ଭୁଲରେ ବି ଅଜଣା ଲୋକଙ୍କୁ ଦିଅନ୍ତୁ ନାହିଁ ଲିଫ୍ଟ, ଧରାପଡ଼ିଲେ ଭୋଗିବେ ବଡ଼ ଜରିମାନା

ଗାଡ଼ି ଚାଳକ ସାବଧାନ। ରାସ୍ତାରେ ଯିବା ସମୟରେ ଯଦି ଭୁଲରେ ବି କାହାକୁ ଲିଫ୍ଟ ଦେଉଛନ୍ତି ତେବେ ସିଧା ଯିବେ ଜେଲ। ଆଜ୍ଞା ହଁ , ଏକଥା ଆମେ କହୁନାହୁଁ ବରଂ ମୋଟର ହ୍ଵିକିଲ ଆକ୍ଟ କହୁଛି। ମୋଟର ହ୍ଵିକିଲ ଆକ୍ଟ ୬୬/୧୯୨ ଅନ୍ତର୍ଗତ ଆପଣ ଯଦି ନିଜ ଗାଡ଼ିରେ କୌଣସି ଅଜଣା ଲୋକଙ୍କୁ ବସାଉଛନ୍ତି ତେବେ ଏହା ସମ୍ପୂର୍ଣ୍ଣ ବେଆଇନ। ତେବେ କଣ ଏହି ନିୟମ , ଏହା ସମ୍ପର୍କରେ ପୁରା ତଥ୍ୟ ଜାଣନ୍ତୁ।

ନୈତିକତା ଆଧାର କୁ ଦୃଷ୍ଟି ଦେଲେ ଆମେ ନିଜ ସେଫ୍ଟି ପାଇଁ ଲାଗୁ ହୋଇଥିବା ସବୁ ନିୟମକୁ ପାଳନ କରିବା ଉଚିତ। କିନ୍ତୁ ଅନେକ ଅଛନ୍ତି ଯେଉଁମାନେ ଖାମଖିଆଲ ମନୋଭାବ ରଖିଥାନ୍ତି। ଆମେ ଏଠି ଯେଉଁ ନିୟମ ସମ୍ପର୍କରେ କହୁଛୁ ତାହା ହେଉଛି ଟ୍ରାଫିକ ବ୍ୟବସ୍ଥାକୁ ନେଇ..ସୁରକ୍ଷା ଦୃଷ୍ଟିରୁ ଚାଳକ ମାନଙ୍କ ପାଇଁ ଟ୍ରାଫିକ ବ୍ୟବସ୍ଥା ତରଫରୁ ଅନେକ ନିୟମ ବାହାର କରାଯାଏ। ଏବେ ସେପରି ଗାଡ଼ି ଚାଲାଣ କଟିବା ଉପରେ ଏବେ ନୂଆ ପଦକ୍ଷେପ ନିଆଯାଇଛି। ଏମିତିରେ ଯଦି କେବେ ଆପଣଙ୍କ ର ବି ଚାଲାଣ କଟିଛି ତେବେ ଏବେ ଠାରୁ ସତର୍କ ହୋଇଯାନ୍ତୁ।

ଯେଉଁମାନେ ନିୟମର ପାଳନ କରନ୍ତି ନାହିଁ ସେମାନଙ୍କ ଉପରେ ସରକାରଙ୍କ କଡ଼ା ଦୃଷ୍ଟି ରହିଥାଏ। ଏମିତିରେ ଯାତାୟାତ କରୁଥିବା ସମୟରେ ଭାରି ମାତ୍ରାରେ ଅନେକ ଲୋକଙ୍କ ଚାଲାଣ କଟେ। କିଛି ଭୁଲ ପାଇଁ ତ ଜେଲ ଯିବାର ମଧ୍ୟ ନିୟମ ରହିଛି। ଏହାପରେ ବି ଅନେକ ଅମାନିଆ ଅଛନ୍ତି ଯେଉଁମାନଙ୍କର ଚାଲାଣ କଟିଥାଏ। ଏମିତିରେ ତାଙ୍କୁ ଫାଇନ ଭରିବାକୁ ପଡ଼ିଥାଏ। ରିପୋର୍ଟ ଅନୁଯାୟୀ ଭାରତରେ ପ୍ରତି ବର୍ଷ ଲକ୍ଷେରୁ ଅଧିକ ଲୋକଙ୍କ ମୃତ୍ୟୁ ସଡ଼କ ଦୁର୍ଘଟଣା କାରଣରୁ ହୋଇଥାଏ। ଏମିତିରେ ଯାତାୟାତ ବ୍ୟବସ୍ଥାକୁ ସୁରକ୍ଷିତ କରିବା ପାଇଁ ଟ୍ରାଫିକ ରୁଲ୍ସ ତିଆରି ହୋଇଛି।

