ଦୁନିଆର ସବୁଠୁ ଛୋଟ ହେଲିକପ୍ଟର, ଦାମ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଦୁନିଆର ସବୁଠାରୁ ଶସ୍ତା ହେଲିକପ୍ଟର ହେଉଛି ହେଲିକପ୍ଟର ୟୁଏମ -1 କିମ୍ବା “ମସ୍କିଟୋ ହେଲିକପ୍ଟର” । ଏହା ଏକ ହାଲୁକା ପର୍ସନାଲ ହେଲିକପ୍ଟର, ଯାହା ନିର୍ଦ୍ଦିଷ୍ଟ ଫ୍ଲାଏରମାନଙ୍କ ପାଇଁ ଡିଜାଇନ୍ ହୋଇଛି । ଏହି ହେଲିକପ୍ଟରଗୁଡିକ ବ୍ୟକ୍ତିଗତ ବ୍ୟବହାର ପାଇଁ ଡିଜାଇନ୍ ହୋଇଛି ଏବଂ ଏଥିରେ ହାଇ-ଟେକ୍ କମର୍ସିଆଲ ହେଲିକପ୍ଟର ଭଳି ଆଡଭାନ୍ସ ଫିଚର ନାହିଁ ।

ମସ୍କିଟୋ ହେଲିକପ୍ଟର ମଡେଲଗୁଡିକର ଦାମ୍ ୨୦,୦୦୦ ରୁ ୪୦,୦୦୦  ଡଲାର୍  ଯାହା ଭାରତୀୟ ମୂଲ୍ୟରେ ପ୍ରାୟ ୧୬ରୁ ୩୩ ଲକ୍ଷ ଟଙ୍କା ମଧ୍ୟରେ ହୋଇଥାଏ । ଏହାର ଓଜନ ହାଲୁକା ଏବଂ ଏଥିରେ ଜଣେରୁ ଦୁଇ ଜଣ ବସିବାର ସ୍ଥାନ ଅଛି । ଏହା ଛୋଟ ଇଞ୍ଜିନରେ ଚାଲିଥାଏ । ସୀମିତ ସ୍ପିଡ୍ ଏବଂ ଭଲ ରେଞ୍ଜ ପାଇଁ ଏହାକୁ ଡିଜାଇନ୍ କରାଯାଇଛି । ଏହି ହେଲିକପ୍ଟରଗୁଡିକ ଥରକରେ କିଣାଯାଇପାରିବ ଏବଂ ଏହାର ମେଣ୍ଟେନାନ୍ସ ମଧ୍ୟ ସହଜ ।

କମ୍ ଉଚ୍ଚତା ଏବଂ ଅଳ୍ପ ଦୂରତା ପାଇଁ ଏହା ବେଷ୍ଟ ହେବ । ନିର୍ଦ୍ଦିଷ୍ଟ ପାଇଲଟମାନଙ୍କ ପାଇଁ ଏହା ଉପଯୁକ୍ତ । ସାଧାରଣ ହେଲିକପ୍ଟର ତୁଳନାରେ ଏଥିରେ ଇନ୍ଧନ ବ୍ୟବହାର କମ୍ ହୋଇଥାଏ । କିନ୍ତୁ ଏହି ହେଲିକପ୍ଟରଗୁଡିକ କମର୍ସି୍ଆଲ ଉଡ଼ାଣ ପାଇଁ ସମ୍ପୂର୍ଣ୍ଣ ଉପଯୁକ୍ତ ନୁହେଁ, କମ୍ ବଜେଟରେ ହେଲିକପ୍ଟର ଉଡ଼ାଇବାର ମଜା ପାଇଁ ଏହା ବେଷ୍ଟ ଅପ୍ସନ ।

You might also like