ବିଶ୍ବ ଇମୋଜି ଦିବସ : ଲଞ୍ଚ ହେଲା ୭୦ଟି ନୂଆ ଇମୋଜି

ନୂଆଦିଲ୍ଲୀ : ବର୍ତ୍ତମାନର ଡ଼ିଜିଟାଲ ଦୁନିଆରେ ନିଜ ଭାବ ବ୍ୟକ୍ତ କରିବାର ଏକ ମାଧ୍ୟମ ପାଲଟିଛି ଇମୋଜି। ଅଜଣାତରେ ଇମୋଜି ଆମ ଜୀବନରେ ଏକ ଖାସ ସ୍ଥାନ ନେଇଛି। ଧିରେ ଧିରେ ଆମ ଜୀବନରେ ଏକ ବିଶେଷ ଅଂଶ ପାଲଟିଛି ଏହା। ତାହା ବିନା ଜୀବନ ସ୍ବାଦହୀନ ତଥା ଅଯଥା ଲାଗିବ। କହିବାକୁ ଗଲେ ଶବ୍ଦକୁ କମ କରି ତାହକୁ ଭାବନାର ରୁପ ଦେଇଛି ଇମୋଜି। ଏହା କେବଳ ଆଇକନ୍ ନୁହଁ ଯାହାକୁ ଅମେ ବ୍ୟବହାର କରୁଛି ବରଂ ଏହା ଡ଼ିଜିଟାଲ ଦୁନିଆର ଭାଷା। କହିବାକୁ ଗଲେ ଚାଟ ଏବଂ ମେସେଜର ଦୁନିଆରେ ରଙ୍ଗ ଭର୍ତ୍ତି କରିଛି ଇମୋଜି।

emojis

ଆଜି ବିଶ୍ବ ଇମୋଜି ଦିବସ ଅବସରରେ ଆପଲ ତରଫରୁ ୭୦ଟି ନୂଆ ଇମୋଜି ଆଇକନ୍ ଲଞ୍ଚ କରାଯାଇଛି। ଏହା ଛଡ଼ା ଫେସବୁକ୍ ଏବଂ ଟ୍ବିଟର ତରଫରୁ ଇମୋଜି ବ୍ୟବହାର କରୁଥିବା ବ୍ୟକ୍ତିଙ୍କର ଷ୍ଟାଟିଷ୍ଟିକ୍ ଏବଂ ଇଫୋଗ୍ରାଫିକ୍ ପ୍ରସ୍ତୁତ କରିଛି। ଏଥିରୁ ଜଣାପଡ଼ିଛି ପ୍ରତିଦିନ ମୋଟ ଉପରେ ୭୦୦ମିଲିୟନ ଲୋକ ଇମୋଜି ବ୍ୟବହାର କରିଥାନ୍ତି। ଫେସବୁକରେ ସମୁଦାୟ ୨,୮୦୦ ପ୍ରକାରର ଇମୋଜି ଉପଲବ୍ଧ ରହିଛି। ଖାଲି ଫେସବୁକ୍ ନୁହଁ ବରଂ ଟ୍ବିଟର ମଧ୍ୟ ଆଜି ଷ୍ଟାଟିଷ୍ଟିକ୍ ବହାର କରିଛି କମ୍ପାନୀ।

ଏହି ଅବସରରେ ଆପଲ୍ କମ୍ପାନୀ ଆଜିର ବିଶ୍ବ ଇମୋଜି ଅବସରରେ ୭୦ଟି ଇମୋଜି ଲଞ୍ଚ କରିଛି। ଏହାକୁ ଆପଲ ଓ୍ବାଚ୍ , ଆଇପାଡ଼୍, ଆଇଫୋନ୍, ମ୍ୟାକ୍ ଆଦିରେ ଲଞ୍ଚ କରାଯାଇଛି।

Leave A Reply

Your email address will not be published.