ମାତ୍ର ୨୯ ଟଙ୍କା ନିବେଶ କରି ପାଆନ୍ତୁ ୪ ଲକ୍ଷ ଟଙ୍କା, ଜାଣନ୍ତୁ LICର ଏହି ଖାସ୍‌ ପଲିସିର ଡିଟେଲ୍ସ

ଯଦି ଆପଣ କେଉଁଠାରେ ନିଜ ଟଙ୍କାକୁ ନିବେଶ କରିବାକୁ ଚାହୁଁଛନ୍ତି ତାହେଲେ ଏହି ଖବର ଖାସ୍‌ କରି ଆପଣଙ୍କ ପାଇଁ। ଆଜି ଆମେ ଆପଣଙ୍କୁ ଭାରତୀୟ ଜୀବନ ବୀମା ନିଗମର ଏକ ବହୁତ ବଢ଼ିଆ ସ୍କିମ ବିଷୟରେ ଜଣାଇବାକୁ ଯାଉଛୁ। ଏଲଆଇସିର ପଲିସି ଉପରେ ଲୋକେ ବହୁତ ବିଶ୍ୱାସ୍‌ କରନ୍ତି। କାହିଁକିନା ଏଠାରେ ଟଙ୍କା ନିବେଶ କଲେ ଆପଣଙ୍କୁ ଠକାମିର ଭୟ ରହିନଥଏ। ଏଲଆଇସି ମଝିରେ ମଝିରେ ବହୁତ ଭଲ ଭଲ ପଲିସି ଲଞ୍ଚ କରେ। ଏବେ ମହିଳାଙ୍କୁ ଆତ୍ମନିର୍ଭର କରିବା ପାଇଁ ଏକ ବହୁତ ଖାସ୍‌ ପଲିସି ନେଇ ଆସିଛି ଏଲଆଇସି।

ଏଲଆଇସିର ଏହି ପଲିସି ମହିଳାଙ୍କ ହିତକୁ ଧ୍ୟାନରେ ରଖି ତିଆରି କରାଯାଇଛି। ଏହି ଯୋଜନାର ନାମ ଏଲଆଇସି ଆଧାର ସିଲା ଯୋଜନା। ଏଲଆଇସିର ଏହି ସ୍କିମରେ ୮ ରୁ ୫୫ ବର୍ଷର ମହିଳା ନିବେଶ କରିପାରିବେ। ଏହି ପ୍ଲାନ ଆପଣଙ୍କୁ ଲକ୍ଷ ଲକ୍ଷ ଟଙ୍କା ବି ଦେଇପାରେ। ଆପଣ ପ୍ରତ୍ୟେକ ଦିନ ୨୯ ଟଙ୍କା ଜମା କରି ୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରାଶି ପାଇପାରିବେ।

ଏଲଆଇସିର ଆଧାର ସିଲା ପ୍ଲାନ ନିଜ ଗ୍ରାହକଙ୍କୁ ସିକ୍ୟୁରିଟୀ ଏବଂ ସେଭିଙ୍ଗସ ଉଭୟ ଦେଇଥାଏ। କିନ୍ତୁ ଏହାର ଫାଇଦା କେବଳ ସେହି ମହିଳା ଉଠାଇପାରିବେ ଯେଉଁମାନଙ୍କର ଆଧାର କାର୍ଡ ଅଛି। ମ୍ୟାଚୁରିଟୀ ଉପରେ ପଲିସି ଧାରକଙ୍କୁ ଟଙ୍କା ମିଳିଯାଇଥାଏ। ଏଲଆଇସିର ଏହି ପ୍ଲାନ ପଲିସି ଧାରକ ଏବଂ ତାଙ୍କର ମୃତ୍ୟୁ ପାର ପରିବାରକୁ ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିଥାଏ।

moneyଏଲଆଇସିର ଆଧାର ସିଲା ସ୍କିମ ଅନୁଯାୟୀ ମିନିମମ୍‌ ୭୫୦୦୦ ଟଙ୍କା ଏବଂ ମ୍ୟାକ୍ସିମମ୍‌ ୩ ଲକ୍ଷ ଟଙ୍କା ନିବେଶ କରିପାରିବେ। ଏହି ପଲିସିର ମ୍ୟାଚୁରିଟୀର ସମୟ ନ୍ୟୁନତମ ୧୦ ବର୍ଷ ରହିଥିବାବେଳେ ଅଧିକତମ ସମୟ ସିମା ରହିଛି ୨୦ ବର୍ଷ। ସ୍କିମର ମ୍ୟାକ୍ସିମମ୍‌ ବୟସ ୭୦ ବର୍ଷ। ସେହିପରି ଏହି ପ୍ଲାନର ପ୍ରିମିୟମ ପେମେଣ୍ଟ ମାସିକ, ତ୍ରୟମାସିକ, ଛଅ ମାସିକ ଏବଂ ବାର୍ଷିକ ଆଧାରରେ କରାଯାଏ।

ତେବେ ଆସନ୍ତୁ ଉଦାହରଣ କହି ଆପଣଙ୍କୁ ଏହି ସ୍କିମ ବିଷୟରେ ବୁଝାଇଦେବୁ। ଧରିନିଅନ୍ତୁ ଆପଣଙ୍କ ବୟସ ୩୦ ବର୍ଷ ଏବଂ ଏଥିରେ ୨୦ ବର୍ଷ ପର୍ଯ୍ୟନ୍ତ ପ୍ରତିଦିନ ଆପଣ ୨୯ ଟଙ୍କା ଲେଖାଁଏ ଜମା କଲେ। ତାହେଲେ ପ୍ରଥମ ବର୍ଷରେ ଆପଣଙ୍କର ମୋଟ ଜମା ରାଶି ୧୦,୯୫୯ ଟଙ୍କା ହୋଇଯିବ। ଏବେ ଏଥିରେ ୪.୫ ପ୍ରତିଶତ ଟ୍ୟାକ୍ସ ବି ହେବ। ଆସନ୍ତା ବର୍ଷରେ ଆପଣଙ୍କୁ ୧୦, ୭୨୩ ଟଙ୍କା ଦେବାକୁ ହେବ। ଏହିପରି ଭାବେ ଆପଣ ପ୍ରତି ମାସ, ତ୍ରୟ ମାସ, ଛଅ ମାସ ଏବଂ ବାର୍ଷିକ ଆଧାରରେ ପ୍ରିମିୟମ ଜମା କରିପାରିବେ। ଆପଣଙ୍କର ୨୦ ବର୍ଷରେ ୨,୧୪,୬୯୬ ଟଙ୍କା ଜମା ହୋଇଯିବ। ମ୍ୟାଚୁରିଟୀ ସମୟରେ ଆପଣଙ୍କୁ ମୋଟ ୩,୯୭,୦୦୦ ଟଙ୍କା ମିଳିବ।

Leave A Reply

Your email address will not be published.