କଣ ଆପଣ ବି ଘରେ ବସି ପ୍ରତି ମାସ ୮୦ ହଜାର ପାଇବାକୁ ଚାହୁଁଛନ୍ତି କି, ତେବେ ଏହି ସୁଯୋଗର ଉଠାନ୍ତୁ ଫାଇଦା

ଯଦି ଆପଣ ମଧ୍ୟ କରୋନା ସମୟରୁ ଘରେ ବସିଯାଇଛନ୍ତି ଏବଂ କିଛି ବିିଜନେସ୍‌ କରିବାକୁ ଚାହୁଁଛନ୍ତି ତାହେଲେ ଆପଣଙ୍କ ପାଇଁ ରହିଛି ବଢ଼ିଆ ମଉକା। ଆଜି ଆପଣଙ୍କୁ ବତାଇବୁ ବିଜନେସର ଏକ ଜବରଦସ୍ତ ଆଇଡିଆ ଯାହା ଜରିଆରେ ଆପଣ ଘରେ ବସି ସହଜରେ ୮୦ ହଜାର ଟଙ୍କା ପ୍ରତି ମାସ କମାଇ ପାରିବେ। ତେବେ ସବୁଠାରୁ ଖାସ୍‌ କଥା ହେଉଛି ଏହା ଏକ ସୁରକ୍ଷିତ ତରିକା। ଆଉ ଏହି ମଉକା ଦେଉଛି ଦେଶର ସବୁଠାରୁ ଲୋକପ୍ରିୟ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ।

ଷ୍ଟେଟ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଏଟିଏମ୍‌ ଫ୍ରାଞ୍ଚାଇଜି ନେଇ ଆପଣ ସହଜରେ ଟଙ୍କା କମାଇପାରିବେ। କୌଣସି ବି ବ୍ୟାଙ୍କର ଏଟିଏମ୍‌ ବ୍ୟାଙ୍କ ତରଫରୁ ଲଗାଯାଏନାହିଁ ବରଂ ଏଥିପାଇଁ ଅଲଗା କମ୍ପାନୀ ରହିଥାଏ। ବ୍ୟାଙ୍କ ପକ୍ଷରୁ ଏଥିପାଇଁ ସେହିମାନଙ୍କୁ କଣ୍ଟ୍ରାକ୍ଟ ଦିଇଥାଏ, ଯେଉଁମାନେ ଜାଗା ଜାଗାରେ ଏଟିଏମ୍‌ ଲଗାଇବା କାମ କରନ୍ତି। ତେବେ ଆସନ୍ତୁ ଜାଣିବା ଆପଣ କେଉଁ ବ୍ୟାଙ୍କର ଫ୍ରାଞ୍ଚାଇଜି ନେଇ ଭଲ ଟଙ୍କା କମାଇପାରିବେ।

