ଆୟ କମ ଥିଲେ ବି ଏଣିକି ଭରିବାକୁ ହେବ ଟ୍ୟାକ୍ସ, ଜାଣନ୍ତୁ ନିୟମରେ କଣ ସବୁ ଆସିଛି ପରିବର୍ତ୍ତନ

ଯଦି ଆପଣଙ୍କର ବାର୍ଷିକ ଆୟ ୨.୫ ଲକ୍ଷ ଟଙ୍କା (୬୦ ବର୍ଷ ବୟସ),୩ ଲକ୍ଷ ଟଙ୍କା (୬୦ରୁ ୭୯ ବର୍ଷ ବୟସ) କିମ୍ବା ୫ ଲକ୍ଷ ଟଙ୍କା( ୮୦ ବର୍ଷରୁ ଅଧିକ) କମ୍ ଆଉ ଆପଣ କୌଣସି ନୂତନ ସର୍ତ୍ତ ଅଧୀନରେ ଆସୁଥାନ୍ତି । ତେବେ ଆପଣଙ୍କୁ ଏଣିକି ଆଇଟିଆର ଭରିବାକୁ ପଡ଼ିବ । ଯେଉଁ ମାନଙ୍କର ଆୟ ଓ ବ୍ୟୟ ମଧ୍ୟରେ କୌଣସି ମେଳ ନଥିବ ବା ଯେଉଁମାନେ ଲଗାତାର ଭାବେ ଟ୍ୟାକ୍ସ ଫାଙ୍କି ଆସୁଛନ୍ତି ସେମାନଙ୍କୁ ଧରିବା ଲକ୍ଷ୍ୟରେ ସରକାର ଏହି ନୂଆ ନିୟମ ଜାରି କରିଥିବା ଜଣାଯାଇଛି । କିନ୍ତୁ ସଚ୍ଚୋଟ କରଦାତାଙ୍କ ଉପରେ ଏହି ନୂଆ ନିୟମ କୌଣସି ପ୍ରକାର ପ୍ରଭାବ ପକାଇବ ନାହିଁ ।

ଆୟକର ଅଧିନିୟମ ୧୯୬୧ ର ଧାରା ୧୩୯୯(୧) ର ସପ୍ତମ ବ୍ୟବସ୍ଥା ଅନୁଯାୟୀ, ଯଦି କରଦାତାଙ୍କ ବିଦ୍ୟୁତ ବିଲ୍ ବର୍ଷକୁ ୧ ଲକ୍ଷ କିମ୍ବା ଅଧିକ ହୋଇଥାଏ, ଯଦି ସେ ବିଦେଶ ଯାତ୍ରା ପାଇଁ ୨ ଲକ୍ଷ ଟଙ୍କା କିମ୍ବା ତା ଠାରୁ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି, କିମ୍ବା ତାଙ୍କ ଆକାଉଣ୍ଟରେ ଏକ କୋଟିରୁ କିମ୍ବା ତାଠାରୁ ଅଧିକ ଟଙ୍କା ଜମାଥିବ । ତେବେ ବି ସେମାନଙ୍କର ଟିକସ ଯୋଗ୍ୟ ଆୟ ନଥିଲେ ମଧ୍ୟ ତାଙ୍କୁ ଆଇଟି ଦାଖଲ କରିବାକୁ ହେବ ।

tax

ବିଦେଶୀ ଯାତ୍ରାରେ ଅଣାଯିବ କୋହଲତା:

ଟ୍ୟାକ୍ସକୁ ନେଇ ନୂଆ ନିୟମ ଲାଗୁ ହୋଇଥିବା ବେଳେ ବିଦେଶ ଯାତ୍ରାରେ କିଛିଟା ରିହାତି ମିଳିପାରେ । ତେବେ ପଡୋଶୀ ଦେଶ କିମ୍ବା ତୀର୍ଥସ୍ଥାନ ଯାତ୍ରାକୁ ବିଦେଶ ଯାତ୍ରାର ଅର୍ନ୍ତଭୁକ୍ତ କରାଯିବ ନାହିଁ ବୋଲି କ୍ଲିୟର ଟ୍ୟାକ୍ସର ଫାଉଣ୍ଡର ଏବଂ ସିଇଓ ଅର୍ଚ୍ଚିତ ଗୁପ୍ତା ସ୍ପଷ୍ଟ କରିଛନ୍ତି । କିନ୍ତୁ ଏହିସବୁ ସ୍ଥାନକୁ ଯାତ୍ରା କରୁଥିବା ବ୍ୟକ୍ତିଙ୍କୁ ଆଇଟିଆର ଦାଖଲ କରିବା ବାଧ୍ୟତାମୂଳକ କରାଯାଇଛି ।

