ମାତ୍ର ୯୯୯ ଟଙ୍କାରେ ବୁକ୍ କରିପାରିବେ ଏହି ଇଲେକ୍ଟ୍ରିକ୍ ସ୍କୁଟର, ଜାଣନ୍ତୁ ଏହାର ଫିଚର୍ସ ଏବଂ ରେଞ୍ଜ

ଅଲଟ୍ରାଭାୟୋଲେଟ୍ ଅଟୋମୋଟିଭ୍ ଭାରତୀୟ ବଜାରରେ ଏହାର ପ୍ରଥମ ଇଲେକ୍ଟ୍ରିକ୍ ସ୍କୁଟର Tesseract ଲଞ୍ଚ କରିଛି । ଏହି ସ୍କୁଟର ଫ୍ୟୁଚରିଷ୍ଟିକ୍ ଡିଜାଇନ୍ ଉପରେ ଆଧାରିତ । କମ୍ପାନୀ ଏହି EV ପାଇଁ ବୁକିଂ ମଧ୍ୟ ନେବା ଆରମ୍ଭ କରିଦେଇଛି । ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ମାତ୍ର ୯୯୯ ଟଙ୍କାରେ ବୁକ୍ କରାଯାଇପାରିବ । ଏହି EV କମ୍ ମୂଲ୍ୟରେ ବଢ଼ିଆ ରେଞ୍ଜ ଦେବାକୁ ଯାଉଛି ବୋଲି ଦାବି କରିଛି ।

Ultraviolette Tesseract ରେଞ୍ଜ:

Ultraviolette Tesseract ନେକ୍ସଟ୍ ଜେନେରେସନ ପ୍ଲାଟଫର୍ମ ଉପରେ ଆଧାରିତ । ଏହି EVରେ ଥିବା ମୋଟର ୨୦.୧ bhp ପାୱାର ଜେନେରେଟ କରେ । ଟେସେରାକ୍ଟ ୩ଟି ବ୍ୟାଟେରୀ ପ୍ୟାକ୍ ଅପ୍ସନ ସହିତ ବଜାରକୁ ଆସିଛି – ୩.୫ kWh, ୫ kWh ଏବଂ ୬ kWh । ଏହି ଇଲେକ୍ଟ୍ରିକ୍ ସ୍କୁଟରଟି ୩.୫ kWh ବ୍ୟାଟେରୀ ପ୍ୟାକ୍ ସହିତ ୧୬୨ କିଲୋମିଟର ରେଞ୍ଜ ଦେବାକୁ ଦାବି କରିଛି । କମ୍ପାନୀ ବଡ଼ ୬ kWh ବ୍ୟାଟେରୀ ପ୍ୟାକ୍ ରୁ ୨୬୧ କିଲୋମିଟର ରେଞ୍ଜ ପ୍ରଦାନ କରିବାକୁ ଦାବି କରିଛି ।

Ultraviolette Tesseract ଫିଚର୍ସ:

ଏହି ଅଲଟ୍ରାଭାୟୋଲେଟର ଇଲେକ୍ଟ୍ରିକ୍ ସ୍କୁଟରରେ ଓମନିସେନ୍ସ ମିରର୍ ସହିତ ଇଣ୍ଟିଗ୍ରେଟ୍ ରାଡାର ଏବଂ ଡ୍ୟାସକ୍ୟାମ୍ ଫିଚର୍ ରହିଛି, ଯାହା କୌଣସି EVରେ ପ୍ରଥମ ଥର ପାଇଁ ଦିଆଯାଉଛି । ଏହି ଇଲେକ୍ଟ୍ରିକ୍ ଗାଡ଼ିରେ LED DRL ସହିତ ଡୁଆଲ୍ ପ୍ରୋଜେକ୍ଟର ଲ୍ୟାମ୍ପ ରହିଛି । ଏହି ସ୍କୁଟରଟି ୭ ଇଞ୍ଚ ଟଚସ୍କ୍ରିନ୍ TFT ଡିସପ୍ଲେ, ବ୍ଲାଇଣ୍ଡ ସ୍ପଟ୍ ଡିଟେକ୍ସନ, ଲେନ୍ ଚେଞ୍ଜ, ଓଭରଟେକିଂ ଆସିଷ୍ଟ, ଟ୍ରାକ୍ସନ୍ କଣ୍ଟ୍ରୋଲ ଏବଂ ରିଅଲ୍ ଟାଇମ୍ ଆଲର୍ଟ ସହିତ ମଧ୍ୟ ଆସିଥାଏ ।

Ultraviolette Tesseract ଦାମ୍:

Ultraviolette Tesseract ମୂଲ୍ୟ ବିଷୟରେ କହିବାକୁ ଗଲେ, ଏହି ସ୍କୁଟରର ମୂଲ୍ୟ ୧.୨ ଲକ୍ଷ ଟଙ୍କା ରଖାଯାଇଛି, ଯାହା ଏହାର ପ୍ରଥମ ୧୦ ହଜାର ଗ୍ରାହକଙ୍କ ପାଇଁ । ଏହା ପରେ, ଏହି ଇଲେକ୍ଟ୍ରିକ୍ ସ୍କୁଟରର ଦାମ୍ ବଢ଼ିପାରେ ବୋଲି ଅନୁମାନ କରାଯାଉଛି । ଏହି ସ୍କୁଟରର ଫାଷ୍ଟ ଲୁକ୍ ଏବଂ ମୂଲ୍ୟକୁ ଦେଖିଲେ, ଏହାକୁ ଏକ ଦମଦାର ଟୁ-ହ୍ଵିଲର୍ କୁହାଯାଇପାରିବ ନିଶ୍ଚୟ । କମ୍ପାନୀ ଏହି ସ୍କୁଟରକୁ ଆସନ୍ତା ବର୍ଷ ଆରମ୍ଭରେ ଡେଲିଭରୀ କରିପାରେ ।

Also read: ଧମାଲ୍ କରୁଛି Kiaର ଲୋକପ୍ରିୟ ୭-ସିଟର MPV, ରହିଛି ଜବରଦସ୍ତ ଫିଚର୍ସ