SBI ଏଟିଏମ୍‌ ଫ୍ରାଞ୍ଚାଇଜି ନେବା ପାଇଁ କଣ ରହିଛି କଣ୍ଡିସନ୍‌ ଜାଣନ୍ତୁ

  • SBI ଏଟିଏମର ଫ୍ରାଞ୍ଚାଇଜି ନେବା ପାଇଁ ଆପଣଙ୍କ ପାଖରେ ୫୦-୮୦ ସ୍କୋୟାର ଫୁଟର ଯାଗା ରହିବା ଉଚିତ। ଅନ୍ୟ ଏଟିଏମ୍‌ ଠାରୁ ଏହାର ଦୂରତା ପ୍ରାୟ ୧୦୦ ମିଟର ହୋଇଥିବା ଆବଶ୍ୟକ।
  • ଧ୍ୟାନ ରଖନ୍ତୁ ଏହିି ସ୍ପେସସ୍‌ ଗ୍ରାଉଣ୍ଡ ଫ୍ଲୋର ଏବଂ ଗୁଡ୍‌ ଭିଜିବିଲିଟୀ ହେଉଥିବା ସ୍ଥାନରେ ହେବା ଆବଶ୍ୟକ।
  • ଏଠାରେ ୨୪ ଘଣ୍ଟା ପାଓ୍ଵାର ସପ୍ଲାଏ ହେବା ଉଚିତ। ଏହାବ୍ୟତୀତ ୧ କିଲୋଓ୍ଵାଟର ବିଜୁଳି କନେକସନ୍‌ ମଧ୍ୟ ବାଧ୍ୟତାମୂଳକ।
  • ଏହି ଏଟିଏମରୁ ପ୍ରତିଦିନ ୩୦୦ ଟ୍ରାନଜାକସନ୍‌ କ୍ଷମତା ହେଉଥିବା ଜରୁରୀ।
  • ATM ରହିବା ସ୍ଥାନରେ କଙ୍କ୍ରିଟ୍‌ ଛାତ ହୋଇଥିବା ଉଚିତ।
  • ଭି-ସ୍ୟାଟ୍‌ ଲଗାଇବା ପାଇଁ ସୋସାଇଟୀ କିମ୍ବା ଅଥରିଟୀଙ୍କ ଠାରୁ ନୋ ଅବଜେକସନ୍‌ ସାର୍ଟିଫିକେଟ୍‌ ଆବଶ୍ୟକ।

atmSBI ଏଟିଏମ ପାଇଁ ଫ୍ରାଞ୍ଚାଇଜି ନେବାକୁ କଣ ସବୁ ଡକ୍ୟୁମେଣ୍ଟ୍‌ ଦରକାର ଜାଣନ୍ତୁ

  1. ଆଇଡି ପ୍ରୁଫ – ଆଧାର କାର୍ଡ, ପାନ କାର୍ଡ, ଭୋଟର କାର୍ଡ (Aadhaar Card , Pan Card , Voter Card)
  2. ଆଡ୍ରେସ୍‌ ପ୍ରୁଫ – ରାସନ୍‌ କାର୍ଡ, ଇଲେକଟ୍ରିସିଟୀ ବିଲ୍‌
  3. ବ୍ୟାଙ୍କ ଆକାଉଣ୍ଟ ଏବଂ ପାସବୁକ୍‌
  4. ଫଟୋଗ୍ରାଫ୍‌, ଇମେଲ ଆଇଡି, ଫୋନ୍‌ ନମ୍ବର
  5. ଅନ୍ୟାନ୍ୟ ଡକ୍ୟୁମେଣ୍ଟସ
  6. ଜିଏସଟି ନମ୍ବର
  7. ଫାଇନାନ୍ସିଆଲ ଡକ୍ୟୁମେଣ୍ଟସ

ଏବେ ଜାଣନ୍ତୁ କେମିତି କରିବେ ଆବେଦନ

SBI ଏଟିଏମର ଫ୍ରାଞ୍ଚାଇଜି ଦେଉଥିବା କମ୍ପାନୀର ଅଫିସିଆଲ ୱେବସାଇଟକୁ ଭିଜିଟ କରି ଆପଣ ଅନଲାଇନ୍‌ ଆବେଦନ କରିପାରିବେ। ଭାରତରେ ଏଟିଏମ ଲଗାଇବା କଣ୍ଟ୍ରାକ୍ଟ ଟାଟା ଇଣ୍ଡିକ୍ୟାସ, ମୁଥୂଟ ଏଟିଏମ ଏବଂ ଇଣ୍ଡିଆ ଓ୍ଵାନ୍‌ ଏଟିଏମ୍‌ ପାଖରେ ରହିଛି। ଏଥିପାଇଁ ଆପଣ ଏହିସବୁୁ କମ୍ପାନୀର ୱେବସାଇଟକୁ ଯାଇ ଅନଲାଇନ୍‌ ଲଗଇନ୍‌ କରି ନିଜର ଏଟିଏମ୍‌ ପାଇଁ ଆବେଦନ୍‌ କରିପାରିବେ।