ଆଇଟିଆର ଦାଖଲ ବେଳେ ଜରୁରୀ ହେଉଥିବା ଡକ୍ୟୁମେଣ୍ଟ:

ଏସବୁ ବାଦ ୨୦୨୧ ଆର୍ଥିକ ବର୍ଷର ଟ୍ୟାକ୍ସ ଫର୍ମ ନିୟମାବଳୀରେ ବି କିଛିଟା ପରିବର୍ତ୍ତନ ଅଣାଯାଇଛି । ଏଣିକି ଟିକସଦାତାଙ୍କୁ ୧୯୬୧ ଧାରା ୧୩୯ (୧) ର ସପ୍ତମ ଧାରା ଅନୁଯାୟୀ ଆଇଟିଆର ଦାଖଲ କରୁଥିବା ବା ଟିକସଦାତାଙ୍କୁ ଭବିଷ୍ୟତର ଆବଶ୍ୟକତା ପାଇଁ ନିଜ ନିଜ ଜରୁରୀ କାଗଜ ପତ୍ର ଆଦିକୁ ନିଜ ପାଖରେ ରଖିବାକୁ ହେବ । ସେହିପରି ଆଇଟିଆର ଦାଖଲ କରିବା ସମୟରେ କେଉଁ କେଉଁ ଡକ୍ୟୁମେଣ୍ଟର ଆବଶ୍ୟକ ପଡିବ ନାହିଁ କିନ୍ତୁ ବିଭାଗ ଗତ କିଛି ବର୍ଷର ରେକର୍ଡ ଯାଞ୍ଚ କରିପାରିବ ।

tax  ଆୟ ଗଣନା:

ପୂର୍ବରୁ କ୍ୟାପିଟାଲ ଟ୍ୟାକ୍ସ ଉପରେ ରିହାତି ଭରୁଥିବା ବ୍ୟକ୍ତିଙ୍କୁ ଆଇଟିଆର ଦାଖଲ କରିବାକୁ ପଡୁନଥିଲା କିନ୍ତୁ ଫାଇନାନ୍ସ ଆକ୍ଟ ୨୦୧୯ ପରେ ବର୍ତ୍ତମାନ ସମସ୍ତଙ୍କୁ ରିହାତି ସୀମା, ବିନା ରିହାତି ସୀମା କିମ୍ବା ମୂଳ ରିହାତିର ଗଣନା କରିବାକୁ ପଡିବ । ଏଭଳି ପରସ୍ଥିତିରେ ଯଦି ଆପଣଙ୍କର ଆୟ କର ଛାଡ ସୀମାଠାରୁ ଅଧିକ ହୋଇଥାଏ ତେବେ ଆପଣଙ୍କୁ ଆଇଟିଆର ପୂରଣ କରିବାକୁ ପଡିବ । ଉଦାହାରଣ ସ୍ୱରୂପ ଯଦି ଜଣଙ୍କର ଆୟ ୨ ଲକ୍ଷ ଟଙ୍କା ହୋଇଥାଏ ଅଥବା କୌଣସି ସମ୍ପତ୍ତିକୁ ୩ ଲକ୍ଷ ଟଙ୍କାରେ ବିକ୍ରି କରନ୍ତି ତେବେ ୫ଲକ୍ଷ ଟଙ୍କାର ଆମଦାନୀ ଆଧାରରେ ଆପଣଙ୍କୁ ଆଇଟିଆର ଦାଖଲ କରିବାକୁ ପଡିବ ।

ବିଦେଶରେ ସମ୍ପତ୍ତି :

ଯଦି ଆପଣଙ୍କର ବିଦେଶରେ କୌଣସି ସମ୍ପତ୍ତି ରହିଛି ତେବେ ଆପଣଙ୍କୁ ଆଇଟିଆର ଫାଇଲ କରିବାକୁ ହେବ । ଏହା ସହିତ ଯଦି ଦେଶର ନାଗରିକ କିମ୍ବା ସାଧାରଣତଃ ଦେଶର ବାସିନ୍ଦାଙ୍କର ବିଦେଶରେ କୌଣସି ସମ୍ପତ୍ତି ଅଛି କିମ୍ବା ବିଦେଶରେ ଥିବା କୌଣସି ଆକାଉଣ୍ଟରେ ଦସ୍ତଖତ କତ୍ତୃପକ୍ଷ ରହିଛନ୍ତି ତେବେ ତାଙ୍କୁ ବାଧ୍ୟତାମୂଳକ ଭାବରେ ଆଇଟିଆର ଦାଖଲ କରିବାକୁ ପଡିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.