୩୦ ବର୍ଷ ପରେ ପୁଣି ବଜାରରେ ଏଣ୍ଟ୍ରି କରିପାରେ Yamaha RX100, ଲଞ୍ଚ ପୂର୍ବରୁ ଜାଣନ୍ତୁ ସମ୍ପୂର୍ଣ୍ଣ ଡିଟେଲ୍

Yamaha RX100 ଭାରତରେ ସବୁଠାରୁ ପପୁଲାର୍ ମୋଟରସାଇକେଲ୍ ମଧ୍ୟରୁ ଗୋଟିଏ । ଏହି ବାଇକଟି ହଠାତ୍ ବନ୍ଦ ହୋଇଯିବା କମ୍ପାନୀ ଏବଂ ଗ୍ରାହକମାନଙ୍କ ପାଇଁ ଏକ ବଡ଼ ଝଟକା ଥିଲା । ଆଜି ମଧ୍ୟ ଏହାର ଫ୍ୟାନ୍ସମାନଙ୍କର ଅଭାବ ନାହିଁ, ସେମାନଙ୍କର ଜେନେରେସନ୍ ଯାହା ହେଉ, କିନ୍ତୁ ଏବେ ଏହା ପୁଣି ଥରେ ରାସ୍ତାକୁ ଫେରିବାକୁ ପ୍ରସ୍ତୁତ ଅଛି ।

ସୋସିଆଲ ମିଡିଆରେ ଚର୍ଚ୍ଚାରେ ହେଉଛି ଯେ କମ୍ପାନୀ ଏହି ବାଇକକୁ ଜୁନ୍ ୨୦୨୬ ସୁଦ୍ଧା ଲଞ୍ଚ କରିପାରେ, ଯାହା ଗ୍ରାୟହକଙ୍କ ମନରେ ରାଜ୍ କରିପାରିବ । ଏହାର ମାଇଲେଜ୍ ମଧ୍ୟ ବହୁତ ଭଲ ହେବ । ଏହାର ଲୁକ୍ ଏବଂ ଡିଜାଇନ୍ ଗ୍ରାହକଙ୍କ ପ୍ରଥମ ପସନ୍ଦ ହେବାର ସମ୍ଭାବନା ରହିଛି । Yamaha RX100 ରୟାଲ୍ ଏନଫିଲ୍ଡ ବାଇକ୍ ସହିତ ଟକ୍କର କରିବ ବୋଲି ଆଶା କରାଯାଉଛି ।

Yamaha RX100 :
୧୯୮୫ ମସିହାରେ ଲଞ୍ଚ ହୋଇଥିବା Yamaha RX100 ଭାରତୀୟ ମୋଟରସାଇକେଲ ବଜାରରେ ନିଜର ପରିଚୟ କ୍ରିଏଟ୍ କରିଛି । ଏହି ୨-ଷ୍ଟ୍ରୋକ୍ ବାଇକ୍ ଏହାର ଭଲ ପରଫରମାନ୍ସ ଏବଂ ଦମଦାର୍ ଏକ୍ଜଷ୍ଟ ପାଇଁ ଜଣାଶୁଣା ଥଇଲା । ଏହି ବାଇକ୍ ବିଶେଷ କରି ୟଙ୍ଗ ରାଇର୍ଡସଙ୍କ ମଧ୍ୟରେ ବହୁତ ପପୁଲାର ଥିଲା ।

ପୁରୁଣା Yamaha RX100 ର ସ୍ପେସିଫିକେସନ୍ :
ନଭେମ୍ବର ୧୯୮୫ ରେ ପୁରୁଣା Yamaha RX100 କୁ ଲଞ୍ଚ କରାଯାଇଥିଲା । ଏଥିରେ ୯୮ cc ର ଏୟାର-କୁଲ୍ଡ, ୨-ଷ୍ଟ୍ରୋକ୍ ଇଞ୍ଜିନ୍ ଦିଆଯାଇଥିଲା, ଯାହା ୧୧.୨ HP ର ପାୱାର ଏବଂ ୧୦.୩୯ Nm ର ଟର୍କ ମଧ୍ୟ ଜେନେରେଟ୍ କରୁଥିଲା । ଏହି ବାଇକ୍ କେବଳ ୭.୫ ସେକେଣ୍ଡେରେ ୦ ରୁ ୬୦କିଲୋମିଟର/ଘଣ୍ଟା ବେଗରେ ଗତି କରିପାରିବ । ମାଇଲେଜ୍ ବିଷୟରେ କହିବାକୁ ଗଲେ ଏହା ବାଇକ୍ ୩୫-୪୫ କିଲୋମିଟର/ଲିଟର ଦେଉଥିଲା, ଯାହା ସେହି ସମୟ ଅନୁସାରେ ବହୁତ ଭଲ ମାଇଲେଜ୍ ରହିଛି ।

