ଯେତେବେଳେ ବି PF କଥାମନକୁ ଆସେ ସେତେବେଳେ ଏହାର ସୁଧକୁ ନେଇ ଅନେକ ପ୍ରଶ୍ନ ମନକୁ ଆସିଥାଏ। ଏହି କାରଣରୁ ଅଧିକାଂଶ ଲୋକମାନେ ଏହି ଟଙ୍କାକୁ ବହୁତ ଜଲଦି ବାହାର ନକରିବା ପାଇଁ ପରାମର୍ଶ ଦେଇଥାନ୍ତି କାରଣ ଯାହାଦ୍ୱାରା ଆପଣ ସର୍ବାଧିକ ସୁଧ ପାଇପାରିବେ। ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ୮.୫ ପ୍ରତିଶତ ସୁଧ ହାର ଦେବା ପାଇଁ ନିଷ୍ପତ୍ତି ନିଆଯାଇଛି। କିନ୍ତୁ କ’ଣ ଆପଣ ଜାଣିଛନ୍ତି କି ଏହି ଟଙ୍କା ସବୁବେଳେ ଆପଣଙ୍କ ପାଇଁ ସୁଧ ହାର ବଢାଇନଥାଏ। ଅର୍ଥାତ ଏଭଳି କିଛି ପରିସ୍ଥିତି ହୋଇଥାଏ, ଯେତେବେଳେ PF ଟଙ୍କା ଉପରେ ସୁଧ ମିଳିନଥାଏ। ତେବେ ଆସନ୍ତୁ ଜାଣିବା ସେ ବିଷୟରେ।
ଏହି ୪ଟି ସୁଯୋଗରେ ମିଳିନଥାଏ PF ଉପରେ ସୁଧ
– ଯେତେବେଳେ ଇପିଏଫ୍ ଗ୍ରାହକ ୫୫ ବର୍ଷ ବୟସ ପରେ ଚାକିରିରୁ ଅବସର ହୋଇଥାନ୍ତି।
-ଯେତେବେଳେ ଇପିଏଫ୍ ଗ୍ରାହକଙ୍କର ମୃତ୍ୟୁ ହୋଇଯାଇଥାଏ।
– ଯେତେବେଳେ ଇପିଏଫ୍ ଗ୍ରାହକ ସ୍ଥାୟୀ ଭାବରେ ଦେଶ ଛାଡି ବିଦେଶରେ ବସବାସ କରିଥାନ୍ତି।
-ଚାକିରିର ଅବଧି ଶେଷ ହେବା ପରେ ଯଦି ୩୬ ମାସ ପର୍ଯ୍ୟନ୍ତ ଇପିଏଫ୍ ପାଇଁ କୌଣସି ଦାବି ଆସିନଥାଏ।
ଚଳିତ ବର୍ଷ ୨ଟି କିସ୍ତିରେ ଦିଆଯିବ ଟଙ୍କା
ପ୍ରୋଭିଡେଣ୍ଟ ଫଣ୍ଡ ପରିଚାଳନା କରୁଥିବା କର୍ମଚାରୀ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (ଇପିଏଫଏ) ନିଜର ୬କୋଟି ପାଖାପାଖି ଅଂଶୀଧାରକଙ୍କୁ ଆର୍ଥିକ ବର୍ଷ ୨୦୧୯-୨୦ ପାଇଁ ପ୍ରୋଭିଡେଣ୍ଟ ପାଣ୍ଠି ଉପରେ ସ୍ଥିର ସୁଧର ଆଂଶିକ ଦେୟ ଦେବାକୁ ନିଷ୍ପତ୍ତି ନେଇଛି। ଇପିଏଫ୍ ଉପରେ ୮.୫୦ ପ୍ରତିଶତ ସ୍ଥିର ହାର ମଧ୍ୟରୁ ବର୍ତ୍ତମାନ ୮.୧୫ ପ୍ରତିଶତ ସୁଧ ଦେୟ ଦେବାକୁ ନିଷ୍ପତ୍ତି ନିଆଯାଇଛି | ଅବଶିଷ୍ଟ ୦.୩୫ ପ୍ରତିଶତ ସୁଧ ଚଳିତ ବର୍ଷ ଡିସେମ୍ବର ସୁଦ୍ଧା ଅଂଶୀଦାରମାନଙ୍କ ଇପିଏଫ୍ ଆକାଉଣ୍ଟରେ ପ୍ରଦାନ କରାଯିବ |
ସରକାର ଇପିଏଫରେ ବିନିଯୋଗ ହୋଇଥିବା ଅର୍ଥକୁ ଅନେକ ସ୍ଥାନରେ ବିନିଯୋଗ କରନ୍ତି। ଏହି କ୍ରମରେ, କିଛି ଟଙ୍କା ଷ୍ଟକ୍ ମାର୍କେଟରେ ବିନିଯୋଗ ହୋଇଥାଏ | ସରକାର ଇପିଏଫ ଟଙ୍କାକୁ ସରକାରୀ ସିକ୍ୟୁରିଟି, ଡେଟ୍ ଇଷ୍ଟୁମେଣ୍ଟ ଏବଂ ଇକ୍ୱିଟିରେ ଅର୍ଥାତ୍ ଷ୍ଟକ୍ ମାର୍କେଟରେ ଇପିଏଫ୍ ଟଙ୍କା ବିନିଯୋଗ କରନ୍ତି | କରୋନା କାରଣରୁ ସେୟାର ମାର୍କେଟ ଖରାପ ପ୍ରଭାବିତ ହୋଇଛି, ତେଣୁ ସରକାର କିଛି ସୁଧ ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଷ୍ଟକ୍ ମାର୍କେଟ ପୁନର୍ବାର ଘୁଞ୍ଚିବାକୁ ସରକାର ଅପେକ୍ଷା କରିଛନ୍ତି, ଯାହା ଦ୍ୱାରା ଉତ୍ତମ ରିଟର୍ଣ୍ଣ ହାସଲ ହୋଇପାରିବ। ସରକାର ଆଶା କରୁଛନ୍ତି ଯେ ଡିସେମ୍ବର ସୁଦ୍ଧା ଇକ୍ୱିଟିରେ ବିନିଯୋଗ ଭଲ ରିଟର୍ଣ୍ଣ ଦେଇପାରେ।