ବେଷ୍ଟ ଫିଚର୍ ସହ ଲଞ୍ଚ ହେଲା ଦୁନିଆର ପ୍ରଥମ ସୋଲାର ଇଲେକ୍ଟ୍ରିକ୍‌ କାର, ଫୁଲ୍‌ ଚାର୍ଜ ହେଲେ ଚାଲିବ ୭୦୦ କି.ମି

ନେଦରଲାଣ୍ଡର କମ୍ପାନି ଦୁନିଆର ସର୍ବପ୍ରଥମେ ସୋଲାର ଇଲେକ୍ଟ୍ରୋନିକ କାର ଲଞ୍ଚ କରିଛି। ଯାହାର ନାମ ରଖିଛି Lightyear 0 । ହୁଏତ ଏହା ଶୁଣି କୌଣସି ଗ୍ରହର ନାମ ପରି ଲାଗୁଥିବ। କିନ୍ତୁ ଏହା ହେଉଛି ଗାଡ଼ିର ନାମ। ଏହି କାର ସିଙ୍ଗଲ ଚାର୍ଜରେ ୭୦୦ କି.ମି. ଯାଇ ପାରିବ। ଗୋଟିଏ ପଟରେ ଇଲେକ୍ଟ୍ରିକ୍‌ କାର ତିଆରି କରିବା ପାଇଁ ସବୁ କମ୍ପାନି ମାନଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦିତା ଚାଲିଥିବା ବେଳେ, କିଛି କମ୍ପାନି ସୌର ଶକ୍ତିରେ ଚାଲି ପାରୁଥିବା ଗାଡ଼ି ତିଆରି କରିବାରେ ଜୋର ସୋରରେ ଲାଗିଛନ୍ତି।

କିନ୍ତୁ ଏ ପର୍ଯ୍ୟନ୍ତ ସୋଲାର ଗାଡ଼ି ବିକ୍ରି ପାଇଁ ଉପଲବ୍ଧ ହୋଇନାହିଁ। ତେବେ ନେଦରଲାଣ୍ଡର କମ୍ପାନି Lightyear 0 ନାମକ ସୋଲାର ଗାଡ଼ି ଲଞ୍ଚ କରିଛନ୍ତି। ଏହି ଗାଡ଼ି ସୋଲାର ଇଲେକ୍ଟ୍ରିକ୍‌ ହୋଇଥିବାରୁ ଏହା ସମସ୍ତଙ୍କ ପାଇଁ ଲାଭଦାୟକ ହେବ। ଏହି ଗାଡ଼ି ସିଙ୍ଗଲ ଚାର୍ଜରେ ୭୦୦ କିଲୋମିଟର୍ ପର୍ଯ୍ୟନ୍ତ ଯାଇପାରିବ ବୋଲି କମ୍ପାନୀ କହିଛି।

ତେବେ ଏହାର ଦାମ୍ ବିଷୟରେ କହିବାକୁ ଗଲେ ବର୍ତ୍ତମାନ ଏହି ଗାଡ଼ିକୁ ୟୁଏଇ ବଜାରରେ ପ୍ରବେଶ କରାଯାଇଛି। କମ୍ପାନି ନିଜର ଅଫିସିଆଲ ୱେବସାଇଟରେ ଏହାର ଦାମ୍‌ ୨,୫୦,୦୦୦ ୟୁରୋ ଅର୍ଥାତ୍ ପାଖାପାଖି ୨ କୋଟି ଟଙ୍କା ରଖିଛି। ସଂଯୁକ୍ତ ଆରବ ଏମିରେଟ୍‌ର କିଣିବା ପାଇଁ ଇଛୁକ ପାର୍ଥୀ କମ୍ପାନି ଅଫିସିଆଲ ୱେବସାଇଟ୍‌ରେ ଅର୍ଡର କରିପାରିବେ। ଏହି ଗାଡ଼ି ସବୁ ଗ୍ରାହକଙ୍କ ପାଇଁ ୨୦୨୩ ରେ ଉପଲବ୍ଧ ହେବ।

ଏହି ଗାଡ଼ି ଟେସ୍‌ଲା ମଡେଲ୍‌ ଏ(Tesla Model S) ଗାଡ଼ି ତୁଳନାରେ ଦୁଇଗୁଣା ଏଫିସିଏଣ୍ଟ। ଏହି ଗାଡ଼ି ଗରମ ଋତୁରେ ବିନା ଚାର୍ଜରେ ଚାଲିପାରିବ। ଏହାର ଟପ୍‌ ସ୍ପିଡ୍‌ ୧୬୦ କି. ମି. ପ୍ରତି ଘ ଣ୍ଟା ଏବଂ ୧୦ ସେକେଣ୍ଡରେ ୧୦୦ କି.ମି. ପ୍ରତି ଘଣ୍ଟା ବେଗ ଧରି ପାରିବ। ଏହି ଗାଡ଼ିରେ 60 KW ର ବ୍ୟାଟେରୀ ପ୍ୟାକ୍‌ ଦିଆଯାଇଥିବା ବେଳେ ,କାର 174hp ର ପାଓ୍ଵାର ଜେନେରେଟ୍‌ କରିପାରିବ। ସିଙ୍ଗଲଚାର୍ଜରେ ବ୍ୟଟେରୀ ଠାରୁ ୬୨୫ କି.ମି.ରେଞ୍ଜ୍‌ ମିଳିଥାଏ ଏବଂ ସୋଲାର ପାଓ୍ଵାର ମାଧ୍ୟମରେ ୭୦ କି.ମି.ର ଅଧିକା ରେଞ୍ଜ୍‌ ମିଳିଥାଏ। ଏହି ପରି ଗାଡ଼ିର ସର୍ବୋମୋଟ ରେଞ୍ଜ୍‌ ୬୯୫ କି.ମି. ଅଛି। କାରରେ ୫ ବର୍ଗ ମିଟରର ସୋଲାର ପ୍ୟାନେଲ ଲଗାଯାଇଛି। ତେବେ ଆପଣ ଇଛା କଲେ ଏହି ଗାଡି କିଣି ପାରିବେ କାରଣ ଏଥିରେ ଆକର୍ଷଣୀୟ ଫିଚର ରହିଛି।