ଏଣିକି ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା

transactionଏଣିକି ଏଟିଏମରୁ ଟଙ୍କା ଉଠାଇବା ପଡିବ ମହଙ୍ଗା । ଗ୍ରାହକଙ୍କୁ ଏକ ବଡ ଝଟକା ଦେବାକୁ ଯାଉଛି ବ୍ଯାଙ୍କ୍ । ଏବେ ମାତ୍ର ଅପେକ୍ଷା ଆରବିଆଇର ମଂଜୁରୀକୁ । ଆରବିଆଇର ଅନୁମୋଦନ ମିଳିଗଲା ପରେ ଏହି ନୂଆ ନିୟମ ପୁରା ଦେଶରେ ଲାଗୁ ହେବ।

କମିପାରେ ମାଗଣା ଟ୍ରାଞ୍ଜାକ୍ସନ୍ :

ବ୍ଯାଙ୍କ୍ ଗୁଡିକ ଆରବିଆଇକୁ ଦେଇଥିବା ପ୍ରସ୍ତାବ ଅନୁଯାୟୀ, ଗ୍ରାହକ ପ୍ରତିମାସରେ କରୁଥିବା ଟ୍ରାଞ୍ଜାକ୍ସନ୍ ସଂଖ୍ଯା କମିପାରେ । ବର୍ତ୍ତମାନ ସମୟରେ ଅଧିକାଂଶ ବ୍ଯାଙ୍କ୍ ଗ୍ରାହକ ପ୍ରାୟ ୮ ଥର ମାଗଣାରେ ଟଙ୍କା ଉଠାଇପାରୁଥିଲେ । ଯେଉଁଥିରେ ୫ ଥର ନିଜ ବ୍ଯାଙ୍କ୍ ଏବଂ ୩ଥର ଅନ୍ଯ ବ୍ଯାଙ୍କରୁ ଉଠାଇପାରୁଥିଲେ । ଏବେ ଏହା କମି ୫ ଥର ହୋଇପାରେ ।

ବଢିବ ଫିସ୍ :

ଏହା ବ୍ଯତୀତ ଏଟିଏମରୁ ହେଉଥିବା ନନ୍ ବ୍ଯାକିଙ୍ଗ୍ ଟ୍ରାଞ୍ଜାକ୍ସନ୍ ଫିସ୍ ବଢି ୧୮ ଟଙ୍କା ବଢାଇ ୨୫ ଟଙ୍କା ହୋଇପାରେ । ବର୍ତ୍ତମାନ ସମସ୍ତ ବ୍ଯାଙ୍କ୍ ଏଟିଏମରେ ହେଉଥିବା କ୍ଯାସ୍ ଟ୍ରାଞ୍ଜାକ୍ସନ୍ ପାଇଁ ୧୫ ଟଙ୍କା ଏବଂ ନନ୍ କ୍ଯାସ୍ ଟ୍ରାଞ୍ଜାକ୍ସନ୍ ପାଇଁ ୫ ଟଙ୍କା କାଟିଥାଏ । ଏହି ଚାର୍ଜ ପ୍ରତି ମାସରେ ମିଳୁଥିବା ଫ୍ରି ଟ୍ରାଞ୍ଜାକ୍ସନ୍ ପରେ ଲାଗିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.