ବ୍ୟବସାୟ ଓ ଅର୍ଥନୀତି

ଘରେ ଗ୍ୟାସ ବିସ୍ଫୋରଣ ରେ ହୋଇଛି କି ଦୁର୍ଘଟଣା ତେବେ ପାଇବେ ୬ ଲକ୍ଷ ଟଙ୍କା ବୀମା ରାଶି, ଏମିତି କରନ୍ତୁ କ୍ଲେମ୍‌

ଆଜିର ସମୟରେ ଭାରତର ଅଧିକାଂଶ ଘରେ ରନ୍ଧନ ଗ୍ୟାସରେ ଖାଦ୍ୟ ପ୍ରସ୍ତୁତ ହେଉଛି। କିନ୍ତୁ କଣ ଆପଣ ଜାଣିଛନ୍ତି ରନ୍ଧନ ଗ୍ୟାସ୍‌ କନେକସନ୍‌ ସହିତ ଫ୍ରିରେ ଆପଣଙ୍କୁ ବୀମା ମଧ୍ୟ ମିଳିଥାଏ। ଏମିତିରେ ଯଦି ଆପଣଙ୍କ ଘରେ ଗ୍ୟାସ ସିଲିଣ୍ଡର କାରଣରୁ କୌଣସି ଦୁର୍ଘଟଣା ଘଟୁଛି, ତେବେ ଆପଣ ତେଲ କମ୍ପାନୀଙ୍କ ପାଖରେ ବୀମା ପାଇଁ କ୍ଲେମ୍‌ କରିପାରିବେ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏହି ବୀମା କଭର ଆପଣଙ୍କ ରନ୍ଧନ ଗ୍ୟାସ୍‌ କନେକସନ୍‌ ହେବା ପର ଠାରୁ ହିଁ ଆରମ୍ଭ ହୋଇଯାଇଥାଏ।

ତେଲ କମ୍ପାନୀ ନିଜ ଆଡୁ ହିଁ ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କଭର ଦେଇଥାଏ। ଯଦି ଆପଣଙ୍କ ଘରେ ଗ୍ୟାସ ଦୁର୍ଘଟଣା ଘଟୁଛି ତେବେ ଆପଣଙ୍କୁ ନିଜର ଗ୍ୟାସ ଡିଷ୍ଟ୍ରିବୁଟରକୁ ଏହା ବିଷୟରେ ସୂଚନା ଦେବାକୁ ହେବ। ଏହାପରେ ଗ୍ୟାସ୍‌ ଡିଷ୍ଟ୍ରିବୁଟର ଏହି ସମ୍ପର୍କରେ ବୀମା କମ୍ପାନୀଙ୍କୁ ଏହି ବିଷୟରେ ସୂଚନା ଦେବେ ଏବଂ ଏହାପରେ ଯାଇ ଆଗାମୀ ପ୍ରକ୍ରୀୟା ପୂରା କରିବେ।

ସିଲିଣ୍ଡର ସହିତ ମିଳିଥାଏ ଲକ୍ଷାଧିକ ବୀମା

-ଯଦି କୌଣସି କାରଣବସତଃ LPG ସିଲିଣ୍ଡର ବିଷ୍ଫୋରଣ ହେଉଛି ଏବଂ ଏହି କାରଣରୁ କାହାର ମୃତ୍ୟୁ ଘଟୁଛି ତେବେ ଗ୍ୟାସ୍‌ କମ୍ପାନୀ ପ୍ରତି ବ୍ୟକ୍ତିଙ୍କ ପିଛା ୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କ୍ଷତିପୂରଣ ଦିଅନ୍ତି।

-ସେହିପରି ଯଦି କୌଣସି ବ୍ୟକ୍ତି ଗ୍ୟାସ ସିଲିଣ୍ଡର ବିଷ୍ଫୋରଣରେ ଗୁରୁତର ଆହତ କିମ୍ବା ଆହତ ହେଉଛନ୍ତି ତେବେ ତାଙ୍କର ଚିକିତ୍ସା ପାଇଁ ଅଧିକତମ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ରାଶି ମିଳିଥାଏ।

-ଏହାସହିତ ଯଦି ଏହି ଗ୍ୟାସ୍‌ ବିସ୍ଫୋରଣ ରେ କାହାର ସମ୍ପତ୍ତିର କ୍ଷୟକ୍ଷତି ହେଉଛି ତେବେ ଏଥିପାଇଁ ମଧ୍ୟ ଦୁଇ ଲକ୍ଷ ଟଙ୍କା କ୍ଷତିପୂରଣ ମିଳିଥାଏ।

