୧୫ ଡିସେମ୍ବରରୁ ବନ୍ଦ ହୋଇଯିବ Yahoo ଗ୍ରୁପ, Verizon କଲା ଘୋଷଣା

୧୫ ଡିସେମ୍ବରରୁ ୟାହୁ ଗ୍ରୁପକୁ ବନ୍ଦ କରିବାକୁ ନିର୍ଣ୍ଣୟ ନେଇଛି Yahoo। କମ୍ପାନୀ ବିଗତ ଅନେକ ବର୍ଷ ଧରି ଉପଯୋଗରେ କ୍ଷତିକୁ ସାମ୍ନା କରିଆସୁଥିଲା। ୨୦୧୭ରେ Yahooକୁ କିଣିଥିବା Verizon ମଙ୍ଗଳବାର ନିଜର ଏହି ନିଷ୍ପତ୍ତି ବିଷୟରେ ଘୋଷଣା କରିଛି। Yahoo, ୱେବରେ ନିଜ ସମୟର ସବୁଠାରୁ ବଡ଼ ମେସେଜ ବୋର୍ଡ ସିଷ୍ଟମ ରହିଆସିଛି, ଯାହାକି ଚଳିତ ବର୍ଷ ଶେଷରେ ନିଜ କାରବାରକୁ ବନ୍ଦ କରିବାକୁ ଯାଉଛି।

kn

କମ୍ପାନୀ ନିଜ ୱେବସାଇଟରେ ଜାରି କରିଥିବା ସୂଚନାରେ ଏହା କହିଛି ଯେ ‘ୟାହୁ ଗ୍ରୁପ ବିଗତ ଅନେକ ବର୍ଷ ଧରି ଉପଯୋଗରେ କ୍ଷତି ସହି ଆସୁଛି। ଏହି ଅବଧିରେ ଆମେ ଏହା ଦେଖିଲୁ କି, ଗ୍ରାହକ ପ୍ରିମିୟମ ଏବଂ ଭରସାଯୋଗ୍ୟ ସାମଗ୍ରୀ ଚାହୁଁଛନ୍ତି। ଯଦିଓ ଏମିତି ନିର୍ଣ୍ଣୟ କରିବା କେବେ ବି ସହଜ ହୋଇ ନ ଥାଏ। କିନ୍ତୁ ଆମେ କେବେ କେବେ ସେହି ଉତ୍ପାଦଗୁଡ଼ିକ ବିଷୟରେ କଠିନ ନିର୍ଣ୍ଣୟ ନେଇଯିବା ଉଚିତ, ଯାହାକି ଆମ ଦୀର୍ଘକାଳୀନ ରଣନୀତି ପାଇଁ ଠିକ। ଏବେ ଆମେ ବ୍ୟବସାୟର ଅନ୍ୟ କ୍ଷେତ୍ର ଉପରେ ଧ୍ୟାନ କେନ୍ଦ୍ରିତ କରିବୁ’।

ୟାହୁ ଗ୍ରୁପ ସର୍ଭିସ ୨୦୦୧ରେ ଆରମ୍ଭ କରାଯାଇଥିଲା। ଏହା Reddit, Google Groups ଏବଂ Facebook Groups ବିପକ୍ଷରେ ମଜଭୁତ ଭାବେ ଛିଡ଼ା ହୋଇପାରିଲାନି। ୧୨ ଅକ୍ଟୋବରରୁ ନୂଆ ଗ୍ରୁପ ବନାଯାଇପାରିବ ନାହିଁ। ୧୫ ଡିସେମ୍ବର ପରେ ଲୋକେ ୟାହୁ ଗ୍ରୁପ ଜରିଆରେ ନା ମେଲ ପଠାଇ ପାରିବେ ନା ରିସିଭ କରିପାରିବେ। ୱେବସାଇଟ ବି ଉପଲବ୍ଧ ରହିବ ନାହିଁ। ଯଦିଓ ୟାହୁ ମେଲ ପୂର୍ବ ଭଳି କାମ କରିଚାଲିବ।

ko

କମ୍ପାନୀ କହିଛି, ଆପଣଙ୍କ ଦ୍ୱାରା ପଠାଯାଇଥିବା ଏବଂ ପ୍ରାପ୍ତ କରାଯାଇଥିବା ଇମେଲ ଆପଣଙ୍କ ଇମେଲରେ ରହିବ। କିନ୍ତୁ ୧୫ ଡିସେମ୍ବରରୁ ଗ୍ରୁପ ସର୍ଭିସକୁ ମେଲ ପଠାଇବା ଏବଂ ପ୍ରାପ୍ତ କରିବା ସମ୍ଭବ ହେବ ନାହିଁ। ଆମେରିକୀୟ ୱେୟାରଲେସ ସଞ୍ଚାର ସେବା ପ୍ରଦାନକାରୀ Verizon ୨୦୧୭ରେ Yahooର ଇଣ୍ଟରନେଟ କାରବାରକୁ ୪.୮ ବିଲିୟନ ଡଲାରରେ କିଣିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.