ରାସ୍ତାରେ ଯିବା ସମୟରେ ଆପଣ ଅନେକ ଥର ଅଜଣା ଲୋକଙ୍କୁ ଲିଫ୍ଟ ମାଗୁଥିବାର ଦେଖିଥିବେ। ଏମିିତି ସମୟରେ ମାନବିକତା ଦୃଷ୍ଟିରୁ ଲୋକମାନେ ସାହାଯ୍ୟ କରିବାକୁ ଯାଇ ସେହି ବ୍ୟକ୍ତିଙ୍କୁ ନିଜ ଗାଡ଼ିରେ ବସାଇଥାନ୍ତି। କିନ୍ତୁ ଏହା କରିବା ଠିକ ନୁହେଁ। ଯଦି ଆପଣ ବି ଏମାନଙ୍କ ମଧ୍ୟରୁ ଜଣେ। ତେବେ ନିଜର ଏହି ଅଭ୍ୟାସକୁ ବଦଳାନ୍ତୁ। ଏମିତିରେ ଆପଣ ବଡ଼ ଅସୁବିଧାରେ ପଡ଼ିପାରନ୍ତି। ଫସିବା ସହିତ ଜରିମାନା ମଧ୍ୟ ଲାଗିପାରେ। ତେଣୁ ଏହି ଭୁଲ ନକରିବାକୁ ପରାମର୍ଶ ଦିଆଯାଇଛି। ଜାଣନ୍ତୁ ଏହି ଖାସ ରୁଲ ସମ୍ପର୍କରେ..

ମୋଟର ହ୍ଵିକିଲ ଆକ୍ଟ ୬୬/୧୯୨ଅନ୍ତର୍ଗତ ଆପଣ ନିଜ ଗାଡ଼ିରେ ଅଜଣା ବ୍ୟକ୍ତିଙ୍କୁ ଲିଫ୍ଟ ଦେବା ସମ୍ପୂର୍ଣ୍ଣ ରୂପେ ବେଆଇନ। ଏହାକୁ ନେଇ ମୁମ୍ବାଇରେ ଏକ ମାମଲା ସାମ୍ନାକୁ ଆସିଛି। ଏମିତିରେ ଉକ୍ତ ବ୍ୟକ୍ତିଙ୍କୁ ୨ ହଜାର ଟଙ୍କାର ଚାଲାଣ କଟିଥିଲା। ପରିସ୍ଥିତି କିଛି ଏଭଳି ଥିଲା ଯେ ବ୍ୟକ୍ତି ଜଣକ ନିଜ ଗାଡ଼ିରେ ଯିବା ସମୟରେ ଅଜଣା ଲୋକଙ୍କୁ ଲିଫ୍ଟ ଦେଇଥିଲେ। ପରେ ତାଙ୍କର ଚେକିଂ ହେଲା ଆଉ ସେ ଧରା ପଡ଼ିଲେ। ଏହାପରେ ତାଙ୍କ ଉପରେ ୬୬/୧୯୨ଧାରା ଲାଗୁ ହେଲା ୨ହଜାର ଟଙ୍କା ଦେବାକୁ ପଡ଼ିଲା।

ମୋଟର ହ୍ଵିକିଲ ଆକ୍ଟ ୬୬/୧୯୨ ଅନ୍ତର୍ଗତ କେବଳ କମର୍ସିଆଲ ଗାଡ଼ିକୁ ହିଁ ଏହି ଅନୁମତି ମିଳିଛି। ତାଙ୍କ ପାଖରେ ଏହି ପରିମିଟ ଅଛି। ସେମାନେ ଅନ୍ୟ ଲୋକଙ୍କୁ କମର୍ସିଆଲ ପର୍ପୋଜରେ ଲିଫ୍ଟ ଦେଇପାରିବେ। ପ୍ରାଇଭେଟ ଗାଡ଼ି ବାଲାଙ୍କୁ ଏହି ଅନୁମତି ମିଳିନି। ସହଜ ଭାଷାରେ କହିଲେ ଆପଣ ଏହାକୁ କମର୍ସିଆଲ ରୂପେ ବ୍ୟବହାର କରିପାରିବେ ନାହିଁ। ଏମିତିରେ ଦଣ୍ଡ ଭୋଗିବା ବାଧ୍ୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.