ଲଞ୍ଚ ହେଲା Yamaha FZ ସିରିଜ, ପାଇବେ ଦମଦାର ଫିଚର୍ସ ସହିତ ବ୍ଲୁଟୁଥ୍‌ କନେକ୍ଟିଭିଟି

ଆପଣ ନୂଆ ବାଇକ୍ କିଣିବାକୁ ଚାହୁଁଛନ୍ତି କି ? ତେବେ ଆପଣଙ୍କ ପାଇଁ ଆସିଗଲା ଏହି ନୂଆ ବାଇକ୍। ଯେଉଁଥିରେ ରହିଛି ବ୍ଲୁଟୁଥ ଫିଚର। ଦେଶର ପ୍ରମୁଖ ଦୁଇ ଚକିଆ ବାହନ ତିଆରି କରୁଥିବା ଅଟୋମୋବାଇଲ କମ୍ପାନୀ ୟାମାହା ଭାରତରେ ନିଜର ସବୁଠାରୁ ଲୋକପ୍ରିୟ ବାଇକ୍ FZ ର ଅପଡେଟ୍ ଭର୍ସନ ଲଞ୍ଚ୍ କରିଛି । ଏହି ନୂଆ ବାଇକ୍ ପୂର୍ବାପେକ୍ଷା ଅଧିକ ହାଲୁକା । ଏହାର ବଡି ଷ୍ଟାଇଲ୍ ମଧ୍ୟ ବହୁତ ଆକର୍ଷକ । ଏଫଜେଡଏସ-ଏଫଆଇ ମଡେଲରେ କମ୍ପାନୀ ବ୍ଲୁ-ଟୁଥ୍ ଫିଚର୍ ଆଡ୍ କରିଛି ।

କମ୍ପାନୀ ବାଇକର ଇଞ୍ଜିନରେ କୌଣସି ପରିବର୍ତ୍ତନ କରିନାହିଁ । ଏଥିରେ ପୂର୍ବଭଳି ୧୪୯ ସିସି ଇଞ୍ଜିନ୍, ଫୁଏଲ୍ ଇଞ୍ଜେକ୍ଟେଡ୍ ବିଏସ-୬ ଇଞ୍ଜିନ୍ ରହିଛି । ଏହି ନୂଆ ମଡେଲ୍ ମ୍ୟାଟ୍ ରେଡ୍ କଲରରେ ଉପଲବ୍ଧ । ଏଥିରେ ବ୍ଲୁ ଟୁଥ କନେକ୍ଟିଭିଟି ରହିଛି । ଏହା ୟାମାହା ମୋଟର ସାଇକେଲ୍ କନେକ୍ଟ ଫିଚରରେ ଚାଲିଥାଏ । ନୂଆ ଲଞ୍ଚ୍ ହୋଇଥିବା ଏଫଜେଡ୍-ଏଫଆଇ ବାଇକ୍ ରେସିଂ ବ୍ଲୁ ଓ ମେଟାଲିକ୍ ବ୍ଲାକରେ ଉପଲବ୍ଧ । ସେହିପରି ଏଫଜେଡଏସ-ଏଫଆଇ ବ୍ଲୁ, ରେଡ୍, ଡାର୍କ ନାଇଟ୍, ମେଟ୍ ବ୍ଲାକ୍ ଆଦି ୫ କଲରରେ ଉପଲବ୍ଧ । ଏହାର ଓଜନ ମଧ୍ୟ ୧୩୭ରୁ ୧୩୫ କେଜିକୁ କମି ଯାଇଛି ।

yamaha
photo credit: Review Nepal

ନୂଆ ଏଫ-ଜେଡ୍ ଏଫଆଇର ଏକ୍ସ ସୋରୁମ୍ ଦାମ୍ ୧,୦୩,୭୦୦ ଟଙ୍କା ଥିବା ବେଳେ ଏଫଜେଡଏସ-ଏଫଆଇର ଦାମ୍ ରହିଛି ୧,୦୭,୨୦୦ ଟଙ୍କା । ପୂର୍ବ ମଡେଲ ତୁଳନାରେ ଏହି ବାଇକ୍ ୨୫୦୦ ଟଙ୍କା ଅଧିକ ପଡିବ । ନୂଆ ବାଇକରେ ସାଇଡ୍ ଷ୍ଟାଣ୍ଡ୍ ଇଞ୍ଜିନ୍ କଟଅଫ୍ ସୁଇଚ୍ ଦିଆଯାଇଛି । ଏହାସହ ଏକଜୋଷ୍ଟ୍ ସିଷ୍ଟମରେ ପରିବର୍ତ୍ତନ ହୋଇଛି । ଫଳରେ ଗାଡିର ସାଉଣ୍ଡ୍ ଅଧିକ ଦମଦାର୍ ଲାଗିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.