ଆପଣଙ୍କ ଗ୍ୟାସ ସିଲିଣ୍ଡର ଶେଷ ହୋଇ ଯାଇଛି କି? ଚିନ୍ତା କରନ୍ତୁନି…ଏହି ୪ଟି ଉପାୟରେ ଆପଣ ଘରେ ବସି କରି ପାରିବେ ବୁକିଙ୍ଗ

ଆଜିକାଲି ସହରଠାରୁ ଗାଁ ପର୍ଯ୍ୟନ୍ତ, ସବୁ ସ୍ଥାନରେ ଗ୍ୟାସ ସିଲିଣ୍ଡରର ଉପଯୋଗିତା ବହୁତ ବୃଦ୍ଧି ପାଇଛି। ଗାଁରେ ମଧ୍ୟ ମହିଳାମାନେ କାଠ ଚୁଲି ଅପେକ୍ଷା ଗ୍ୟାସ୍ ସିଲିଣ୍ଡର ବ୍ୟବହାର କରିବାକୁ ଅଧିକ ପସନ୍ଦ କରୁଛନ୍ତି। ଏହା ସେମାନଙ୍କ କାର୍ଯ୍ୟକୁ ସହଜ କରି ଦେଉଛି। ଏଥି ସହିତ ଏହା ପରିବେଶର ସୁରକ୍ଷା କରିବାରେ ମଧ୍ୟ ସାହାଯ୍ୟ କରୁଛି। ବ୍ୟବହାର ନିମନ୍ତେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ ଆବଶ୍ୟକତା ମୁତାବକ, ପ୍ରତି ମାସରେ ଗୋଟିଏ ଗ୍ୟାସ ସିଲିଣ୍ଡର ବୁକ୍ କରିବାକୁ ପଡ଼ିଥାଏ।

କିଛି ବର୍ଷ ପୂର୍ବେ ଗ୍ୟାସ୍ ବୁକିଂ ଅତ୍ୟନ୍ତ କଷ୍ଟଦାୟକ କାର୍ଯ୍ୟ ଥିଲା। ଏଥିପାଇଁ ଲୋକଙ୍କୁ ଗ୍ୟାସ ଏଜେନ୍ସି ପାଖକୁ ଯିବାକୁ ପଡୁଥିଲା। କିନ୍ତୁ ବର୍ତ୍ତମାନ ବଦଳୁଥିବା ସମୟରେ ଗ୍ୟାସ ବୁକିଂରେ ଅନେକ ପରିବର୍ତ୍ତନ ଆସିଛି। ଆପଣ ଘରେ ବସି ଅତି ସହଜରେ ଏକ ନୂଆ ଗ୍ୟାସ ସିଲିଣ୍ଡର ବୁକ୍ କରି ପାରିବେ। ଆଜି ଆମେ ଆପଣଙ୍କୁ ଚାରୋଟି ଉପାୟ କହିବାକୁ ଯାଉଛୁ, ଯଦ୍ଦ୍ୱାରା ଘରେ ବସି ଗ୍ୟାସ ସିଲିଣ୍ଡର ବୁକ କରାଯାଇ ପାରିବ।

SMS ମାଧ୍ୟମରେ ସିଲିଣ୍ଡର ବୁକ୍ କରନ୍ତୁ: ଆପଣ ସହଜରେ SMS ମାଧ୍ୟମରେ ଗ୍ୟାସ୍ ବୁକ୍ କରି ପାରିବେ। ଏଥିପାଇଁ ଆପଣଙ୍କୁ ଗ୍ୟାସ୍ ଏଜେନ୍ସିର ନାମ, ବିତରକଙ୍କ ନାମ, ଫୋନ୍ ନମ୍ବର, STD କୋଡ୍ ଏବଂ ଆପଣଙ୍କ ସହରର IVRS ନମ୍ବର ଟାଇପ୍ କରିବାକୁ ପଡିବ। ଏହାପରେ ମେସେଜ୍ ପଠାନ୍ତୁ। ଆପଣଙ୍କୁ ଗ୍ୟାସ୍ ବୁକିଂର ନିଶ୍ଚିତକରଣ ବାର୍ତ୍ତା ମିଳିବ।

କଲ ମାଧ୍ୟମରେ: ଆପଣ ଟୋଲ ଫ୍ରି ନମ୍ବରରେ କଲ କରି ନିଜର ଗ୍ୟାସ ଏଜେନ୍ସିଠାରୁ ଗ୍ୟାସ ବୁକିଙ୍ଗ କରି ପାରିବେ। ଘରେ ବସି ଆପଣ କଲ କରି ଗ୍ୟାସ ସିଲିଣ୍ଡର ବୁକ କରି ପାରିବେ। ଏହାପରେ ୨୪ ଘଣ୍ଟାରେ ଗ୍ୟାସ ଡେଲିଭରି ଘରେ ହୋଇଯିବ।

ଅନଲାଇନ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ବୁକିଂ: ଅନଲାଇନ ମାଧ୍ୟମରେ ଗ୍ୟାସ୍ ସିଲିଣ୍ଡର ବୁକ୍ କରିବା ପାଇଁ ଆପଣଙ୍କୁ Mylpg.in ୱେବସାଇଟକୁ ଯିବାକୁ ପଡିବ। ଏହାପରେ ଆପଣଙ୍କର ୧୭ ଅଙ୍କ ବିଶିଷ୍ଟ LPG ଗ୍ୟାସ୍ ସଂଯୋଗର ସୂଚନା ଦେବାକୁ ହେବ। ଏହାପରେ ସମସ୍ତ ସୂଚନା ପୂରଣ କରନ୍ତୁ। ଏବେ ଆପଣଙ୍କର ଗ୍ୟାସ ବୁକିଂ ହୋଇଯିବ। ଆପଣଙ୍କୁ ମୋବାଇଲରେ ମେସେଜ୍ ମଧ୍ୟ ମିଳିଯିବ।

ହ୍ଵାଟ୍ସଆପ ମାଧ୍ୟମରେ ଗ୍ୟାସ୍ ବୁକ୍ କରନ୍ତୁ: ଆପଣ ହ୍ଵାଟ୍ସଆପ ମାଧ୍ୟମରେ ଗ୍ୟାସ୍ ବୁକ୍ କରି ପାରିବେ। ଏଥିପାଇଁ ଆପଣଙ୍କୁ ମୋବାଇଲରେ 7588888824 ନମ୍ବରକୁ ସେଭ କରିବାକୁ ପଡିବ। ଏହାପରେ ଆପଣ REFILL ଲେଖି ଏହି ନମ୍ବରକୁ ପଠାଇବେ। ବର୍ତ୍ତମାନ ଦୁଇଟି ସହଜ ପଦକ୍ଷେପ ଅନୁସରଣ କରି ଆପଣ ଗ୍ୟାସ୍ ସିଲିଣ୍ଡର ବୁକ୍ କରି ପାରିବେ।