ଏବେ ଛାତ୍ରଙ୍କୁ ଖୁବ ସହଜରେ ମିଳିଯିବ USA Visa

ଏବେ USA ରେ ପଢ଼ିବା ପାଇଁ ଆଉ ନାହିଁ Visa ଟେନସନ୍‌। ୟୁନାଇଟେଡ ଷ୍ଟେଟସ୍‌ ଡିପାର୍ଟମେଣ୍ଟ ଅଫ ଷ୍ଟେଟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏଥିରେ ୟୁଏସ୍‌ ରେ ପଢ଼ିବାର ଇଚ୍ଛା ରଖିଥିବା ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କୁ ବହୁତ ବଡ଼ ସୁବିଧା ମିଳିବ। ଦେଶରେ ଏବେ ଏଫ-୧ ଭିଜା ଆବେଦକଙ୍କୁ ଶିକ୍ଷା ବର୍ଷ ଆରମ୍ଭ ହେବା ଆଗରୁ ମାନେ ୩୬୫ ଦିନ ପୂର୍ବରୁ ନିଜ ଭିଜା ପାଇଁ ଆବେଦନ କରିପାରିବେ।

ୟୁଏସ ରେ ପଢ଼ିବାକୁ ଇଚ୍ଛା ରଖିଥିବା ଛାତ୍ରଛାତ୍ରୀଙ୍କ ପାଇଁ ଆସିଲା ବଢ଼ିଆ ଖବର। ନୂଆ ଏକାଡେମିକ ଇୟର ଆରମ୍ଭ ହେବା ପୂର୍ବରୁ ଉଭୟ ଛାତ୍ର ଛାତ୍ରୀ ନିଜ ଭିଜା ପାଇଁ ଆପ୍ଳାଏ କରିପାରିବେ। ଏଥିରେ F ଓ M ଭିଜା I-20 କାର୍ଯ୍ୟକ୍ରମ ଆରମ୍ଭ ହେବା ଆଗରୁ ୩୬୫ ଦିନ ପୂର୍ବରୁ ମାନେ ଗୋଟିଏ ବର୍ଷ ପୂର୍ବରୁ ଆପ୍ଲାଏ କରିପାରିବେ। ଏଥିପାଇଁ ଛାତ୍ରଙ୍କୁ ଅଧିକ ସମୟ ମିଳିପାରିବ। କିନ୍ତୁ ଏବେ ସେହି ଛାତ୍ରଙ୍କୁ ଆମେରିକାରେ ପ୍ରବେଶ କରିବାର ଅନୁମତି ନାହିଁ।

ୟୁନାଇଟେଡ ଷ୍ଟେଟସ୍‌ ଡିପାର୍ଟମେଣ୍ଟ ଅଫ ଷ୍ଟେଟ ଏକ ଗୁରୁତ୍ୱପୂର୍ଣ୍ଣ ସୂଚନା ଜାରି କରିଛି । ଏଥିରେ ୟୁଏସ୍‌ ରେ ପଢ଼ିବାର ଇଚ୍ଛା ରଖିଥିବା ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କୁ ବହୁତ ବଡ଼ ସୁବିଧା ମିଳିବ। ଦେଶରେ ଏବେ ଏଫ-୧ ଭିଜା ଆବେଦକଙ୍କୁ ଶିକ୍ଷା ବର୍ଷ ଆରମ୍ଭ ହେବା ଆଗରୁ ମାନେ ୩୬୫ ଦିନ ପୂର୍ବରୁ ନିଜ ଭିଜା ପାଇଁ ଆବେଦନ କରିପାରିବେ। ତେବେ ସେମାନଙ୍କ କାଯ୍ୟର୍କ୍ରମ ଆରମ୍ଭର ୩୦ ଦିନ ପୂର୍ବରୁ ଭିଜାରେ ଯାତ୍ରା କରିପାରିବେ।