ATM ଫ୍ରାଞ୍ଚାଇଜି ଦେଉଥିବା କମ୍ପାନୀର ୱେବସାଇଟ୍‌ କଣ ଜାଣନ୍ତୁ

Tata Indicash – www.indicash.co.in
Muthoot ATM – www.muthootatm.com/suggest-atm.html
India One ATM – india1atm.in/rent-your-space

sbiକେତେ ଟଙ୍କା କରିପାରିବେ ରୋଜଗାର ଜାଣନ୍ତୁ

ଏହି କମ୍ପାନୀ ଗୁଡିକ ମଧ୍ୟରୁ ଟାଟା ଇଣ୍ଡିକ୍ୟାସ ଏମାନଙ୍କ ମଧ୍ୟରୁ ସବୁଠାରୁ ବଡ ଏବଂ ପୁରୁଣା କମ୍ପାନୀ। ଏହା ୨ ଲକ୍ଷର ସିକ୍ୟୁରିଟୀ ଡିପୋଜିଟ୍‌ ପରେ ଫ୍ରାଞ୍ଚାଇଜି ଦେଇଥାଏ ଯାହା ରିଫଣ୍ଡେବଲ୍‌। ଏହାବ୍ୟତୀତ ଆପଣଙ୍କୁ ୩ ଲକ୍ଷ ଟଙ୍କାର ବ୍ୟାକିଙ୍ଗ କ୍ୟାପିଟାଲ ରୂପରେ ଜମା କରିବାକୁ ହେବ। ଏହିଭଳି ଭାବେ ଏଥିରେ ଆପଣଙ୍କୁ ମୋଟ୍‌ ୫ ଲକ୍ଷ ଟଙ୍କା ନିବେଶ କରିବାକୁ ହେବ। ଯଦି ଆମେ ରୋଜଗାର କେତେ ହେବ ସେହି ବିଷୟରେ କହିବା ତାହେଲେ ପ୍ରତି କ୍ୟାସ୍‌ ଟ୍ରାନଜାକସନ୍‌ ଉପରେ ୮ ଟଙ୍କା ଏବଂ ନନ୍‌ ଟ୍ରାନଜାକସନ୍‌ ଉପରେ ୨ ଟଙ୍କା ମିଳିଥାଏ। ଅର୍ଥାତ୍‌ ବାର୍ଷିକ ରିଟର୍ଣ୍ଣ ଅନ୍‌ ଇନଭେଷ୍ଟମେଣ୍ଟ ୩୩-୫୦ ପ୍ର୍ରତିଶତ ପର୍ଯ୍ୟନ୍ତ ହୋଇଯିବ।

ଯଦି ବୁଝିପାରୁନାହାଁନ୍ତି ତାହେଲେ ବୁଝନ୍ତୁ, ଯଦି ଆପଣଙ୍କ ଏଟିଏମ୍‌ ଜରିଆରେ ପ୍ରତିଦିନ ୨୫୦ ଟି ଟ୍ରାନଜାକସନ୍‌ ହେଉଥାଏ ଯେଉଁଥିରେ ୬୫ ପ୍ରତିଶତ କ୍ରାସ୍‌ ଟ୍ରାନଜାକସନ୍‌ ଏବଂ ୩୫ ପ୍ରତିଶତ ନନ୍‌ କ୍ୟାସ୍‌ ଟ୍ରାନଜାକସନ୍‌ ହେଉଥାଏ ତାହେଲେ ଆପଣଙ୍କ ମନ୍ଥଲୀ ଇନକମ୍‌ ୪୫ ହଜାର ଟଙ୍କା ପାଖାପାଖି ଆସିଯିବ। ସେହିପରି ୫୦୦ ଟ୍ରାନଜାକସନ୍‌ ଯଦି ଦିନକୁ ହୁଏ ତାହେଲେ ୮୮ ରୁ ୯୦ ହଜାର ଟଙ୍କା କମିସନ୍‌ ଆପଣ ପାଇପାରିବେ। ମୋଟ୍‌ ଉପରେ କହିବାକୁ ଗଲେ ଗୋଟେ ଥର ଇନଭେଷ୍ଟ ପରେ ଜବରଦସ୍ତ ମୁନାଫା ହିଁ ମୁନାଫା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.