Whatsappରେ ଅଶ୍ଳୀଳ ମେସେଜ କିମ୍ବା ଧମକ ମିଳିଲେ ଏଇଠି କରନ୍ତୁ ଅଭିଯୋଗ, ସରକାର କରିବେ କାର୍ଯ୍ୟାନୁଷ୍ଠାନ

ହ୍ୱାଟ୍ସଅପରେ ଆପତ୍ତିଜନକ ମେସେଜ ଏବଂ ଧମକ ମିଳିଲେ ଦୂର ସଞ୍ଚାର ବିଭାଗରେ ମାମଲା ରୁଜୁ କରିପାରିବାର ସୁବିଧା କେନ୍ଦ୍ର ସରକାର ଆରମ୍ଭ କରିଦେଇଛନ୍ତି। ପିଡିତ ବ୍ୟକ୍ତି ଅଭିଯୋଗ କରିବା ପାଇଁ ଗଲେ ମୋବାଇଲ ନମ୍ବର ସହିତ ମେସେଜର ସ୍କ୍ରିନଶର୍ଟ ମଧ୍ୟ ନେବାକୁ ହେବ। ଏହାକୁ ଦୂର ସଞ୍ଚାର ବିଭାଗର ହେଲ୍ପଲାଇନରେ ଜାରି କରାଯାଇଥିବା ଇ-ମେଲରେ ପଠାଇବାକୁ ହେବ। ଏହାପରେ ବିଭାଗ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ।

dotପୁଲୱାମା ହମଲା ପରେ ଅନେକ ଲୋକଙ୍କର ହ୍ୱାଟ୍ସଅପକୁ ଅପମାନଜନକ ମେସେଜ ଏବଂ ଧମକ ଅସୁଥିଲା। ବିଭାଗ ହେଲ୍ପଲାଇନ ପାଇଁ ଏହି ଇ-ମେଲ ଆଇଡି ବନାଇଛନ୍ତି। ଯଦି କାହାକୁ ଅପତ୍ତିଜନକ ମେସେଜ କିମ୍ବା ଧମକ ମିଳିଲା ତେବେ ମୋବାଇଲ ନମ୍ବର ସହିତ ମେସେଜର ସ୍କ୍ରିନସର୍ଟ ନେଇ ସେହି ମେଲରେ ପଠାନ୍ତୁ।

କେନ୍ଦ୍ରୀୟ ସୂଚନା ପ୍ରଦ୍ୟେୁଗିକ ମନ୍ତ୍ରୀ କହିଛନ୍ତି ଯେ ଡିଜିଟାଲିକରଣ ଏବଂ ଇଣ୍ଟରନେଟର ବଢ଼ୁଥିବା ବ୍ୟବହାର ପାଇଁ ଭାରତକୁ ଡିଜିଟାଲ ପ୍ଲାଟଫର୍ମକୁ ସୁରକ୍ଷା ଦେବା ଆବଶ୍ୟକ। ଡିଜିଟାଲ ମଞ୍ଚର ବୁନିୟାଦରେ ସାଇବର ସୁରକ୍ଷା ଢ଼ାଞ୍ଚା ରହିବା ଜରୁରୀ।