ଏବେ ଆସନ୍ତୁ ଜାଣିବା କେମିତି କରିବେ ବୀମା କ୍ଲେମ

ଯଦି କୌଣସି କାରଣବସତଃ ଗ୍ୟାସ୍‌ ସିଲିଣ୍ଡର ଦ୍ୱାରା ଦୁର୍ଘଟଣା ହେଉଛି ତେବେ ସର୍ବପ୍ରଥମେ ଆପଣଙ୍କୁ ସ୍ଥାନୀୟ ପୋଲିସ ଥାନାରେ FIR ରୁଜୁ କରିବାକୁ ହେବ। ଏହାପରେ ନିଜ ଗ୍ୟାସ ଡିଷ୍ଟ୍ରିବୁଟରଙ୍କୁ FIRର କପି ସହିତ ଦୁର୍ଘଟଣାର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ହେବ। ଏହାପରେ ଡିଷ୍ଟ୍ରିବୁଟର ଏହାର ରିପୋର୍ଟ ତେଲ କମ୍ପାନୀଙ୍କ ପାଖରେ ପହଁଚାଇବ।

ଏହାପରେ ଘଟଣାର ସଠିକତା ପାଇଁ ତେଲ କମ୍ପାନୀ ପକ୍ଷରୁ ଏ ତଦନ୍ତ ଟିମ୍‌ ଆସିବ ଏବଂ ଏହି ଟିମ୍‌ କେତେ ଟଙ୍କା କ୍ଲେମ ମିଳିବ ତାହା ନିର୍ଣ୍ଣୟ କରିବେ। କ୍ଲେମ ଟଙ୍କାର ପେମେଣ୍ଟ ତେଲ କମ୍ପାନୀ କରିବ। ତେଲ କମ୍ପାନୀ ଏହାକୁ ଆପଣଙ୍କ ଡିଷ୍ଟ୍ରିବୁଟରଙ୍କ ପାଖୁ ପଠାଇବ, ଯାହା ପରେ ଗ୍ରାହକ କିମ୍ବା ତାଙ୍କ ପରିଜନଙ୍କୁ ହସ୍ତାନ୍ତର କରାଯିବ।

Pritiparna

Recent Posts

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

49 mins ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

1 hour ago

IT କମ୍ପାନୀର ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ, ଜଳି ଛାରଖାର ହେଲା ଅଫିସ୍‌ ଗୃହ

ପ୍ରବଳ ଗ୍ରୀଷ୍ମ ତାତି ଭିତରେ ଉତ୍ତର ପ୍ରଦେଶର ନୋଏଡାରେ ଲଗାତାର ଅଗ୍ନିକାଣ୍ଡ ଘଟୁଛି । ଗତ ୩ ଦିନ ହେବ…

2 hours ago

ବସ୍‌ ଷ୍ଟାଣ୍ଡରେ ହୁତୁ ହୁତୁ ହୋଇ ଜଳିଗଲା ୪ ଟି ବସ୍‌

ରାୟଗଡ଼ା(କେନ୍ୟୁଜ୍‌): ବସ୍‌ ରେ ଲାଗିଲା ନିଆଁ । ହୁତୁ ହୁତୁ ହୋଇ ବସ୍‌ଷ୍ଟାଣ୍ଡରେ ଜଳିଗଲା ବସ୍‌ । ରାୟଗଡ଼ା ଜିଲ୍ଲା…

2 hours ago

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲା : ମୃତ୍ୟୁସଂଖ୍ୟା ୯କୁ ବୃଦ୍ଧି

ପୁରୀ(କେନ୍ୟୁଜ୍‌): ପୁରୀ ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ଫୋରଣ ମାମଲାରେ ଆଉ ଜଣଙ୍କ ମୃତ୍ୟୁ । ଏଥିସହ ମୃତ୍ୟୁସଂଖ୍ୟା ୯ କୁ ବୃଦ୍ଧି…

2 hours ago

ଟ୍ରେନରେ କେତେବେଳେ ବ୍ୟବହାର କରାଯାଏ ଏମର୍ଜେନ୍ସି ବ୍ରେକ୍?

ଭାରତରେ ଭାରତୀୟ ରେଳ ହେଉଛି ଲୋକଙ୍କ ଲାଇଫ ଲାଇନ । ପ୍ରତିଦିନ ଲକ୍ଷ ଲକ୍ଷ ଯାତ୍ରୀ ଭାରତୀୟ ରେଳପଥ ଦେଇ…

2 hours ago