Yamaha ନୂଆ MT-07 ର ପ୍ରଥମ ଝଲକ ସାମ୍ନାକୁ ଆସିଛି । Yamahaର ଏହି 4th ଜେନେରେସନ ମଡେଲ ଅନେକ ଅପଗ୍ରେଡ୍ ସହିତ ଆସିବାକୁ ଯାଉଛି । ଏହି ବାଇକରେ ନୂଆ ଇଞ୍ଜିନ ସହ ଅନେକ ଫିଚର୍ସ ମଧ୍ୟ ରହିଛି । Yamaha ଏହି ବାଇକକୁ ନୂଆ ଲୁକ୍ ଦେଇଛି । ଏହି ନୂଆ MT-07, MT-09 ର ଅପଗ୍ରେଡ୍ ହୋଇଛି । ଏହି ବାଇକରେ Y-AMT ସେମି-ଅଟୋମେଟିକ୍ ଗିୟର ବକ୍ସ ମଧ୍ୟ ଦେଇଛି । ବାଇକ ଲଞ୍ଚ କରିବା ସମୟରେ ଏହାର ପ୍ରାଇସ୍ ଜଣାପଡିବ ।
Yamaha MT-07 ନୂଆ ଟ୍ୟୁବଲାର ଷ୍ଟିଲ୍ ଚ୍ୟାସିସରେ ତିଆରି ହୋଇଛି । ଏହି ବାଇକରେ ଏଲଇଡି DRLs ସହିତ ଦୁଇଟି eyebrows ଅଛି, ଯେଉଁଥିରେ ପ୍ରୋଜେକ୍ଟର ଏଲଇଡି ହେଡଲ୍ୟାମ୍ପ ମଧ୍ୟ ରହିଛି । ଏହି ଡିଜାଇନ ସହିତ ବାଇକକୁ ଏଗ୍ରେସିଭ୍ ଲୁକ୍ ଦିଆଯାଇଛି । ଏହି ବାଇକ୍ରେ ହାଲକା ସ୍ପିନ୍-ଫରଗେଡ୍ ୧୭-ଇଞ୍ଚର ଆଲଏ ହ୍ୱିଲ୍ ରହିଛି । ଏହି Yamaha ବାଇକ୍ର ଓଜନ ୧୮୩ କିଲୋଗ୍ରାମ । ବାଇକରେ ହ୍ୟାଣ୍ଡେଲବାର ପୂର୍ବ ଅପେକ୍ଷା ଅଧିକ ଚଉଡା କରାଯାଇଛି ।
Yamaha MT-07 ର ପାଓ୍ୱାର୍:
Yamaha ଏହାର ବାଇକକୁ ଆହୁରି ଅଧିକ ପାଓ୍ୱାରଫୁଲ କରିଛି । ଏହି ବାଇକରେ CP2 698cc ଟ୍ୱିନ୍-ସିଲିଣ୍ଡର, ଲିକ୍ଵିଡ୍ କୁଲ୍ଡ ମୋଟର ଅଛି । ବାଇକରେ ରିଭାଇଜ୍ଡ ଏୟାରବକ୍ସ, ନ୍ୟୁ ଇଂଣ୍ଟେକ ଫନେଲ୍ସ ଏବଂ ଫୁଏଲ୍ ଟ୍ୟାଙ୍କ ଉପରେ ପୋର୍ଟସ ଲଗାଯାଇଛି । ଏହି ବାଇକରେ ଲାଗିଥିବା ମୋଟରରେ ୭୨.୪bhp ର ପାଓ୍ୱାର ମିଳିବା ସହ ନୂଆ ଇଞ୍ଜିନ ସହିତ ଭେଇକିଲ୍ ର ଓଭରାଲ୍ ପରଫରମାନ୍ସକୁ ଉନ୍ନତ କରାଯାଇଛି ।
Y-AMT ସେମି-ଅଟୋମେଟିକ୍ ଟ୍ରାନ୍ସମିସନ୍ ସହିତ Yamaha ନିଜ ବାଇକକୁ ସବୁଠାରୁ ବଡ ଅପଡେଟ ଦେଇଛି । ଏହି ଟ୍ରାନ୍ସମିସନରୁ କ୍ଲଚ ଏବଂ ଗିୟର ସିଫ୍ଟରକୁ ହଟାଇ ଦିଆଯାଇଛି । ଏହା ପରେ, ମାନୁଆଲ୍ ସିଫ୍ଟ ଗିଅର ପାଇଁ ସୁଇଚ୍ ଗିୟର ଅପ୍ ଏବଂ ଡାଉନ୍ ସିଫ୍ଟ ବଟନ ଲଗାଯାଇଛି । ଏହି ବାଇକକୁ ଦୁଇଟି ଅଟୋମେଟିକ୍ ମୋଡରେ ଚଲାଇ ପାରିବେ, ଯେଉଁଥିରେ ରାଇଡର ଗିଅର୍ ସିଫ୍ଟ କରିବା ସମୟରେ କୌଣସି ଇନପୁଟ୍ ଦେବା ଆବଶ୍ୟକ ହୁଏ ନାହିଁ ।