ଖୁସି ଖବର ! ଏଣିକି କ୍ୟାବ ଡ୍ରାଇଭରଙ୍କ ସହିତ ଆପଣ କରିପାରିବେ ମୂଲଚାଲ

ତୈଳ ଦର ବୃଦ୍ଧିକୁ ଆଖି ଆଗରେ ରଖି ଉବର କମ୍ପାନୀ ଭଡା ଦରକୁ ୧୨ ରୁ ୧୫ ପ୍ରତିଶତ ପର୍ଯ୍ୟନ୍ତ ବଢାଇବା ନେଇ ଘୋଷଣା କରିଛି । ଯାହା ପରେ କାର୍ଲିଫର୍ନିଆର ରାଇଡ଼-ହେଲିଙ୍ଗ ପ୍ଲାଟ୍ଫର୍ମ ଇନଡ୍ରାଇଭର ଆପ ଏବାବଦରେ ସୂଚନା ଦେଇଛନ୍ତି । ପଶ୍ଚିମ ବଙ୍ଗର ରାଜଧାନୀ କୋଲକାତାରେ ଅନଲାଇନ କ୍ୟାବ ସେବା ଯୋଗାଇଦେବା ନେଇ ଏମିତି ଏକ ଆପ ଲଂଚ କରାଯାଇଛି ଯେଉଁଥିରେ ଯାତ୍ରୀ କିମ୍ବା ଡ୍ରାଇଭର ଯାତ୍ରା କରିବା ପୂର୍ବରୁ ଭଡାକୁ ନେଇ ପରସ୍ପର ଭିତରେ ଆଲୋଚନା କରିପାରିବେ । ଇନ ଡ୍ରାଇଭର ନାମକ ଏହି କ୍ୟାବ ସେବା କୋଲକାତା ସହରରେ ପ୍ରାୟ ୪୦୦୦ରୁ ଅଧିକ ଚାଳକଙ୍କ ସହିତ ନିଜ କ୍ୟାବ ସେବା ଆରମ୍ଭ କରିବା ନେଇ ଘୋଷଣା କରିଛି । ଦେଶର ମହାନଗର ମାନଙ୍କୁ ଯଦି ଆଖି ସାମ୍ନାକୁ ଅଣାଯାଏ ତେବେ ଜାଣିହେବକି ପ୍ରଥମ ଥର ପାଇଁ ଇନ-ଡ୍ରାଇଭର ସେବା ଆରମ୍ଭ କରାଯାଇଛି । କାର୍ଲିଫର୍ନିଆ ସ୍ଥିତ ଏହି କମ୍ପାନୀ ଅଧୀନରେ କାମ କରୁଥିବା ଦକ୍ଷିଣ ଏସିଆ ଭାଗର ଜନ ସମ୍ପର୍କ ଅଧିକାରୀ ପଵିତ ନନ୍ଦାଙ୍କ କହିବା ଅନୁଯାୟୀ ଆଗକୁ କିଛି ମାସ ଭିତରେ ହିଁ ଅନ୍ୟ ମହାନଗରୀ ଗୁଡିକରେ ବି ଏହି ସେବା ଆରମ୍ଭ କରି ଦିଆଯିବ ।

ସେ ଏହା ମଧ୍ୟ କହିଛନ୍ତି ଚାହିଦା ସମୟରେ କିମ୍ବା ଭିଡ ସମୟରେ ମୂଲ୍ୟ ବଢାଯିବ ନାହିଁ । ଏହା ସହ ଡ୍ରାଇଭର ମାନଙ୍କ ଠାରୁ ରଖାଯାଉଥିବା ଶୁଳ୍କକୁ ବି ଖୁବ କମ ରଖାଯିବ | ଏହା ହିଁ ହେଉଛି ଏହି କ୍ୟାବ ସେବାର ବିଶେଷତା । ସେ ଏହା ମଧ୍ୟ କହିଛନ୍ତିକି ପାରଦର୍ଶିତା ଆଧାରରେ ହିଁ ଏକ ମଡେଲ ପ୍ରସ୍ତୁତ କରାଯିବା ନେଇ ଚେଷ୍ଟା ଜାରି ରଖାଯାଇଛି । ଶ୍ରୀ ନନ୍ଦା ଏହା ମଧ୍ୟ କହିଛନ୍ତିକି, ଏହା ହେଉଛି ଗୋଟିଏ ମାତ୍ର ଆପ ଯେଉଁଥିରେ ଯାତ୍ରୀମାନେ ଭଡାଟିଆଙ୍କ ସହିତ ମୂଲଚାଲ କରିପାରିବେ । ଆଉ ତିନି ମାସ ପରେ ଆମ କମିଶନ ପାଞ୍ଚରୁ ଦଶ ପ୍ରତିଶତ ଭିତରେ ରହିବ । ଏହାର ଡ୍ରାଇଭରଙ୍କ କହିବା ଅନୁଯାୟୀ ଉବର ଓ ଓଲା ପରି ସେବାରେ ଡ୍ରାଇଭରଙ୍କ ଠାରୁ ପାଖାପାଖି ୩୦ ପ୍ରତିଶତ ପର୍ଯ୍ୟନ୍ତ କମିଶନ ନେଇଥାଏ । ଆଗକୁ ୧୫ ରୁ ୨୦ ପ୍ରତିଶତ କମିଶନ ରଖିବା ପାଇଁ ଡ୍ରାଇଭର ସଂଘ ପକ୍ଷରୁ ଦାବି କରାଯାଇଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.