କ୍ରେଡ଼ିଟ୍ କାର୍ଡ଼ ବ୍ଯବହାର ସମୟରେ ଏହି ଭୁଲ କରନ୍ତୁ ନାହିଁ, ଅଥବା ବ୍ଯାଙ୍କକୁ ହେବ ଲାଭ ଏବଂ ଆପଣଙ୍କୁ କ୍ଷତି

ନୂଆଦିଲ୍ଳୀ : ବର୍ତ୍ତମାନ କିଛି ଦିନ ହେବ କ୍ରେଡ଼ିଟ କାର୍ଡ଼ର ବ୍ଯବହାର ବହୁମାତ୍ରାରେ ବଢ଼ିବାରେ ଲାଗିଛି। କ୍ରେଡ଼ିଟ୍ କାର୍ଡ଼ ତତକାଳୀନ ଟଙ୍କାର ଆବଶ୍ଯକତାକୁ ପୂରା କରାଯାଇପାରୁଥିବା ବେଳେ ଏହାର ଉପଲବ୍ଧତା ବାଙ୍କରେ ବହୁତ ସହଜ ହୋଇଛି। କ୍ରେଡ଼ିଟ କାର୍ଡ଼ର ବ୍ଯବହାର କିଣାବିକା ସହ ଅନେକ ସ୍ଥାନରେ ଟଙ୍କାନେଣଦେଣ ସମୟରେ କରାଯାଇପାରୁଛି। ଏହା ବର୍ତ୍ତମାନର ଲାଇଫଷ୍ଟାଇଲ ପାଇଁ ଏକ ଆବଶ୍ଯକୀୟ ଜିନିଷ ଭାବେ ପ୍ରମାଣିତ ହେଉଛି। ଆପଣ ଦେଖିଥିବେ ବ୍ଯାଙ୍କ ତଥା ଅନେକ ସ୍ଥାନରେ ଆପଣଙ୍କୁ କ୍ରେଡ଼ିଟ୍ କାର୍ଡ଼ ନେବା ପାଇଁ ଅନେକ ପ୍ରକାରର ଅଫରର ପ୍ରଲୋଭନ ଦିଆଯାଇଥାଏ। କିନ୍ତୁ କ୍ରେଡ଼ିଟ୍ କାର୍ଡ଼ ନେଇଥିବ ବ୍ଯକ୍ତି କିଛି ସାଧାରଣ ଜିନିଷ ଉପରେ ଧ୍ଯାନ ଦିଅନ୍ତୁ । ଅଥବା ବ୍ଯଙ୍କ ନୁହଁ ବରଂ ଆପଣଙ୍କୁ ସହିବାକୁ ପଡ଼ିବ କ୍ଷତି।

creditcards

ବଜେଟ ହିସାବରେ କରନ୍ତୁ କିଣାବିକା :

ଯେତେବେଳେ କ୍ରେଡ଼ିଟ୍ କାର୍ଡ଼ ଦ୍ବାରା ସପିଂ କରୁଛନ୍ତି ସବୁବେଳେ ନିଜର ବଜେଟକୁ ଧ୍ୟାନରେ ରଖନ୍ତୁ। ପାଖରେ କ୍ରେଡ଼ିଟ କାର୍ଡ଼ ରହିଥିଲେ ଏବେ ଟଙ୍କା ଦେବାକୁ ପଡ଼ୁନାହିଁ ଭାବି ସବୁବେଳେ ଲୋକ ଅତ୍ଯଧିକ ଟଙ୍କାର କିଣାକିଣି କରିଦେଇଥାନ୍ତି। ଯାହା ଫଳରେ ସଠିକ୍ ସମୟରେ ଟଙ୍କା ଫେରସ୍ତ ନକରିପାରିଲେ ଆପଣଙ୍କ ଠାରୁ ଅଧିକ ଲାଭବାନ ହୋଇଥାଏ ବ୍ଯାଙ୍କ।କାରଣ ବ୍ଯାଙ୍କ ଏହା ଉପରେ ଆପଣଙ୍କୁ ପେନାଲ୍ଟି ଲଗାଇଦେଇଥାଏ।

