ମେ ୧୫ରେ ଲଞ୍ଚ ହେବ ନୂଆ Yezdi Adventure, ଜାଣନ୍ତୁ କ’ଣ ରହିଛି ଖାସ୍

Classic Legends ନିଜର ପପୁଲାର୍ ମୋଟରସାଇକେଲ୍ Yezdi Adventure ର ଅପଡେଟେଡ୍ ଭର୍ସନ ମେ ୧୫,୨୦୨୫ରେ ଲଞ୍ଚ କରିବାକୁ ଯାଉଛି । ଏହି ବାଇକ୍ ସେହି ଗ୍ରାହକଙ୍କ ପାଇଁ ବେଷ୍ଟ ହେବ ଯେଉଁମାନେ ଆଡଭେଞ୍ଚର ଏବଂ ୟୁନିକ୍ ଲୁକ୍ କୁ ପସନ୍ଦ କରନ୍ତି ।
କମ୍ପାନୀ ଗତ ବର୍ଷ ଏହି ବାଇକରେ ଅନେକ ବଡ଼ ପରିବର୍ତ୍ତନ କରିଥିଲା । ଯେଉଁଥିରେ ଇଞ୍ଜିନକୁ ଅପଗ୍ରେଡ୍ କରିବା ସହିତ ଇଞ୍ଜିନକୁ ମଧ୍ୟ ଉନ୍ନତ କରାଯାଇଥିଲା । ଖାସ୍ କରି ଫ୍ୟୁଏଲ୍ ଟ୍ୟାଙ୍କ୍ ପାଖରେ ମେଟଲ କ୍ରାସ୍ କେଜ୍ ଆଡ୍ କରି ବାଇକକୁ ଅଧିକ ମଜବୁତ୍ ଏବଂ ଆଡଭେଞ୍ଚର ପାଇଁ ପ୍ରସ୍ତୁତ କରାଯାଇଥିଲା ।
ଏକ ରିପୋର୍ଟ ଅନୁଯାୟା, Yezdi Adventure ର ନୂଆ ମଡେଲର ଡିଜାଇନ୍ ଆହୁରି ଉନ୍ନତ କରାଯିବ । ଏହାର ଲୁକ୍ ଏପରି ଭାବରେ ଷ୍ଟାଇଲ୍ କରାଯିବ ଯାହା ଏହାକୁ ସେଗମେଣ୍ଟରେ ଏକ ଖାସ୍ ପରିଚୟ ଦେବ । ଏହି ନୂତନ ଅବତାର୍ ଖାସ୍ କରି ସେହି ରାଇଡର୍ସଙ୍କୁ ପସନ୍ଦ ଆସିବ, ଯେଉଁମାନେ ଷ୍ଟାଇଲ୍ ସହିତ ଆଡଭେଞ୍ଚର୍ ଚାହାଁନ୍ତି । ପାୱାରଫୁଲ୍ ଇଞ୍ଜିନ୍ ବିଷୟରେ କହିବାକୁ ଗଲେ , ଏଥିରେ ୩୩୪cc ର ଲିକ୍ବିଡ୍-କୁଲ୍ଡ ଇଞ୍ଜିନ୍ ରହିଛି । ଯାହା ୨୯.୬ ହର୍ସପାୱାର ଏବଂ ୨୯.୮Nm ଟର୍କ ଜେନେରେଟ୍ କରିଥାଏ । ଏହାର ପରଫରମାନ୍ସ ପୁରୁଣା ମଡେଲ ପରି ସମାନ ରହିବ କିନ୍ତୁ ଡିଜାଇନରେ ଉନ୍ନତି ଏହାର ଆକର୍ଷଣକୁ ଆହୁରି ବଢ଼ାଇବ ।
ବର୍ତ୍ତମାନ Yezdi Adventure ର ମୂଲ୍ୟ ବିଷୟରେ ଜାଣିବା । ଏହି ବାଇକ୍ ମୂଲ୍ୟ ଏହାର କଲର ଅପ୍ସନ ଉପରେ ନିର୍ଭର କରି ୨.୧୦ ଲକ୍ଷ ଟଙ୍କାରୁ ୨.୧୬ ଲକ୍ଷ ଟଙ୍କା (ଏକ୍ସ-ଶୋରୁମ୍) ମଧ୍ୟରେ ରହିଛି । ଏହି ପ୍ରାଇସ୍ Hero Xpulse 210, KTM 250 Adventure ଏବଂ Royal Enfield Himalayan 450 ଭଳି ବାଇସ୍ ସହିତ ଟକ୍କର କରିବ । ଲଞ୍ଚ ପରେ ମୂଲ୍ୟରେ କୌଣସି ପରିବତର୍ତ୍ତନ ହେବ କି ନାହିଁ ତାହା ମେ ୧୫ରେ ପ୍ରକାଶ ପାଇବ ।
Yezdi ଏବଂ Jawa ମୋଟରସାଇକେଲ ବର୍ତ୍ତମାନ ଫ୍ଲିପକାର୍ଟରେ ମଧ୍ୟ ଉପଲବ୍ଧ ହେବ । ଅକ୍ଟୋବର ୨୦୨୪ରେ ପାର୍ଟନରସିପ୍ ପରେ ଗ୍ରାହକମାନେ ଏହି ବାଇକଗୁଡିକୁ ଅନଲାଇନରେ ମଧ୍ୟ ସହଜରେ କିଣିପାରିବେ । ଯଦି ଆପଣ ଏହି ବାଇକୁ କିଣିବା ପାଇଁ ଚାହୁଁଛନ୍ତି, ତେବେ ଆପଣଙ୍କୁ ଆଉ ଗୋଟିଏ ମାସ ଅପେକ୍ଷା କରିବାକୁ ପଡିବ ।