ଦୁନିଆର ସବୁଠାରୁ ଛୋଟ କମ୍ପ୍ୟୁଟର : ଦେଖିବାକୁ ଏକଦମ୍ ଚାଉଳ ଦାନା ସଦୃଶ

smallest-computerବୈଜ୍ଞାନିକ ମାନେ ଦୁନିଆରେ ସବୁଠାରୁ ଛୋଟ କମ୍ପ୍ୟୁଟର ପ୍ରସ୍ତୁତ କରିଛନ୍ତି। ଏହା ଏମିତି ଏକ କମ୍ପ୍ୟୁଟର ଯାହା ମାତ୍ର ୦.୩ ମିଲିମିଟର ବିଶିଷ୍ଟ ହୋଇଥିବା ବେଳେ ଏହା କର୍କଟ ରୋଗକୁ ଚିହ୍ନଟ କରି ତା’ର ଚିକିତ୍ସାର ନୂତନ ବାଟ ଖୋଲିବାରେ ସାହାଯ୍ୟ କରିବ ବୋଲି ଗବେଷଣାରୁ ଜଣାପଡ଼ିଛି।
ସାଧାରଣତଃ ଲାଇନ କଟିଯିବା ମାତ୍ରେ କମ୍ପ୍ୟୁଟର ଡେସ୍କଟପରେ ଡାଟା ଏବଂ ପ୍ରୋଗ୍ରାମ ଉପଲବ୍ଧ ରହିଥାଏ। କିନ୍ତୁ ଏହି ସୁକ୍ଷ୍ମ ଡିଭାଇସରେ ଏହି ସୁବିଧା ଉପଲବ୍ଧ ରହିନାହିଁ। ଏହି ଛୋଟ କମ୍ପ୍ୟୁଟର ଯେତେବେଳେ ବି ଚାର୍ଜବିହୀନ ହେବ ସେତେବେଳେ ଏହାର ପ୍ରୋଗ୍ରାମିଙ୍ଗ ଏବଂ ଡାଟା ସମାପ୍ତ ହୋଇଯିବ।
ଆମେରିକାର ମିଶିଗନ ୟୁନିଭର୍ସିଟିର ପ୍ରଫେସର ଡେବିଟ ବ୍ଲାଉ କହିଛନ୍ତି , ’ଆମେ ଏହାକୁ ନେଇ ଆସ୍ବସ୍ଥ ନୁହେଁ ଯେ ,ଏହାକୁ କମ୍ପ୍ୟୁଟର କୁହାଯିବ କି ନାହିଁ। କାରଣ ଏଥିରେ କମ୍ପ୍ୟଟର ଭଳି ନ୍ୟୁନତମ ସୁବିଧା ରହିଛି କି ନାହିଁ ତାହା ବର୍ତ୍ତମାନ ପର୍ୟ୍ୟନ୍ତ ପ୍ରମାଣିତ ହୋଇନାହିଁ ।’

ଏହି କମ୍ପ୍ୟୁଟରରୁ କେତେ ପ୍ରକାରର କାମ କରି ହେବ ଏବଂ ଏହାର ବ୍ୟବହାର କିଛି ଉଦ୍ଦେଶ୍ୟ ପାଇଁ ମଧ୍ୟ କରାଯାଇ ପାରିବ। ଏହା ବିଷୟରେ କମ୍ପ୍ୟୁଟର ପ୍ରସ୍ତୁତ କରିଥିବା ଟିମ ଏହାକୁ ତାପମାନ ମାପଦଣ୍ଡର ସ୍ପଷ୍ଟତା ପାଇଁ ବ୍ୟବହାର କରିବାକୁ ସ୍ଥିର କରିଛନ୍ତି। ଅଧ୍ୟୟନରୁ ଜଣାଯାଇଛି ଯେ ଏହା ଦ୍ବାରା କର୍କଟ ରୋଗର ମଧ୍ୟ ଚିହ୍ନଟ କରାଯାଇ ତାହାର ଚିକିତ୍ସା କରିବା ସମ୍ବଭପର ହୋଇ ପାରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.