F ଭିଜାରେ ପିଲା ମାନେ ଲଙ୍ଗ ଟାଇମ ବା ୟୁନିଭର୍ସିଟି ଲେଭଲ ଯାଏଁ କୋର୍ସକୁ ଶେଷ କରିପାରିବେ। କିନ୍ତୁ M ଭିଜାରେ ପିଲାମାନେ କେବଳ ଗୋଟିଏ ବର୍ଷ ପାଇଁ ନିଜ କୋର୍ସ କରିପାରିବେ । ମାନେ ଯେଉଁମାନେ ୧ ବର୍ଷର ଟ୍ରେନିଂ କୋର୍ସ କରିବେ ସେମାନେ ଏମ୍‌ ଭିଜାରେ ଯାଇପାରିବେ।

ତେବେ ଛାତ୍ର ଛାତ୍ରୀଙ୍କୁ ପାଠ୍ୟକ୍ରମ ବର୍ଷରେ ଯେପରି ଭଲରେ ଆଡମିସନ ମିଳିଯିବ ଆଉ ଯାତ୍ରାର କୌଣସି ଅସୁବିଧା ହେବ ନାହିଁ ତେଣୁ କରି ଏଭଳି ସୂଚନା ଆଗୁଆ ଜାରି କରାଯାଇଛି। ଏମିତିରେ ଛାତ୍ର ଛାତ୍ରୀଙ୍କୁ ଅଧିକ ସମୟ ମିଳିବ। ଏବେ ଯେଉଁମାନେ ଷ୍ଟୁଡେଣ୍ଟ ଭିଜାରେ ଆମେରିକା ଯିବାକୁ ଚାହୁଁଥିବେ ସେମାନେ କିନ୍ତୁ ଯାଇପାରିବେ ନାହିଁ। କିନ୍ତୁ ବଡ଼ କଥା ହେଉଛି ସେମାନେ ନିଜ ଏକାଡେମିକ କ୍ୟାରିଅର ପ୍ରୋଗ୍ରାମ ଆରମ୍ଭ ହେବାର ୩୦ ଦିନ ପୂର୍ବରୁ ଯାଇପାରିବେ। ଏହାକୁ ନେଇ ଆମେରିକା ବିଦେଶ ବିଭାଗ ଘୋଷଣା କରିଛି।

