ଏଣିକି ଅନ୍ୟ କାହାର ଗ୍ୟାସ ଏଜେନ୍ସୀ ରୁ ବି ଭରିପାରିବେ ଆପଣଙ୍କ ସିଲିଣ୍ଡର, ସରକାର ଆଣୁଛନ୍ତି ନୂଆ ନିୟମ

ଏଲପିଜି ସିଲିଣ୍ଡର ବୁକିଙ୍ଗକୁ ନେଇ ବହୁତ ଜଲଦି ନୂଆ ନିୟମ ଆସିପାରେ। ଆଉ ଏହି ନିୟମ ଆପଣଙ୍କ ପାଇଁ ନିହାତି ଭାବରେ ଖୁସି ଖବର ହେବ। ଏବେ ଆପଣଙ୍କୁ କେବଳ ନିଜ ଗ୍ୟାସ ଏଜେନ୍ସୀ ଠାରୁ ବୁକ କରିବାର ଆବଶ୍ୟକ ପଡିବ ନାହିଁ ବରଂ ଆପଣ ଅନ୍ୟ ଜଣେ ଗ୍ୟାସ ଏଜେନ୍ସୀଙ୍କ ଠାରୁ ବି ବୁକିଙ୍ଗ କରିପାରିବେ। ଗତବର୍ଷ ୧ ନଭେମ୍ବର ୨୦୨୦ ଠାରୁ କିଛି ନିୟମକୁ ପରିବର୍ତ୍ତନ କରାଯାଇଥିଲା। ଯେଉଁଥିରେ ବୁକିଙ୍ଗକୁ ଓଟିପି ବେସଡ୍‌ କରାଯାଇଥିଲା। ଯେଉଁଥିରେ ବୁକିଙ୍ଗ ସିଷ୍ଟମ ଅଧିକ ସୁରକ୍ଷିତ ଏବଂ ଉତ୍ତମ ହୋଇପାରିବ। ଏବେ ପୁଣି ଥରେ ଏଲପିଜି ବୁକିଙ୍ଗ ଏବଂ ଡେଲିଭରୀ ସିଷ୍ଟମକୁ ଆଉ ଟିକେ ସହଜ କରିବାକୁ ଏହି ନିୟମ ପ୍ରସ୍ତୁତ କରାଯାଇଛି।

ଗ୍ରାହକ କେବଳ ନିଜ ଗ୍ୟାସ ଏଜେନ୍ସୀ ଉପରେ ନିର୍ଭର ନକରୁ ସେଥିପାଇଁ ସରକାର ଏବଂ ତେଲ କମ୍ପାନୀ ଏହା ଉପରେ ବିଚାର କରୁଛନ୍ତି। ନିଜ ପାଖାପାଖି ଅନ୍ୟ ଗ୍ୟାସ ଏଜେନ୍ସୀ ଥିଲେ ସେଥିରୁ ଆପଣ ନିଜ ଏଲପିଜି ସିଲିଣ୍ଡରକୁ ରିଫିଲ କରିପାରିବେ। ସରକାର ଏବଂ ତେଲ କମ୍ପାନୀ ଏଥିପାଇଁ ଏକ ଇଣ୍ଟିଗ୍ରେଡ ପ୍ଲାଟଫର୍ମ ପ୍ରସ୍ତୁତ କରିବ।

lpgଅନେକ ଥର ଏମିତି ହୋଇଥାଏ ଯେ କଞ୍ଜ୍ୟୁମରଙ୍କୁ ନିଜ ଗ୍ୟାସ ଏଜେନ୍ସୀରୁ ବୁକିଂ କରିବା ପରେ ରିଫିଲ ପାଇଁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡିଥାଏ। କାହିଁକିନା ଉପଭୋକ୍ତାଙ୍କ ଗ୍ୟାସ ଏଜେନ୍ସୀ ତାଙ୍କ ଘର ପାଖାପାଖି ନ ରହି କିଛି ଦୂରରେ ରହିଥାଏ। ଯେଉଁଥିପାଇଁ ଡେଲିଭରୀରେ ବିଳମ୍ବ ହୋଇଥାଏ। ତେଣୁ ଏହି ସମସ୍ୟାକୁ ଧ୍ୟାନରେ ରଖି ଏହା ବିଚାର କରାଯାଉଛି ଯେ କଞ୍ଜ୍ୟୁମରଙ୍କ ଗ୍ୟାସ ଏଜେନ୍ସୀ କୌଣସି ଠାରେ ବି ହୋଇନାଉ ନା କାହିଁକି, ସେ ରିଫିଲ କୌଣସି ବି ଗ୍ୟାସ ଏଜେନ୍ସୀ ଠାରୁ କରିପାରିବେ। ଏହାର ଅର୍ଥ ଯଦି ଉପଭୋକ୍ତାଙ୍କ ପାଖରେ ସିଲିଣ୍ଡର ରହିଛି ତାହେଲେ ସେ ରୁ ବି ରିଫିଲ କରାଇପାରିବେ।

ବିନା ଆଡ୍ରେସ ପୃଫରେ ମିଳିବ ଏଲପିଜି ସିଲିଣ୍ଡର

ଏହାବ୍ୟତୀତ ଏବେ ଆପଣ ୫ କିଲୋର ଛୋଟ ସିଲିଣ୍ଡର କନେକସନ୍‌ ବିନା କୌଣସି ଆଡ୍ରେସ ପୃଫ ଦ୍ୱାରା ମଧ୍ୟ କରିପାରିବେ। ଏହି ଛୋଟ ଗ୍ୟାସ ସିଲିଣ୍ଡରର ଫାଇଦା ସେହି ଲୋକଙ୍କୁ ମିଳିବ ଯେଉଁମାନେ ପ୍ରବାସୀ। ସେମାନଙ୍କୁ ଠିକଣା ପ୍ରମାଣ ପତ୍ର ବ୍ୟବସ୍ଥା କରିବାକୁ ବହୁତ ଅସୁବିଧା ହୋଇଥାଏ, ତେଣୁ ଏହା ତାଙ୍କ ପାଇଁ ସୁବିଧାଜନକ ହେବ। ଆପଣ ଏହି ଛୋଟ ସିଲିଣ୍ଡରକୁ ଦେଶର କୌଣସି ବି ପଏଣ୍ଟର ଅଫ ସେଲ କିମ୍ବା ଡିଷ୍ଟ୍ରିବ୍ୟଟରସିପ୍‌ ଲୋକେସନ ଠାରୁ ରିଫିଲ୍‌ କରିପାରିବେ। ଅର୍ଥାତ ଆପଣ ଏହାକୁ ପେଟ୍ରୋଲ ପମ୍ପ ଠାରୁ ବି ନେଇପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.