ୟାମାହା ଏମଟି-୧୫ ବାଇକ୍ ଖୁବ ଶୀଘ୍ର ହେବାକୁ ଯାଉଛି ଲଞ୍ଚ , ଏବେ ହେଲା ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଭାରତୀୟ ବଜାରରେ ଏକରୁ ଅଧିକ ଦମଦାର ବାଇକ ଦେଇଚାଲିଥିବା ଜାପାନର ପ୍ରମୁଖ ଦୁଇ ଚକିଆ ଯମାହା କମ୍ପାନି ଏବେ ପୁଣି ଲଞ୍ଚ କରିବ ଦମଦାର ବାଇକ୍ । ଚଳିତ ବର୍ଷ ୟାମାହା ତାହାର ଲୋକପ୍ରିୟ ବାଇକ୍ ୟାମାହା ଏମଟି-୧୫କୁ ଲଞ୍ଚ କରିବାକୁ ଯାଉଛି। ତେବେ ଏବେ ୟାମାହା ଡିଲର୍ସ ମାନଙ୍କରେ ଏହାର ବୁକିଂ ଆରମ୍ଭ କରାଯାଇଛି।

Yamaha-MT-15r-1

ଲଞ୍ଚିଂ ପୂର୍ବରୁ ବାଇକର ସଠିକ୍ ମୂଲ୍ୟ ଜଣାପଡ଼ିନାହିଁ। କିଛି ଗୁପ୍ତ ସୂଚନା ଅନୁଯାୟୀ, ଏହାର ମୂଲ୍ୟ ପାଖାପାଖି ୧.୨୦ ଲକ୍ଷ ମୂଲ୍ୟ ରହିବ। ଏବେ ଏହି ବାଇକର ବୁକିଂ ମାତ୍ର ୫୦୦୦ ଟଙ୍କାରେ ଆରମ୍ଭ ହୋଇଛି। ବାଇକରେ ଖୁବ୍ ଷ୍ଟାଇଲିସ୍ ଲୁକ ସହ ରହିଛି ଦମଦାର ଇଞ୍ଜିନ୍।

ନିଶ୍ଚିତ ପଢ଼ନ୍ତୁ : HONDA CB300R ଷ୍ଟ୍ରିଟଫାଇଟର ଭାରତରେ ହେଲା ଲଞ୍ଚ, ଦମଦାର ଇଞ୍ଜିନ ସହ ମିଳିବ ଷ୍ଟାଇଲିସ ଲୁକ୍

ଫିଚର

କମ୍ପାନି ୟାମାହା ଏମଟି୧୫ର ଡିଜାଇନକୁ ଖୁବ ଆକର୍ଷିତ କରାଯାଇଛି। ଏଥିରେ ପ୍ରୟୋଗ କରାଯାଇଥିବା ହ୍ୟାଣ୍ଡଲ୍ୟାମ୍ପ ତିନି ଭିନ୍ନ ଭିନ୍ନ ପାର୍ଟରେ ରହିଛି । ଏବଂ ଏହା ବହୁତ ଏଗ୍ରେସିଭ ଲାଗୁଛି। ଏଥିରେ ଶାନଦାର ଫ୍ଳୁଲ ଟ୍ୟାଙ୍କର ବ୍ୟବହାର କରାଯାଇଥିବା ବେଳେ ଏହାକୁ ନେକେଡ ସେଗମେଣ୍ଟ ଭାବେ ଲଞ୍ଚ କରାଯାଇଛି। ଏହାକୁ ଦୁଇ ରଙ୍ଗରେ ଲଞ୍ଚ କରାଯାଇପାରେ ବୋଲି ଜଣାପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.