Credit-Cards-Stack

ଶେଷ ତାରିଖ ପୂର୍ବରୁ ଦିଅନ୍ତୁ ଟଙ୍କା :

କ୍ରେଡ଼ିଟ୍ କାର୍ଡ଼ ବ୍ଯବହାର କରୁଥିଲେ ପେମେଣ୍ଟ କରିବାର ଶେଷ ତାରିଖ ପୂର୍ବରୁ ସବୁବେଳେ ପେମେଣ୍ଟ କରିବାକୁ ଚେଷ୍ଠା କରନ୍ତୁ। ଏହା ଦ୍ବାରା ଆପଣଙ୍କ ସିଭଲ ସ୍କୋର ମଜବୁତ ହୋଇଥାଏ, ଯାହା ଫଳରେ ଆଗକୁ ଯାଇ ଆପଣଙ୍କୁ ବହୁତ ଭଲ ଭାବେ ବିନା କୌଣସି ବାଧାରେ ଲୋନ ମିଳିଯିବ। ଯଦି ଆପଣ ସଠିକ୍ ସମୟରେ କ୍ରେଡ଼ିଟ୍ କାର୍ଡ଼ର ବିଲ୍ ପେମେଣ୍ଟ କରୁନାହାନ୍ତି ଆଗକୁ ଯାଇ ଅନ୍ଯ ଲୋନ ସମୟରେ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେବାକୁ ପଡ଼ିବ।

 credit cards

ମିନିମମ୍ ବାଲାନ୍ସ ରଖନ୍ତୁ :

ଯେତେବେଳେ ଆପଣ କ୍ରେଡ଼ିଟ କାର୍ଡ଼ର ବିଲ ପେମେଏଣ୍ଟ କରଇଥାନ୍ତି ସେତେବେଳେ ଏଥି ସହ ମିନିମମ୍ ବାଲାଆନ୍ସ ବିଷୟରେ ମଧ୍ୟ ଉଲ୍ଲେଖ ଥାଏ। ଯଦି ନିର୍ଦ୍ଦାରିତ ତାରିଖ ମଧ୍ୟରେ ଆପଣ ବିଲ ପେମେଣ୍ଟ କରୁନାହାନ୍ତି ତେବେ ଏହି ମିନିମମ୍ ବାଲାନ୍ସରୁ ଏହା କଟି ଯାଇଥାଏ। ଯାହାକୁ ଆପଣଙ୍କୁ ପଛେ ଦେବାକୁ ପଡ଼ିଥାଏ ଏଥିସହ ବ୍ଯାଙ୍କ ଆପଣଙ୍କୁ ପେନାଲ୍ଟି ମଧ୍ୟ ଲଗାଇଥାଏ। ଏଣୁ ଯଦି ଆପଣ କୌଣସି କାରଣରୁ କ୍ରେଡ଼ିଟ୍ କାର୍ଡ଼ ବିଲ ଦେବାକୁ ଭୁଲି ଯାଇଛନ୍ତି ତେବେ ଚେଷ୍ଠା କରନ୍ତୁ କି ମିନିମମ୍ ବାଲାନ୍ସକୁ ସଠିକ୍ ଭାବେ ରଖିବେ।

ଖାସ କଥା ସବୁବେଳେ କ୍ରେଡ଼ିଟ୍ କାର୍ଡ଼ ବ୍ଯବହାର କରୁଥିବା ସମୟରେ ଚେଷ୍ଠା କରନ୍ତୁ କି ଏହାର ଲିମିଟ ସଂପୂର୍ଣ୍ଣ ଭାବେ ଶେଷ ନହେଉ । ଏହା ଦ୍ବାରା ବ୍ଯାଙ୍କ ତରଫରୁ ଖରାପ ଇପ୍ରେସନ ପଡ଼ିବା ସହ ଅଧିକା ଚାର୍ଜ ମଧ୍ୟ ଲାଗିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.