ଗ୍ରାହକଙ୍କ ପାଇଁ ଜିଓ ଲଞ୍ଚ କଲା ଶସ୍ତା ପ୍ଲାନ, ମାତ୍ର ୨୦୯ ଟଙ୍କାରେ ପାଇପାରିବେ ଏହି ସବୁ ସୁବିଧା

ରିଲାଏନ୍ସ ଜିଓ କମ୍ପାନୀ ନିଜ ପ୍ଲାନ ଗୁଡିକର ଦର ଅନେକ ଗୁଣା ବଢ଼ାଇ ଦେଇଛି ।  କିଛି ପ୍ଲାନରେ କିଛି ପରିବର୍ତ୍ତନ ବି ଅଣାଯାଇଛି ।  ଏଇ ନିକଟରେ କମ୍ପାନୀ ପକ୍ଷରୁ ଏକ ନୂଆ ପ୍ଲାନ ବି ଲଞ୍ଚ କରାଯାଇଛି ।  ନିଜ ଗ୍ରାହକ ମାନଙ୍କୁ ଖୁସି କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ଶସ୍ତା ପ୍ଲାନ ବଜାରକୁ ଛଡାଯାଇଛି ।  ଯେଉଁଥିରେ ପ୍ରତିଦିନ ୧ ଜିବି ଡାଟା ମିଳିବା ସହିତ ଅନେକ ଗୁଡିଏ ଲାଭ ମିଳିପାରିବ ।  ଜିଓର ଅଫିସିଆଲ ୱେବ ସାଇଟରେ ଏବାବଦରେ ଅଧିକ ତଥ୍ୟ ଦିଆଯାଇଛି ।  କମ୍ପାନୀ ପକ୍ଷରୁ ଏହାର ମୂଲ୍ୟ ୨୦୯ ଟଙ୍କା ରଖାଯାଇଛି ।

ଏହାର ଭ୍ୟାଲିଡିଟି ୨୮ଦିନ ଯାଏଁ ରହିବା ସହିତ ପ୍ରତିଦିନ ୧ ଜିବି ପର୍ଯ୍ୟନ୍ତର ଡାଟା ମିଳିପାରିବ ।  ଅର୍ଥାତ ୟୁଜର ମାନେ ୨୮ ଜିବି ଡାଟା ପାଇପାରିବେ ।  ଏହା ସହ କୌଣସି ବି ନେଟୱାର୍କକୁ ଅନଲିମିଟେଡ଼ କଳିଙ୍ଗର ସୁବିଧା ବି ମିଳିବ ।  ପ୍ରତିଦିନ ୧୦୦ ଏସଏମଏସ ସୁବିଧା ପାଇପାରିବେ ।  ଅଧିକ ଲାଭ ପାଇବା ପାଇଁ ଫ୍ରି ସବସ୍କ୍ରିପସନର ସୁବିଧା ବି ରହିଛି ।  ଏହା ସହିତ କମ୍ପାନୀ ପକ୍ଷରୁ ୧୪୯ ଟଙ୍କିଆ ଓ ୧୭୯
ଟଙ୍କିଆ ପ୍ଲାନ ବି ବଜାରକୁ ଛଡାଯାଇଛି ।

ରିଲାଏନ୍ସ ଜିଓର ୧୭୯ ଟଙ୍କିଆ ପ୍ଲାନର ଅବଧି ୨୪ ଦିନ ଯାଏଁ ରହିବ । ଏଥିରେ ୟୁଜର ମାନେ ପ୍ରତିଦିନ ୧ ଯିବି ଡାଟା ସୁବିଧା ପାଇବା ସହିତ ପ୍ରତିଦିନ ୨୪ ଜିବି ଡାଟା ଲାଭ ପାଇପାରିବେ ।  ଏହା ସହ ଅନଲିମିଟେଡ଼ କଲିଙ୍ଗର ସୁବିଧା ବି ମିଳିପାରିବ ।  ୧୦୦ ଏସଏମଏସର ଲାଭ ବି ରହିଛି ।  ଜିଓ ତରଫରୁ ଲଞ୍ଚ ହୋଇଥିବା ୧୪୯ ଟଙ୍କିଆ ପ୍ଲାନର ଅବଧି ୨୦ ଦିନ ଯାଏଁ ରହିବ ।  ପ୍ରତିଦିନ ୧ ଜିବି ଡାଟା ମିଳିବା ସହିତ ୧୦୦ ଏସଏମଏସର ଲାଭ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.