ସବୁ ଗାଡ଼ି ସମ୍ପର୍କରେ ସୂଚନା ଦେବ ସରକାରଙ୍କ ଏହି ପୋର୍ଟାଲ, ଜାଣନ୍ତୁ କିପରି

ଅନେକ ଥର ଆମକୁ ବିଭିନ୍ନ କାମ ଉଦ୍ଦେଶ୍ୟରେ ଅନ୍ୟ ଗାଡ଼ି ସମ୍ପର୍କରେ ସମସ୍ତ ତଥ୍ୟ ଜାଣିବାର ଆବଶ୍ୟକତା ପଡ଼ିଥାଏ। ଏମିତିରେ ଅନେକ ଟିପ୍ସ ରହିଛି ଯାହାକୁ ମାନି ଆପଣ ଗାଡ଼ି ଡିଟେଲ୍ସ ବାହାର କରିପାରିବେ। ତେବେ ଗାଡ଼ିର ସରକାରୀ ସୂଚନା ରହିଛି ତେବେ ଏହା ସମ୍ପର୍କରେ ସମସ୍ତ ସୂଚନା ପାଇବା ସହଜ ହୋଇଥାଏ। କିନ୍ତୁ ଏଥିପାଇଁ ରହିଥିବା ଉପାୟ ସମ୍ପର୍କରେ କାହାକୁ ଜଣାନଥାଏ। ଏମିତିରେ ଆପଣ ଗାଡ଼ିିର ରେଜିଷ୍ଟ୍ରେସନ ନମ୍ବରରୁ ଏହା ସମ୍ପର୍କରେ ସମସ୍ତ ସୂଚନା ପାଇପାରିବେ।

ଗାଡ଼ି ସମ୍ପର୍କରେ ସମସ୍ତ ସୂଚନା ଦେବା ପାଇଁ ସରକାର ଏକ େଓ୍ଵବସାଇଟ ବାହାର କରିଛନ୍ତି। ଯାହା ମାଧ୍ୟମରେ ଆପଣ ସମସ୍ତ ଗାଡ଼ିର ସବିଶେଷ ସୂଚନା ପାଇପାରିବେ। ସରକାର ଏହି େଓ୍ଵବସାଇଟର ନାମ ରଖିଛନ୍ତି VAHAN Website।

ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଏକ ଖାସ ସକ୍ୱେନ୍ସରେ ଆସିଥାଏ। ଯାହା କି ଆଖି ଭଳିଆ ଏସବୁ ଉପରେ ନଜର ରଖିଥାଏ। ସରକାରଙ୍କ ନିୟମ ଅନୁଯାୟୀ ଏଠାରେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଏବଂ ଆଇଡି ଜରୁରୀ ହୋଇଥାଏ। ଯାହାକି ଗାଡ଼ିର ଲିଗାଲ ପ୍ରୋସେସ ରେ ଦରକାର ପଡ଼ିଥାଏ। ଏଥିପାଇଁ ଯେଉଁ ଗାଡ଼ିର ଡିଟେଲ୍ସ ବାହାର କରିବାକୁ ଚାହୁଁଛନ୍ତି ସେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବର ଥିବା ଜରୁରୀ। ନୂଆ କାରରେ ଏହି ପ୍ରକ୍ରିୟା ଖୁବ ସହଜ ହୋଇଥାଏ। କିନ୍ତୁ ଯଦି ଆପଣ ପୁରୁଣା ଗାଡ଼ିକୁ କିଣୁଛନ୍ତି ତେବେ ଆପଣଙ୍କ ଡକ୍ୟୁମେଣ୍ଟସ ଭଲ ଭାବେ ଯାଞ୍ଚ କରନ୍ତୁ।

ବାହନ େଓ୍ଵବସାଇଟରେ ଡ୍ରାଇଭିଂ ଲାଇସେନ୍ସ ଏବଂ ରେଜିଷ୍ଟ୍ରେସନ ସାର୍ଟିଫିକେଟର ସୂଚନା ମଧ୍ୟ ମିଳିଯିବ । ଏବେ ଜାଣନ୍ତୁ କିପରି ଗାଡ଼ିର ଡିଟେଲ୍ସ ଜାଣିବେ :

-ପ୍ରଥମେ ବାହନର ଅଫିସିଆଲ େଓ୍ଵବସାଇଟ https://vahan.nic.in/ କୁ ଯାଆନ୍ତୁ।

-ଏହାପରେ ଉପରେ ଥିବା know your whicle detail କୁ କ୍ଲିକ କରନ୍ତୁ ।

-ଏହାପରେ ଗାଡ଼ିର ରେଜିଷ୍ଟ୍ରେସନ ନମ୍ବରକୁ ଏଣ୍ଟର କରାନ୍ତୁ।
-ଏହା କରିବା ପରେ ଆପଣଙ୍କୁ ଗାଡ଼ିର ରେଜିଷ୍ଟେସନ ନମ୍ବର, ଇଞ୍ଜିନ ନମ୍ବର, ଚେସିସ୍‌ ନମ୍ବର, ଗାଡ଼ି ମାଲିକଙ୍କ ନାମ ଏବଂ ଗାଡ଼ିର କ୍ଲାସ ଭଳି ଅନ୍ୟ ସମସ୍ତ ସୂଚନା ସମ୍ପର୍କରେ ସୂଚନା ମିଳିଯିବ।

– ଏହାସହ ଗାଡ଼ିରେ ବ୍ୟବହାର ହୋଇଥିବା ଫ୍ୟୁଲ ସମ୍ପର୍କରେ ମଧ୍ୟ ସୂଚନା ମିଳି ଯିବ।
– ଏହାବ୍ୟତିତ ରୋଡ ଟାକ୍ସ ଭୁଗତାନ, ପଲ୍ୟୁସନ ଅଣ୍ଡର କଣ୍ଟ୍ରୋଲ ମାନେ ପିୟୁସି ଏବଂ ଗାଡ଼ିର ଇନସୁରାନ୍ସ ସମ୍ପର୍କରେ ମଧ୍ୟ ସବୁ ତଥ୍ୟ ମିଳିଯିବ।

Leave A Reply

Your email address will not be published.