ବ୍ୟାଙ୍କରେ ମଧ୍ୟ ଅପଡେଟ୍‌ କରିପାରିବେ ଆଧାର କାର୍ଡ, ଜାଣନ୍ତୁ କେମିତି କରିବେ ଆଉ କେତେ ଚାର୍ଜ ପଡିବ

ଆଧାର ଅପଡେଟ୍‌ କରିବା ଆଜିକାଲି ସମସ୍ତଙ୍କ ପାଇଁ କଷ୍ଟକର କାମ ହୋଇପଡିଛି। ଯଦି ଏହାକୁ ଅପଡେଟ୍‌ କରିବା ପାଇଁ ଆପଣ ଡାକଘର କିମ୍ବା ଆଧାର ସେବା କେନ୍ଦ୍ରରେ ଲାଇନ ଲଗାଇ ଅଯଥା ସମୟ ନଷ୍ଟ କରିବାକୁ ଚାହୁଁନାହାନ୍ତି ତେବେ ମଧ୍ୟ ଆପଣ ଆଧାରକୁ ସହଜରେ ଅପଡେଟ କରିପାରିବେ। ୟୁନିକ ଆଇଡେଣ୍ଟିଫିକେସନ ଅଥରିଟି ଅଫ ଇଣ୍ଡିଆ ମଧ୍ୟ ଆଧାରକୁ ବ୍ୟାଙ୍କରେ ଅପଡେଟ କରିବା ପାଇଁ ଆଇନ କରିଛି। ତେବେ ଜାଣନ୍ତୁ କିପରି ବ୍ୟାଙ୍କରେ ଆଧାର ଅପଡେଟ୍‌ କରିବେ।

– ପ୍ରଥମେ ଆପଣ କୌଣସି ବି ବ୍ୟାଙ୍କର ଶାଖାକୁ ସର୍ଚ୍ଚ କରିବାକୁ ହେବ। ଯେଉଁଠି ଆଧାର ଅପଡେଟ୍‌ର ସୁବିଧା ଦିଆଯାଉଛି। ବ୍ୟାଙ୍କର ଠିକଣା ଜାଣିବା ପରେ ଆପଣ ବ୍ୟାଙ୍କର େଓ୍ଵବସାଇଟକୁ ତା’ର ଲିଷ୍ଟ ସର୍ଚ୍ଚ କରନ୍ତୁ। ଏଥିରେ ଯାଇ ଆଧାର କାର୍ଡ ଏନରୋଲମେଣ୍ଟ ଏବଂ ଅପଡେସନ ସେଣ୍ଟର ସଂଚାଳିତ ହୋଇଥାଏ।

– ବ୍ୟାଙ୍କୁ ଯିବା ପରେ ଆଧାର ଅପଡେଟ୍‌ କରିବା ପାଇଁ ଏକ ଫର୍ମ ଭରିବାକୁ ହେବ। ଏହା ସହିତ ନିଜର ପରିଚୟ ଏବଂ ଠିକଣାର କୌଣସି ପ୍ରମାଣ ସଂଲଗ୍ନ କରିବାକୁ ହେବ।

– ଏହା ପରେ ବ୍ୟାଙ୍କ ଅଧିକାରୀ ଆପଣଙ୍କ ଡିଟେଲ୍ସକୁ ଆଧାର କାର୍ଡରେ ଅପଡେଟ୍‌ କରିପାରିବେ।

aadhara

ବ୍ୟାଙ୍କରେ କରନ୍ତୁ ଆଧାର କାର୍ଡ ଅପଡେଟ:

ଆପଣଙ୍କ ଆକାଉଣ୍ଟ ଯେଉଁ ବ୍ୟାଙ୍କରେ ରହିଛି, ତାହାର ଶାଖାକୁ ଯାଇ ଆପଣ ଅପଡେଟ କରିପାରିବେ। ଆପଣ ଆଧାର କାର୍ଡରେ ଜନ୍ମତିଥି, ନାମ, ମୋବାଇଲ ନମ୍ବର, ଠିକଣା, ବାୟୋମେଟ୍ରିକ, ଲିଙ୍ଗ, ଫଟୋଗ୍ରାଫ ଏବଂ ଇ- ଆଡ୍ରେସ ଅପଡେଟ କରିପାରିବେ। ବ୍ୟାଙ୍କରେ ଆଧାର କାର୍ଡ ଅପଡେଟ କରିବା ପାଇଁ ଆପଣଙ୍କୁ କିଛି ପଇସା ଦେବାକୁ ହେବ। ରିଲେସନସିପ ଷ୍ଟାଟସ, ଇମେଲ ଠିକଣା, ନାମ, ଠିକଣା, ଜନ୍ମତିଥି କିମ୍ବା ବୟସ, ଲିଙ୍ଗ କିମ୍ବା ମୋବାଇଲ ନମ୍ବର ଅପଡେଟ କରିବା ପାଇଁ ୫୦ ଟଙ୍କା ଦେବାକୁ ହେବ। ଏହାଛଡା ଫଟୋ, ଫିଙ୍ଗରପ୍ରିଣ୍ଟ ଏବଂ ଅନ୍ୟ ବାୟୋମେଟ୍ରିକ ଜିନିଷ ଅପଡେଟ କରିବା ପାଇଁ ୫୦ ଟଙ୍କା ଲାଗିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.