ବ୍ୟବସାୟ ଓ ଅର୍ଥନୀତି

ଗୋଟେ ଘଣ୍ଟାରେ ୧୦୦ କିଲୋମିଟର ସ୍ପିଡରେ ଚାଲେ ଜୋ ବାଇଡେନଙ୍କ କାର ‘The Beast’, ଜାଣନ୍ତୁ ଫିଚର୍ସ ଓ ଦାମ୍‌

ଆଜି ଓ ଆସନ୍ତାକାଲି ଜି-୨୦ ସମ୍ମିଳନୀ ହେବାକୁ ଯାଉଛି । ଏହି ସମୟରେ ସାରା ଦେଶ ବିଦେଶର ଅନେକ ପ୍ରତିନିଧି ଏହି ପ୍ରୋଗ୍ରାମରେ ଭାଗ ନେବେ । ତେବେ ସବୁଠାରୁ ସ୍ପେଶାଲ ଅତିଥି ଯିଏ ପ୍ରୋଗ୍ରାମରେ ରହିବେ ସେ ହେଉଛନ୍ତି ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ । ସବୁଠାରୁ ଖୁସିର କଥା ହେଉଛି ଏଥର ଭାରତ ନେତୃତ୍ୱ ନେଉଛି ଜି-୨୦ ପ୍ରୋଗ୍ରାମର । ଆମେରିକାର ରାଷ୍ଟ୍ରପତି ଯେତେବେଳେ ଦିଲ୍ଲୀ ଆସିଲେ ଆଉ ଏଠାରେ ଯେଉଁଠିକୁ ବି ଯାତ୍ରା କରିବେ ସେତେବେଳେ ସେ ଦୁନିଆର ସବୁଠାରୁ ସୁରକ୍ଷିତ କାର ଦ ବିଷ୍‌ଟରେ ବସି ଯାତ୍ରା କରିବେ । ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ଜୋ ବାଇଡେନ୍‌ ଯେଉଁ କାରରେ ବସି ଟ୍ରାଭେଲ କରିବେ ତାହା ହେଉଛି ଦୁନିଆର ସବୁଠାରୁ ସୁରକ୍ଷିତ କାର । କାହିଁକିନା ଏଥିରେ ରହିଛି ଜବରଦସ୍ତ ଫିଚର୍ସ ସହିତ ସେଫ୍ଟି ଇକୁଇପମେଣ୍ଟସ । ଏହାର ଦାମ୍‌ Rolls Royce Phantom ଠାରୁ ବି ଅଧିକ ରହିଛି । ଦ ବିଷ୍ଟ କେମିତି ଦୁନିଆର ସବୁଠାରୁ ସୁରକ୍ଷିତ କାର ଏବଂ ଏଥିରେ କଣ କଣ ଖାସ୍‌ ଫିଚର୍ସ ଦିଆଯାଇଛି । ଆସନ୍ତୁ ଜାଣିବା ଏହି କାର ବିଷୟରେ ।

ଅନେକ ଦୃଷ୍ଟିରୁ ଆମେରିକା ରାଷ୍ଟ୍ରପତିଙ୍କ କାର ଖାସ୍ ଅଠେ । କୁହାଯାଏ ଏହା ହେଉଛି ବିଶ୍ୱର ସବୁଠୁ ସୁରକ୍ଷିତ କାର । ଏହି କାର ଉପରେ ଇଆଇଡି ଏବଂ କେମିକାଲ ଆକ୍ରମଣର କୌଣସି ପ୍ରଭାବ ପଡିନଥାଏ । ଅନ୍ୟପଟେ ଆମେରିକା ରାଷ୍ଟ୍ରପତିଙ୍କ କାର ନମ୍ବର ହେଉଛି ୪୬ । ଯାହାକି ସୂଚନା ଦେଇଥାଏ ଯେ, ବାଇଡେନ୍ ହେଉଛନ୍ତି ଆମେରିକାର ୪୬ ତମ ରାଷ୍ଟ୍ରପତି ।
ସୂଚନା ମୁତାବକ, ଏହି କାରକୁ ଆକ୍ରମଣକାରୀମାନେ ଆକ୍ରମଣ କଲା ପରେ ଯଦି ଏହାକୁ ଛୁଅନ୍ତି ତେବେ ସେମାନଙ୍କୁ ୧୨୦ ଭୋଲ୍ଟର ଝଟକା ଲାଗିଥାଏ । ଏହି କାର ଉପରେ ବମ୍ ବିସ୍ଫୋରଣର କୌଣସି ପ୍ରଭାବ ପଡିନଥାଏ । କୌଣସି ପ୍ରକାର ଅଘଟଣରୁ ବଞ୍ଚିବା ପାଇଁ ଏହି କାରର ବଡି ଉପରେ ୮ ଇଞ୍ଚ ମୋଟାର ମେଟାଲ ବ୍ୟବହାର କରାଯାଇଛି । ଯାହାକି ବୁଲେଟ୍ ପ୍ରୁଫ୍ ଅଟେ । ଖାଲି ସେତିକି ନୁହେଁ, ଏହି କାରଟି ଆଖି ପିଛୁଳାକେ ଶହେ କିଲୋମିଟର ପ୍ରତି ଘଣ୍ଟାର ସ୍ପିଡରେ ଚାଲିପାରେ ।

ଆମେରିକା ରାଷ୍ଟ୍ରପତି ଦୁନିଆର କୌଣସି ଦେଶକୁ ବି ଗଲେ, ତାଙ୍କ ସହ ଏହି କାର ମଧ୍ୟ ଯାତ୍ରା କରିଥାଏ । ସୂଚନା ମୁତାବକ, ଏହି କାରର ମୂଲ୍ୟ ହେଉଛି ୧୨ କୋଟି ୪୭ ଲକ୍ଷ । ଏହି ଗାଡି ଭିତରେ ସମସ୍ତ ଜରୁରୀ ଜିନିଷପତ୍ର ରହିଥିବାବେଳେ, ରାଷ୍ଟ୍ରପତିଙ୍କ ବ୍ଲଡ୍ ଗ୍ରୁପର ମେଳ ଖାଉଥିବା ରକ୍ତ ମଧ୍ୟ ଗଚ୍ଛିତ ହେଇ ରହିଥାଏ । ଏହି କାରଟି ସମ୍ପୂର୍ଣ୍ଣ ଭାବେ ସାଉଣ୍ଡ ପ୍ରୁଫ୍ ମଧ୍ୟ । ଆମେରିକା ରାଷ୍ଟ୍ରପତିଙ୍କ କାରକେଡ୍ ବେଶ ବିଶାଳ ଅଟେ । ବିଭିନ୍ନ ପ୍ରକାର ଗାଡି ବାଇଡେନଙ୍କ କାରକେଡରେ ରହିଥିବାବେଳେ, ସେ ନିଜେ ଏହି ବିଷ୍ଟରେ ଯାତ୍ରା କରିଥାନ୍ତି । ତେବେ ଇଟାଲୀ ଗସ୍ତ ସମୟରେ ବାଇଡେନଙ୍କ କାରକେଡରେ ପ୍ରାୟ ୮୫ଟି ଗାଡି ସାମିଲ ଥିଲା । ନଚେତ୍ ସାଧାରଣ ସମୟରେ ଏହି ସଂଖ୍ୟା ୫୦ ରହିଥାଏ ।

 

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

7 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

7 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

8 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

8 hours ago