ପ୍ରୋଭିଡେଣ୍ଟ ଖାତାରୁ ଭରିପାରିବେ ଇନସ୍ୟୁରାନ୍ସ ପଲିସିର ପ୍ରିମିୟମ, ଜାଣନ୍ତୁ ଇପିଏଫଓର ଏହି ନୂଆ ସୁବିଧା ବିଷୟରେ
ନୂଆଦିଲ୍ଲୀ : ଯଦି ଆପଣ ଚାକିରିଆ ଓ ପ୍ରତି ମାସ ଆପଣଙ୍କ ପ୍ରୋଭିଡେଣ୍ଟ ପଣ୍ଡ କଟୁଛି ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ ଅଟେ । ଏମ୍ପ୍ଲଏ ପ୍ରୋଭିଡେଣ୍ଟ ଫଣ୍ଡ ଅର୍ଗାନାଇଜେସନ(EPFO) ତା’ର ସଦସ୍ୟକୁ ଏହି ସୁବିଧା ଦେଉଛି ଯେ ଅସୁବିଧା ସମୟରେ ଆପଣ ନିଜର ପିଏଫ ଖାତାରୁ ବୀମା ପ୍ରିମିୟମ ଭରିପାରିବେ ।
ଏଥିପାଇଁ ସର୍ତ୍ତ କ’ଣ :
ଇପିଏଫଓ ଏହି ସୁବିଧା କେବଳ ଭାରତୀୟ ଜୀବନ ବୀମା(LIC) ପଲିସୀ ଭରିବାର ସୁବିଧା ଦେଇଛି । ଅନ୍ୟ କୌଣସି ବୀମା କମ୍ପାନୀର ପଲିସି ଭରିବା ପାଇଁ ଏହି ସୁବିଧା ଆପଣ ପାଇ ପାରିବେ ନାହିଁ । ତେବେ ସମସ୍ତଙ୍କୁ ଏହି ସୁବିଧା ମିଳିବ ନାହିଁ । ଏଥିପାଇଁ ଇପିଏଫଓ କାର୍ଯ୍ୟାଳୟରେ ଫର୍ମ ୧୪ ଜମା କରିବାକୁ ହେବ । ଏ ଫର୍ମ ଆପଣଙ୍କୁ ଇପିଏଫ୍ଓ େଓ୍ଵବସାଇଟରେ ମଧ୍ୟ ମିଳିପାରିବ ।
କେମିତି ହେବ ପ୍ରୋସେସ ସମ୍ପୂର୍ଣ୍ଣ :
ପିଏଫ୍ ଆକାଉଣ୍ଟ ହୋଲ୍ଡର ଇପିଏଫଓକୁ ଏହା କହିପାରିବେ ଯେ ସେ ତାଙ୍କର ଏଲ୍ଆଇସି ପଲିସିର ପ୍ରିମିୟମ ଭରନ୍ତୁ । ଏଥିପାଇଁ ତାଙ୍କୁ ଫର୍ମ ୧୪ ଭରିକରି ଦାଖଲ କରିବାକ ପଡିବ । ଏହାଦ୍ୱାରା ଆପଣଙ୍କ ଏଲଆଇସି ପଲିସୀ ଓ ଇପିଏଫ୍ ଖାତାର ଲିଙ୍କ ହୋଇଯିବ । ଏହାଦ୍ୱାରା ଆପଣ ପିଏଫ୍ ଖାତାରୁ ଏଲଆଇସି ପଲିସୀ ପ୍ରିମିୟମ କଟିଯିବ ।
ଇପିଏଫ୍ ର କ’ଣ ନିୟମ :
ବାସ୍ତବରେ ଇପିଏଫଓ ରୁ ଏଲଆଇସି ପଲିସୀ ର ପ୍ରିମିୟମ ଭରିବା ପାଇଁ ଏକ ସର୍ତ୍ତ ମଧ୍ୟ ରହିଛି । ଯଦି ଆପଣଙ୍କ ପିଏଫ୍ ଖାତାରେ ଏଲଆଇସି କୁ ଦିଆଯିବାକୁ ଥିବା ୨ ବର୍ଷର ପ୍ରିମିୟମ ଅର୍ଥ ରହିଛି ତେବେ ଇପିଏଫ୍ଓ ଏହି ସୁବିଧା ଦେବ । ଯଦି ଏହାଠାରୁ କମ ରାଶି ଆପଣଙ୍କ ପିଏଫ ଖାତାରେ ରହିଛି । ତେବେ ଆପଣ ଏହି ସୁବିଧା ପାଇବେ ନାହିଁ । ଯେତେବେଳେ ଆପଣଙ୍କ ଆପ୍ଲିକେସନ ପ୍ରୋସେସ ହୋଇଯିବ । ସେବେ ଠାରୁ ଆପଣଙ୍କ ପ୍ରିମିୟମ ଡ୍ୟୁ ଡେଟ କିମ୍ବା ଏହା ପୂର୍ବରୁ କଟିଯିବ ।