ଲଞ୍ଚ ହେବ ଦୁନିଆର ପ୍ରଥମ ସିଏନଜି ବାଇକ, ବଜାଜ୍‌ ଆଣୁଛି ଗେମଚେଞ୍ଜର ମଟରସାଇକେଲ୍‌

ବଜାଜ ଅଟୋ ଦୁନିଆର ପ୍ରଥମ ସିଏନଜି ବାଇକ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି ବାଇକ୍ ବିଷୟରେ ସବୁଠାରୁ ଖାସ୍‌ କଥା ହେଉଛି ଏହାର ଦାମ୍‌ ଅନୁଯାୟୀ ଏହା ଭଲ ମାଇଲେଜ୍ ଦେଇପାରେ । ଏହି ସିଏନଜି ବାଇକର ସମସ୍ତ ଡିଟେଲ୍ସ ମୋଟରସାଇକେଲ୍ ଲଞ୍ଚ କରିବା ସମୟରେ ଦିଆଯିବ । ୫ ଜୁଲାଇରେ ବଜାଜ୍‌ ର ଏହି ନୂଆ ବାଇକ୍ ଲଞ୍ଚ ହେବ ବୋଲି ଆଶା କରାଯାଉଛି ।

ବଜାଜ୍‌ ର ଏହି CNG ବାଇକରେ ଏକ ୧୨୫ ସିସି ଇଞ୍ଜିନ୍ ମିଳିବ । ଏହି ବାଇକରେ ସିଏନଜି ଟ୍ୟାଙ୍କକୁ ରାଇଡରଙ୍କ ସିଟ୍ ତଳେ ଲଗାଯିବ କିମ୍ବା ଏହାର ବାଇକ୍ ଷ୍ଟ୍ରକଚର ସହିତ ଏହାର ଇଞ୍ଜିନ ଯୋଡ଼ାଯିବ । ଏହା ବ୍ୟତୀତ ବାଇକର ଇଞ୍ଜିନରେ ପହଞ୍ଚିବା ପାଇଁ ଆପଣଙ୍କୁ ବାଇକର ସିଟ୍ ହଟାଇବାକୁ ପଡିପାରେ । ବଜାଜ ଏହି ବାଇକରେ ପେଟ୍ରୋଲ ଟ୍ୟାଙ୍କର ପଜିସନ୍‌ ଚେଞ୍ଜ କରିବ ନାହିଁ । ତେବେ ଏହି ବାଇକରେ ଥିବା ପେଟ୍ରୋଲ ଟାଙ୍କି ସାମାନ୍ୟ ଛୋଟ ହୋଇପାରେ ।

ଏହି ୧୨୫ ସିସି ଇଞ୍ଜିନ୍ ବାଇକରୁ ପେଟ୍ରୋଲକୁ CNGରେ ସ୍ୱିଚ୍‌ କରାଯାଇପାରିବ । କିନ୍ତୁ ଏହି ବାଇକ୍ କେବଳ ପେଟ୍ରୋଲରୁ ହିଁ ଷ୍ଟାର୍ଟ ହେବ । ଏହି ବାଇକ୍ ର ଅଧିକାଂଶ ଡିଟେଲ୍ସ ସିକ୍ରେଟ୍‌ ରଖାଯାଇଛି ।

ପ୍ରାଇସ୍‌ ପଏଣ୍ଟରୁ ବଜାଜ ଏହି ବାଇକର ଭିନ୍ନ ଭିନ୍ନ ଭାରିଆଣ୍ଟ ଆଣିପାରେ । ଏହି ବାଇକ୍ ମୋଟରସାଇକେଲ୍ ସେଗମେଣ୍ଟରେ ଏକ ଗେମଚେଞ୍ଜର ହୋଇପାରେ । ଯେତେବେଳେ ଏହି ବାଇକ୍ ଲଞ୍ଚ ହେବ ସେତେବେଳେ ବାଇକ୍ ର ସମସ୍ତ ଡିଟେଲ୍ସ ଜଣାପଡିବ ।

You might also like