BOB, SBI କିମ୍ବା HDFCରେ ଆକାଉଣ୍ଟ ଥିଲେ ମିଳିବ ଏହି ସବୁ ନୂଆ ସୁବିଧା

ଯଦି ଆପଣଙ୍କର ବ୍ୟାଙ୍କ ଅଫ ବରୋଦା, ଏସବିଆଇ ଓ ଏଚଡ଼ିଏଫସି ବ୍ୟାଙ୍କରେ କୌଣସି ଆକାଉଣ୍ଟ ଅଛି ତେବେ ଆପଣଙ୍କ ପାଇଁ ଏକ ଖୁସି ଖବର ଆସିଛି । ବ୍ୟାଙ୍କ ଅଫ ବରୋଦା ଜିଡିପି ଉପରେ ନିଜ ସୁଧହାର ପରିବର୍ତ୍ତନ କରିଛି । ଆପଣଙ୍କୁ କହି ରଖିବା ଉଚିତ ହେବ କି ବୟସ୍କ ବ୍ୟକ୍ତି ମାନଙ୍କୁ ବ୍ୟାଙ୍କ କତ୍ତୃପକ୍ଷଙ୍କ ତରଫରୁ ୦.୫୦ ପ୍ରତିଶତ ଅତିରିକ୍ତ ସୁଧ ଯୋଗାଇ ଦିଆଯାଉଛି । ଯେବେକି ଫେବୃଆରୀ ୨୫ ତାରିଖ ଠାରୁ ଫିକ୍ସଡ ଡିପୋଜିଟ ଉପରେ ବ୍ୟାଙ୍କ ଅଫ ବରୋଦା ତାର ସୁଧହାରରେ ପରିବର୍ତ୍ତନ ଆଣିଛି । ଏହି ପରିବର୍ତ୍ତନ ପରେ ବିଓବି ଏଫଡ଼ି ସୁଧ ହାର ୨.୮୦ ପ୍ରତିଶତରୁ ୫ .୨୫ ପ୍ରତିଶତକୁ ବୃଦ୍ଧି ପାଇଥିବା ନେଇ ଜଣାଯାଇଛି । ଯାହାକି ୭ ରୁ ୧୦ ଦିନ ଭିତରେ ମ୍ୟାଚ୍ୟୁରିଟି ଲାଭ କରିବ । କହିରଖିବା ଉଚିତ ହେବକି ବର୍ତ୍ତମାନ ସମୟରେ ବ୍ୟାଙ୍କ ନିଜ ଫିକ୍ସଡ଼ ଡିପୋଜିଟ ଉପରେ ୨ .୮୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଯୋଗାଇ ଆସୁଛି | ଯାହାର ମ୍ୟାଚ୍ୟୁରିଟି ୭ ରୁ ୪୫ ଦିନ ଭିତରେ ହେବ । ଏମିତି ପରିସ୍ଥିତିରେ ବ୍ୟାଙ୍କ ତରଫରୁ ପରିବର୍ତ୍ତନ ଅଣାଯିବା ପରେ ୪୬ ଦିନରୁ ୧୮୦ ଦିନ ମଧ୍ୟର ମ୍ୟାଚ୍ୟୁରିଟି ଉପରେ ୩ .୭ ପ୍ରତିଶତର ସୁଧ ଓ ୧୮୧ ରୁ ୨୭୦ ଦିନର ମ୍ୟାଚ୍ୟୁରିଟି ଉପରେ ୪ .୩୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଯୋଗାଇ ଦିଆଯିବ । ଯେବେକି ୨୭୧ ଦିନରୁ ୧ ବର୍ଷ ମଧ୍ୟର ଏଫଡ଼ି ଉପରେ ୪ .୪ ପ୍ରତିଶତ ପର୍ଯ୍ୟନ୍ତ ସୁଧହାର ଯୋଗାଇ ଦିଆଯାଉଛି । ଏହାବାଦ ଏକ ବର୍ଷ କିମ୍ବା ଏହା ଠାରୁ ଅଧିକ ଅବଧିର ମ୍ୟାଚ୍ୟୁରିଟି ଉପରେ ୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଯୋଗାଇ ଦିଆଯିବ । ସମାନ ପରିସ୍ଥିତିରେ ଏକ ବର୍ଷରୁ ୩ ବର୍ଷ ପର୍ଯ୍ୟନ୍ତର ଅବଧି ଉପରେ ୫ .୧ ପ୍ରତିଶତର ସୁଧ ଯୋଗାଇ ଦିଆଯାଉଛି ।
ଯେବେକି ୩ ବର୍ଷରୁ ଅଧିକ ସମୟର ଅବଧି ଉପରେ ୫ .୨୫ ପ୍ରତିଶତ ପର୍ଯ୍ୟନ୍ତ ସୁଧ ହାର ଯୋଗାଇ ଆସୁଛି । ଯେବେକି ୫ ବର୍ଷରୁ ୧୦ ବର୍ଷ ସମୟର ଅବଧି ଉପରେ ମଧ୍ୟ ୫ .୨୫ ପ୍ରତିଶତ ସୁଧ ଯୋଗାଇ ଆସୁଛି । ଖାଲି ବ୍ୟାଙ୍କ ଅଫ ବରୋଦା ବ୍ୟତୀତ ଏଚ୍ଡିଏଫ୍ସି ବ୍ୟାଙ୍କ ଓ ଏସବିଆଇ ପକ୍ଷରୁ ମଧ୍ୟ ପରିବର୍ତ୍ତନ ଅଣାଯାଇଛି । ଯେଉଁ ମାନେ ନୂଆ ଏଫଡ଼ି ପାଇଁ ଚେଷ୍ଟା କରୁଛନ୍ତି ସେମାନଙ୍କୁ ନୂଆ ନିୟମ ଅନୁଯାୟୀ ସୁଧ ଯୋଗାଇ ଦିଆଯିବ ।
ତେବେ ଆସନ୍ତୁ ଏସବିଆଇ ପକ୍ଷରୁ ଯୋଗାଯାଉଥିବା ଏଫଡ଼ି ସୁଧ ଉପରେ ଏକ ନଜର ପକାଇବା:
୭ ଦିନରୁ ୪୫ ଦିନ ମଧ୍ୟରେ- ୨ .୯୦ %
୪୬ ଦିନରୁ ୧୭୯ ଦିନ ମଧ୍ୟରେ- ୩ .୯୦ %
୧୮୦ ଦିନରୁ ୨୧୦ ଦିନ ମଧ୍ୟରେ- ୪ .୪୦ %
୨୧୧ ଦିନରୁ ୧ ବର୍ଷ ମଧ୍ୟରେ- ୪ .୪୦ %
୧ ବର୍ଷରୁ ୨ ବର୍ଷ ମଧ୍ୟରେ- ୫ .୧୦ %
୨ ବର୍ଷରୁ ୩ ବର୍ଷ ମଧ୍ୟର ଅବଧି ମଧ୍ୟରେ – ୫ .୨୦ %
୩ ବର୍ଷରୁ ୫ ବର୍ଷର ଅବଧିର ସମୟ ମଧ୍ୟରେ- ୫ .୪୫ %
୫ ବର୍ଷରୁ ୧୦ ବର୍ଷର ସମୟ ମଧ୍ୟରେ- ୫ .୫୦ %
ALSO READ: BSNL ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡିବନି କୌଣସି ଆବେଦନ ଶୁଳ୍କ