂତାଣୁ ସଂକ୍ରମଣ ରୋକିବା ଲାଗି କର୍ମଚାରୀଙ୍କୁ ‘ୱାର୍କ ଫ୍ରମ ହୋମ’ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଦପ୍ତରରେ କର୍ମଚାରୀଙ୍କ ସଂଖ୍ୟା ହ୍ରାସ ହୋଇଥିବା ବେଳେ ସଂକ୍ରମଣର ପ୍ରାଦୁର୍ଭାବ ମଧ୍ୟ ହ୍ରାସ ହୋଇଛି। ଏଣୁ କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ପରିବର୍ତ୍ତିତ ପରିସ୍ଥିତିରେ ପ୍ରଚଳିତ ଶ୍ରମ ଆଇନରେ ସଂଶୋଧନ ଲାଗି ବିଚାର କରୁଥିବା ଜଣାପଡିଛି।

ଆଇନର ଏହି ସଂଶୋଧନ ଏବେ ଚିଠା ପ୍ରସ୍ତାବରେ ରହିଛି। ଯାହାର ଏକ ଡ୍ରାଫ୍ଟ ମନ୍ତ୍ରାଳୟ ନୂଆବର୍ଷରେ ଜାରି କରିଥିବା ଜଣାପଡିଛି। ସରକାରଙ୍କ ଡ୍ରାଫ୍ଟରେ ଲୋକଙ୍କ ପରାମର୍ଶ ମଗାଯାଇଥିବା ବେଳେ ଏଥିରେ କେବଳ ମାଇନିଂ, ମେନୁଫେକ୍ଚରିଂ ଓ ସର୍ଭିସ୍ ସେକ୍ଟରର କର୍ମଚାରୀଙ୍କ ଲାଗି ୱାର୍କଫ୍ରମ ହୋମ ଲାଗି ବ୍ୟବସ୍ଥା ରହିଛି।

labour ministry

କେନ୍ଦ୍ର ଶ୍ରମ ମନ୍ତ୍ରାଳୟ ଯେଉଁ ଚିଠାପ୍ରସ୍ତାବ ପ୍ରସ୍ତୁତ କରିଛନ୍ତି ଏଥିରେ ସୂଚନା ଓ ପ୍ରାଦ୍ୟୋଗିକ (ଆଇଟି) କ୍ଷେତ୍ରଙ୍କୁ ବିଶେଷ ଲାଭ ମିଳିବ ବୋଲି ଆକଳନ କରାଯାଉଛି। ଏହି ନିୟମରେ ଆଇଟି କର୍ମଚାରୀଙ୍କୁ ୱାର୍କିଂ ଆୱାରରେ ରିହାତି ମିଳିପାରେ। ସର୍ଭିସ ସେକ୍ଟରର ଆବଶ୍ୟକତାକୁ ଦୃଷ୍ଟିରେ ରଖି ପ୍ରଥମ ଥର ଶ୍ରମର ଏକ ଭିନ୍ନ ମଡେଲ ପ୍ରସ୍ତୁତ କରିଥିବାର କୁହାଯାଇଛି। ତେବେ ସରକାରଙ୍କ ସଂଶୋଧିତ ଆଇନ ହୁଏତ ଦେଶରେ ଏପ୍ରିଲମାସରେ ଲାଗୁ ହୋଇପାରେ। ଯାହା ପରେ କର୍ମଚାରୀଙ୍କୁ ଅଫିସର କାମ ଘରୁ କରିବାର ବିକଳ୍ପ ମିଳିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.