ଅନ୍ତରାଷ୍ଟ୍ରୀୟ ଛାତ୍ରଙ୍କ ପାଇଁ ଏହ ଏକ ବହୁତ ବଡ଼ ଅପଡେଟ। ଏହାର ଅର୍ଥ ବିଶ୍ୱବିଦ୍ୟାଳୟ ଟର୍ମ ଟାଇମ ରୁ ୧୨ ରୁ ୧୪ ମାସ ଆଗରୁ I-20 ଫର୍ମକୁ ବାହାର କରିଦିଆଯିବ। ଏହାପୂର୍ବରୁ ଭିଜା ମିଟିଂରେ କେବଳ ୧୨୦ ଦିନ ପର୍ଯ୍ୟନ୍ତ ନିର୍ଦ୍ଧାରିତ ସମୟ ଥିଲା। ଏହାସହ I-20 କାର୍ଯ୍ୟକାଳ ଆରମ୍ଭ ପୂର୍ବରୁ ୪-୬ ମାସ ଥିଲା।
ସଂଯୁକ୍ତ ରାଷ୍ଟ୍ର ଆମେରିକା ଭିଜା ପାଇଁ ସମୟକୁ ନୂଆ ରୂପେ ନିର୍ଦ୍ଧାରିତ କରିବା ପାଇର୍ ବହୁତ ଆଗରୁ ଚେଷ୍ଟା କରୁଥିଲା। କିଛି ଆବେଦକଙ୍କୁ ତ ଭିଜା ନିଯୁକ୍ତି ପାଇଁ ଦୁଇ ବର୍ଷ ରୁ ଅଧିକ ସମୟ ଲାଗୁଥିଲା। ଯାହାକି ବହୁତ ସମୟ । ଗତ କିଛି ମାସରୁ ୟୁଏସ୍‌ ସିଟିଜେନସିପ ଆଣ୍ଡ ଏମିଗ୍ରେସନ ସର୍ଭିସେସ୍‌ ଏହାର ସମୟକୁ ନେଇ ଏକ ନୂଆ ନିଷ୍ପତ୍ତି ନେଲା। ଯେଉଁଥିରେ କି ଇଣ୍ଟରଭ୍ୟୁ ସ୍ଲଟ, କିଛି ଆବେଦକଙ୍କୁ ଏହାର ଛାଡ୍‌ ଓ H-1B ପାଇଁ ନୂଆ ନିଷ୍ପତ୍ତି ନିଆଯାଇଛି।
ଯଦି ଆପଣ ନିଜ ପିଲାକୁ ଆମେରିକା ରେ ପଢ଼ାଇବାକୁ ଚାହୁଁଛନ୍ତି ତେବେ ଆପଣ ଏହି ସୂଚନା ସମ୍ପର୍କରେ ଜାଣିନିଅନ୍ତୁ..
-ୟୁନିଭର୍ସିଟି ବା କଲେଜ ଏଫ୍‌ ଭିଜା
-ହାଇସ୍କୁଲ ଏଫ ଭିଜା
-ପ୍ରାଇଭେଟ ଏଲିମେଣ୍ଟାରୀ ସ୍କୁଲ ଏଫ୍‌ ଭିଜା
-ସେମିନାର ଏଫ୍‌ ଭିଜା
-କନଜଭେଟୋରୀ ଏଫ ଭିଜା
-ଟ୍ରେନିଂ ପ୍ରୋଗ୍ରାମ ଏମ ଭିଜା

ଆବେଦନ ପ୍ରକ୍ରିୟା:
-ଏଫ ୧ ଭିଜା ଆବେଦନ ପୂର୍ବରୁ ଆପଣଙ୍କୁ SEVP ଦ୍ୱାରା ଅନୁମୋଦିତ ସ୍କୁଲ ରେ ଆବେଦନ କରିବାକୁ ହେବ। ସେଥିରେ ଏଣ୍ଟ୍ରାନ୍ସ ଦେବାକୁ ପଡ଼ିବ।
-ପରେ ଆପଣଙ୍କୁ $160 ଭିଜା ପାଇଁ ଦେବାକୁ ହେବ। ଏଫ ୧ଭିଜାର ଫର୍ମକୁ ପୂରା କରିବାକୁ ପଡ଼ିବ।
-ଏହାପରେ ଭିଜା ଇଣ୍ଟରଭ୍ୟୁରେ ସାମିଲ ହୋଇ ଏହାକୁ ପାସ୍‌ କରିବାକୁ ପଡ଼ିବ।
-ଏହି ଇଣ୍ଟରଭ୍ୟୁରେ ଆପଣଙ୍କୁ ସିଲେକସନ କରିବାର ପ୍ରୋସସକୁ ପୂରା କରାଯିବ। ଯଦି ପାସ୍‌ ହେବେ ତେବେ ଯାଇ ଭିଜା ମିଳିବ।

ଏବେ ଜାଣନ୍ତୁ ଆବଶ୍ୟକ ଡକ୍ୟୁମେଣ୍ଟ:-
-ପାସପୋର୍ଟ
-ଭିଜା ପାଇଁ ଫର୍ମ DS-160
-ଆବେଦନ ର ଶୁଳ୍କ
-ପାସପୋର୍ଟ ଫଟୋ
-ଏକାଡେମିକ କୋର୍ସ ପାଇଁ ଫର୍ମ
ତେବେ ଜାଣିରଖନ୍ତୁ ଭାରତୀୟଙ୍କ ପାଇଁ ଏଫ ୧ ଭିଜା ର ବୈଧତା ୬୦ ମାସ ପାଇଁ ରହିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.