ଏହାର ହାଲୁଗା ଫ୍ରେମ୍ ଏବଂ ପାୱାରଫୁଳ୍ ଇଞ୍ଜିନ୍ ଯୋଗୁଁ, ଏହି ବାଇକ୍ ସେତେବେଳର ୟଙ୍ଗ ରାଇର୍ଡସଙ୍କୁ ଏକ ଭଲ ରାଇଡିଂ ଏକ୍ସେପେରିୟନ୍ସ ପ୍ରଦାନ କରୁଥିଲା । ହେଲେ ଏହାର ମାଇଲେଜ୍ ଆଜିର ବର୍ତ୍ତମାନ ଟିକେ କମ୍ ବୋଲି କୁହାଯାଉଛି ।

୨୦୨୫ Yamaha RX100:
ବର୍ତ୍ତମାନ ୨୦୨୫ ମସିହାରେ, Yamaha RX100 ର ଏକ ଅପଡେଟେହ୍ ଭର୍ସନ ଉପସ୍ଥାପନ କରାଯିବ, ଯାହାକୁ ମର୍ଡନ ଟେକ୍ନୋଲୋଜି ଏବଂ ଏନଭାରମେଣ୍ଟ ଷ୍ଟାଣ୍ଡାର୍ଡ ଅନୁସାରେ ଡିଜାଇନ୍ କରାଯାଇଛି । ଅଧିକ ମାଇଲେଜ୍ ଦେବା ପାଇଁ ନୂଆ RX100 କୁ ଅପଗ୍ରେଡ୍ କରାଯାଇଛି । ରିପୋର୍ଟ ଅନୁସାରେ ଏହି ବାଇକ୍ ୮୦ କିଲୋମିଟର/ଲିଟର ମାଇଲେଜ୍ ଦେଇପାରିବ, ଯାହା ମପୁରୁଣା ମଡେଲ୍ ଅପେକ୍ଷା ବହୁତ ଭଲ । ଏହା ଦୈଦନ୍ଦିନ ବ୍ୟବହାର ପାଇଁ ବେଷ୍ଟ ହୋଇପାରିବ ।

Yamaha ବାଇକର ମର୍ଡନ ଫିଚର୍ସ :
ନୂଆ RX100 ରେ କ୍ଲାସିକ୍ ଡିଜାଇନ୍ ସହିତ ଆଡଭାନ୍ସ ଫିଚର୍ସ ଆଡ୍ କରାଯାଇଛି, ଯାହା ଏହାର ପରଫରମାନ୍ସ ଏବଂ ସେଫ୍ଟି ବଢ଼ିବ । ଆଶା କରାଯାଉଛି ଯେ ଏହି ବାଇକରେ ଡିଜିଟାଲ୍ ଇନଷ୍ଟ୍ରୁମେଣ୍ଟ କ୍ଲଷ୍ଟର, ABS ଏବଂ LED ଲାଇଟିଂ ଏବଂ ମର୍ଡନ ଟେକ୍ନୋଲୋଜି ରହିବ । Yamaha RX100 ର ପ୍ରତ୍ୟାବର୍ତ୍ତନ ମୋଟରସାଇକେଳ୍ ପାଇଁ ଏକ ବଡ଼ ଖବର । ଏହାର କ୍ଲାସିକ୍ ଲୁକ୍, ଭଲ ପରଫରମାନ୍ସ ଏବଂ ଜବରଦସ୍ତ ମାଇଲେଜ୍ ଏହାକୁ ଏକ ଭଲ ଅପ୍ସନ କରିପାରିବ । ହେଲେ ବର୍ତ୍ତମାନ ତେବେ ଜାଣିବାକୁ ବାକି ଅଛି ଯେ ଏହି ବାଇକ୍ କେବେ ଲଞ୍ଚ ହେବ ଏବଂ ଏହାର ପ୍ରାଇସ୍ କେତେ ରହିବ ।