ୟାହୁ ମେସେଞ୍ଜର ଆଉ କରିପାରିବେ ନାହିଁ ବ୍ୟବହାର

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ବହୁ ଭଲ ଭାବେ ଚାଲିଥିବା ୟାହୁ ମେସେଞ୍ଜର ଆଜି ଅର୍ଥାତ ୧୭ ଜୁଲାଇରୁ ବନ୍ଦ ହେବା ପାଇଁ ଯାଉଛି। କିଛି ଦିନ ପୂର୍ବେ ଖୋଦ୍ କମ୍ପାନୀ ଏହା ବିଷୟରେ ଆଧିକାରକ ଭାବେ ଘୋଷଣା କରିଛି। ସେତେବେଳ ପର୍ୟ୍ୟନ୍ତ ଆପଣ କିଛି ପରିମାଣରେ ଏହାକୁ ଚଳାଇପାରିବେ। କାରଣ କାଲିଠାରୁ ଆପଣ ଏହାକୁ ଆଉ ବ୍ୟବହାର କରପାରିବେ ନାହିଁ।
ସୂଚନା ଅନୁଯାୟୀ , ବର୍ତ୍ତମାନ ଯୁଗରେ ହ୍ବାଟ୍ସ ଆପ ,ଫେସବୁକ୍ ମେସେଞ୍ଜର ଏବଂ ସ୍ନାପଚାଟ ଭଳି ମେସେଞ୍ଜର ଆପ ରହିଥିବାରୁ ୟାହୁ ମେସେଞ୍ଜରର ଚାହିଦା ବହୁ ପରିମାଣରେ କମ ହୋଇଛି। ଏଣୁ କମ୍ପାନୀ ଏହାକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବାର ନିର୍ଣ୍ଣୟ ନେଇଛନ୍ତି। ଏହା ବଦଳରେ ଗ୍ରାହକଙ୍କ ପାଇଁ କିଛି ନୁଆ ଏବଂ ଭଲ ଆପ ଆଣିବାକୁ କହିଛନ୍ତି କମ୍ପାନୀ। ଯାହା ଦ୍ବାରା ଗ୍ରାହକଙ୍କୁ ଅନେକ ନୂତନ ସୁବିଧା ଯୋଗାଥିବାର ପ୍ଲାନିଂ କରିଛି।
ୟାହୁ ମେସେଞ୍ଜର ୯ମାର୍ଚ୍ଚ ୧୯୯୮ ମସିହାରେ ଆରମ୍ଭ ହୋଇଥିଲା। ୧୯୯୯ ମସିହାରେ ଏହାକୁ ମେସେଞ୍ଜର ଭାବେ ଏହାକୁ ରିବ୍ରାଣ୍ଡିଂ କରାଯାଇଥିଲା। ୨୦୦୧ ମସିହାରେ ୟାହୁରେ ସମୁଦାୟ ୧୧ ମିଲିୟନ୍ ଗ୍ରାହକ ରହିଥିବା ବେଳେ ୨୦୦୬ ମସିହାରେ ତାହା ବଢ଼ି ୧୯.୩ ମିଲିୟନ ପର୍ୟ୍ୟନ୍ତ ପହଞ୍ଚିଥିଲା। ଯାହହା ପରବର୍ତ୍ତୀ ସମୟରେ ୧୨୨.୬ ମିଲିୟନ ଥିଲା କିନ୍ତୁ ପରେ ହ୍ବାଟ୍ସ ଆପ ଏବଂ ଅନ୍ୟନ୍ୟ ଆପର ପ୍ରବେଶ ପରେ ଏହାର ଲୋକପ୍ରିୟତାରେ ହ୍ରାସ ହୋଇଥିଲା। ଏଣୁ ଶେଷକୁ କମ୍ପାନୀ ଏହାକୁ ବନ୍ଦ କରିବାର ଚିନ୍ତା କରିବା ସହ ଏକ ନୂତନ ଭର୍ସନ ଳଞ୍ଚ କରିବା ନେଇ ସୂଚନା ଦେଇଛନ୍ତି।