Yamaha ର ଏହି ବାଇକକୁ ମିଳିବ Hybrid ପାୱାର, ଭାରତ Mobility Global Expo ରେ ହେବ ଲଞ୍ଚ

Yamaha ହେଉଛି ପ୍ରଥମ ବ୍ରାଣ୍ଡ ଯାହା ଭାରତୀୟ ରାଇଡର୍ସଙ୍କ ପାଇଁ ବାଇକରେ ହାଇବ୍ରିଡ୍ ଟେକ୍ନୋଲୋଜିର ବ୍ୟବହାର କରିଛି । ଏହି ଟେକ୍ନୋଲୋଜି Yamaha ର Fascino ଏବଂ Ray ZR ରେ ଦେଖିବାକୁ ମିଳିବ । ଏଥି ସହ ବର୍ତ୍ତମାନ Yamaha FZ-X 150 cc ରେ ମଧ୍ୟ ହାଇବ୍ରିଡ୍ ଟେକ୍ନୋଲୋଜି ସହିତ ଅଣାଯାଉଛି । Yamaha FZ-S ମଡେଲରେ ମଧ୍ୟ ନୂଆ କଲର ଭ୍ୟାରିଆଣ୍ଟ ଆଣିବାକୁ ଯାଉଛି । Yamaha ର ଏହି ଦୁଇଟି ବାଇକ୍ FZ-X ଏବଂ FZ-S ଅପଡେଟ୍ ସହିତ ଭାରତ ମୋବିଲିଟି ଗ୍ଲୋବାଲ୍ ଏକ୍ସପୋ ୨୦୨୫ ରେ ଲଞ୍ଚ ହେବାକୁ ଯାଉଛି ।

Yamaha ର ଏହି ବାଇକରେ ହାଇବ୍ରିଡ୍ ଟେକ୍ନୋଲୋଜି ଥିବା ହେତୁ ଏଥିରେ ଇଣ୍ଟିଗ୍ରେଟେଡ୍ ଷ୍ଟାର୍ଟର ଜେନେରେଟର ଫିଚର ମିଳିବ । ଏହାର ସାହାଯ୍ୟରେ ବାଇକ୍ ଇଲେକ୍ଟ୍ରିକ୍ ବୁଷ୍ଟ ସହିତ ଅଧିକ ଆଉଟପୁଟ୍ ମିଳିବ । Yamaha FZ-X ରେ ଏୟାର-କୁଲ୍ଡ, ୧୪୯ cc, ସିଙ୍ଗଲ ସିଲିଣ୍ଡର ଇଞ୍ଜିନ୍ ଲାଗିଛି । ମୋଟରସାଇକେଲରେ ଲାଗିଥିବା ଏହି ଇଞ୍ଜିନ୍ ୧୨.୪ hp ର ପାୱାର ମିଳିଥାଏ ଏବଂ ୧୩.୩ Nm ର ଟର୍କ ଜେନେରେଟ୍ ହୋଇଥାଏ ।

Yamaha FZ-X ର ଫିଚର୍ସ ଏବଂ ପ୍ରାଇସ୍ :

Yamaha FZ-X ରେ କଲର TFT ଡିସପ୍ଲେ ରହିଛି, ଯେଉଁଥିପାଇଁ ଏହି ବାଇକରେ ରାଇଡରକୁ କଲ୍ ନୋଟିଫିକେସନ୍ ଆଲର୍ଟ ଏବଂ ମ୍ୟୁଜିକ୍ ପ୍ଳେବ୍ୟାକ୍ କଣ୍ଟ୍ରୋଲର ଫିଚର ପାଇବା । ଏହା ସହିତ ନୂଆ ସୁଇଚଗିୟର ମଧ୍ୟ ମିଳିବ, ଯାହା ଦ୍ବାରା ବାଇକର ଅନ୍ୟ ସମସ୍ତ ଫିଚର୍ସ କଣ୍ଟ୍ରୋଲ ହୋଇପାରିବ । ଭାରତୀୟ ବଜାରରେ ଉପଲବ୍ଧ ଥିବା ଏହି ବାଇକର ପ୍ରାଇସ୍ ୧.୩୭ ଲକ୍ଷ ଟଙ୍କାରୁ ଆରମ୍ଭ କରି ୧.୪୧ ଲକ୍ଷ ମଧ୍ୟରେ ରହିଛି । କିନ୍ତୁ ନୂଆ ଫିଚର୍ସଗୁଡିକର ଆଡିସନ୍ ପରେ ଏହି ମୋଟରସାଇକେଲର ପ୍ରାଇସରେ ବୃଦ୍ଧି ହୋଇପାରେ ।

Yamaha FZ-X ରେ ଅପଡେଟ୍ ପାଇବା ସହିତ FZ-S କୁ ମଧ୍ୟ ଅପଡେଟ୍ ସହିତ ଅଣାଯାଉଛି । Yamaha ର ଏହି ମୋଟରସାଇକେଲରେ ଗ୍ରେ/cyan କଲର ଅପ୍ସନରେ ଯୋଡା ଯାଇ ପାରେ ଯାହା MT-15 ଏବଂ MT-03 ରେ ଦେଖାଯିବ ।

You might also like