ବ୍ୟବସାୟ ଓ ଅର୍ଥନୀତି

ମାଗଣା ରାସନ ନେଉଥିବା ଲୋକଙ୍କୁ ମିଳିବନି ଚାଉଳ-ଗହମ ! ଆସନ୍ତା ୧ ତାରିଖରୁ ପଡିବ ମହଙ୍ଗା

ଯଦି ଆପଣଙ୍କ ପାଖରେ ମଧ୍ୟ ରାସନ କାର୍ଡ ଅଛି ଏବଂ ଆପଣ ସରକାରଙ୍କ ମାଗଣା ରାସନ ଯୋଜନାର ଫାଇଦା ଉଠାଉଛନ୍ତି ତାହେଲେ ଏହି ଖବର ଆପଣଙ୍କ କାମରେ ନିଶ୍ଚୟ ଆସିବ । ରାସନ ଯୋଜନାର ଫାଇଦା ଉଠାଉଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ ଖବର ଏବେ ଜାଣିବାକୁ ମିଳିଛି । କେନ୍ଦ୍ର ସରକାରଙ୍କ ନିୟମ ଅନୁଯାୟୀ ଆସନ୍ତା ୧ ତାରିଖରୁ ଆପଣ ମଧ୍ୟ ଏହି ଯୋଜନାରୁ ବାହାର ହୋଇ ପାରନ୍ତି । ଅର୍ଥାତ ଜୁଲାଇ ପହିଲାରୁ ଆପଣଙ୍କୁ ମାଗଣା ରାସନ ଆଉ ମିଳି ନପାରେ । ଗୋଟିଏ ଛୋଟ ଭୁଲ ଆପଣଙ୍କ ପାଇଁ ମହଙ୍ଗା ପଡିପାରେ ।

କେନ୍ଦ୍ର ସରକାରଙ୍କ ତରଫରୁ ବାରମ୍ବାର ରାସନ କାର୍ଡଧାରୀମାନଙ୍କୁ ରାସନ କାର୍ଡ ସହିତ ଆଧାର କାର୍ଡକୁ ଲିଙ୍କ କରିବା ପାଇଁ କୁହାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ଯଦି ଆପଣ ଏହି କାମ ଶେଷ କରି ନାହାନ୍ତି, ତେବେ ଆପଣ ମଧ୍ୟ ଏହି ଯୋଜନାରୁ ବାଦ୍ ପଡି ପାରନ୍ତି । ଏହି ଭୁଲ ପାଇଁ ସରକାରଙ୍କ ତରଫରୁ ଆପଣଙ୍କ ରାସନ କାର୍ଡ ରଦ୍ଦ କରି ଦିଆଯାଇପାରେ । ଫଳରେ ଜୁଲାଇ ୧ ତାରିଖରୁ ଆପଣ ଏହି ଯୋଜନାରେ ମିଳୁଥିବା ମାଗଣା ରାସନରୁ ବଞ୍ଚିତ ହୋଇପାରନ୍ତି । ଏହାବ୍ୟତୀତ ଅନ୍ୟ ସମସ୍ୟାର ସମ୍ମୁଖୀନ ମଧ୍ୟ ହୋଇପାରନ୍ତି ଆପଣ, କାରଣ ଆଗକୁ ରାସନ କାର୍ଡ ମଧ୍ୟ ଏକ ପରିଚୟ ପତ୍ର ଭାବରେ ବ୍ୟବହାର କରାଯିବା ନେଇ ଯୋଜନା ରହିଛି । ପୂର୍ବରୁ ଏହି ତାରିଖ ମାର୍ଚ୍ଚ ୩୧ ଥିବା ବେଳେ ବର୍ତ୍ତମାନ ଏହା ଜୁନ୍ ୩୦ ତାରିଖକୁ ପରିବର୍ତ୍ତନ କରାଯାଇଛି ।

pc: DNP india hindi

ପ୍ରକୃତ ଏବଂ ଯୋଗ୍ୟ ହିତାଦିକାରୀଙ୍କୁ ଏହି ଯୋଜନରେ ସାମିଲ କରିବା ସହ ଅଯୋଗ୍ୟ ଆବେଦନକାରୀଙ୍କୁ ଆଧାର କାର୍ଡ ସହ ରାସନ କାର୍ଡ ଲିଙ୍କ କରିବା ପାଇଁ କୁହାଯାଇଛି । ଉଭୟ ଡକୁମେଣ୍ଟ ଲିଙ୍କ ହେବା ଫଳରେ ଡୁପ୍ଲିକେଟ ରାସନ କାର୍ଡ ମଧ୍ୟସ୍ତିଙ୍କ ମନମାନି ଉପରେ ରୋକ ଲଗା ଯାଇ ପାରିବ । ତେବେ ଆପଣ ଯଦି ଏପର୍ଯ୍ୟନ୍ତ ରାସନ କାର୍ଡ ସହ ଆଧାର କାର୍ଡକୁ ଲିଙ୍କ ନ କରିଛନ୍ତି, ତେବେ ଆସନ୍ତା ଜୁନ୍ ୩୦ ତାରିଖ ଭିତରେ ଏହା କରି ନିଅନ୍ତୁ । ଅନଲାଇନ ଏବଂ ଅଫ ଲାଇନ ଉଭୟ ଉପାୟରେ ଆଧାର କାର୍ଡ ଏବଂ ରାସନ କାର୍ଡ ଲଙ୍କ କରାଯାଇ ପାରିବ ।

ତେବେ ଆପଣଙ୍କୁ କହିବାକୁ ଚାହିଁବୁ ଯେ ରାସନ କାର୍ଡ ରଦ୍ଦ ହେବା ଦ୍ୱାରା ଆପଣଙ୍କୁ ଆହୁରି ବି ସମସ୍ୟାକୁ ସାମ୍ନା କରିବାକୁ ପଡିପାରେ । ପାସପୋର୍ଟ ଏବଂ ପାନକାର୍ଡ ବ୍ୟତୀତ ରାସନ କାର୍ଡକୁ ପରିଚୟ ଏବଂ ଆଡ୍ରେସ ପ୍ରୁଫ ଭାବେ ମଧ୍ୟ ବ୍ୟବହାର କରାଯାଇପାରେ ।

Pritiparna

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

6 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

9 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

9 hours ago