ଲଞ୍ଚ ହେଲା ଇଲେକ୍ଟ୍ରିକ୍ ସ୍କୁଟର୍ Zelio X Men 2.0, କମ୍ ଦାମରେ ମିଳିବ ବଢିଆ ଫିଚର୍ସ
ଇଲେକ୍ଟ୍ରିକ୍ ସ୍କୁଟର ଉତ୍ପାଦନକାରୀ କମ୍ପାନୀ ZELIO ଗ୍ରାହକଙ୍କ ପାଇଁ ଏକ ଲୋ ସ୍ପିଡ୍ ଇଲେକ୍ଟ୍ରିକ୍ ସ୍କୁଟର ଜେଲିଓ ଏକ୍ସ-ମେନ 2.0 ଲଞ୍ଚ କରିଛି । ଏହି ସ୍କୁଟରଟି ଏକ୍ସ-ମେନର ଏକ ଅପଗ୍ରେଡ୍ ମଡେଲ୍, କମ୍ପାନୀ ଏହି ମଡେଲରେ ନୂଆ ଟେକ୍ନୋଲୋଜି ଏବଂ ନୂଆ ଫିଚର୍ସ ଯୋଡିଛି, ଯେଉଁ କାରଣରୁ ଏହି ସ୍କୁଟର ପୂର୍ବ ମଡେଲ ଅପେକ୍ଷା ଭଲ ପରଫର୍ମ କରିବ । ଡେଲି ରାଇଡ୍ କରୁଥିବା ଲୋକଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି କମ୍ପାନୀ ଏହି ଇଲେକ୍ଟ୍ରିକ୍ ସ୍କୁଟରକୁ ଡିଜାଇନ୍ କରିଛି । କଲେଜ ଯିବା ଏବଂ ଅଫିସ୍ ଯାଉଥିବା ଲୋକମାନେ ବିଶେଷ ଭାବରେ ଏହି ସ୍କୁଟରକୁ ପସନ୍ଦ କରିପାରନ୍ତି ।
ଲିଥିୟମ୍-ଆୟନ ଏବଂ ଲିଡ୍-ଏସିଡ୍ ବ୍ୟାଟେରୀ ସହିତ ୪ ଟି ଭରିଆଣ୍ଟରେ ଏହି ସ୍କୁଟରକୁ ଲଞ୍ଚ କରାଯାଇଛି । ଏହି ସ୍କୁଟରକୁ ହ୍ୱାଇଟ୍, ଗ୍ରୀନ୍, ରେଡ୍ ଏବଂ ସିଲଭର୍ ୪ ଟି ଭିନ୍ନ କଲରରେ କିଣାଯାଇପାରିବ । ଦେଶରେ ଇଲେକ୍ଟ୍ରିକ୍ ଟୁ-ହ୍ୱିଲର ସ୍କୁଟରର ଡିମାଣ୍ଡ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାକୁ ନଜରରେ ରଖି ଟୁ ହ୍ୱିଲର ନିର୍ମାତା କମ୍ପାନୀଙ୍କ ସହ ନୂଆ ଷ୍ଟାର୍ଟଅପ ଓ ଅନ୍ୟ କମ୍ପାନୀମାନେ ନିଜ ପ୍ରସ୍ତୁତ ଇଲେକ୍ଟ୍ରିକ୍ ସ୍କୁଟର ମାର୍କେଟରେ ଲଞ୍ଚ କରିବାରେ ଲାଗିଛନ୍ତି ।
ବର୍ତ୍ତମାନ ସମୟରେ ବଜାରରେ ଲଞ୍ଚ ହେଉଥିବା ଇଲେକ୍ଟ୍ରିକ ସ୍କୁଟର ମାନଙ୍କ ମଧ୍ୟରେ ଗୋଟିଏ ହେଉଛି Zelio । ଏହି ସ୍କୁଟର ଖୁବ କମ ଦାମରେ ଲମ୍ବା ରେଞ୍ଜ ଦେଇଥାଏ । ଯଦି ଆପଣ ବି ଖୁବ କମ ଦିନ ଭିତରେ ଇଲେକ୍ଟ୍ରିକ ସ୍କୁଟର ଟିଏ କିଣିବା ପାଇଁ ପ୍ଲାନ କରୁଛନ୍ତି ତେବେ ଆପଣ ଏହାର ମୂଲ୍ୟ ସହିତ, ବ୍ୟାଟେରୀ ତଥା ଫିଚର ବିଷୟରେ ଡିଟେଲରେ ଜାଣିରଖନ୍ତୁ ।
Zelio X Men 2.0 ଦାମ୍:
60V / 32AH ଲିଡ୍ ଏସିଡ୍ ବ୍ୟାଟେରୀ ଭାରିଆଣ୍ଟର ମୂଲ୍ୟ ୭୧,୫0୦ ଟଙ୍କା ଏବଂ 72V / 32AH ଭାରିଆଣ୍ଟର ମୂଲ୍ୟ ୭୪ ହଜାର ଟଙ୍କା । 60V / 30AH ଲିଥିୟମ୍-ଆୟନ ବ୍ୟାଟେରୀ ଭାରିଆଣ୍ଟର ମୂଲ୍ୟ ୮୭,୫୦୦ ଟଙ୍କା ଏବଂ 74V / 32AH ଭାରିଆଣ୍ଟର ମୂଲ୍ୟ ୯୧,୫୦୦ ଟଙ୍କା ସ୍ଥିର କରାଯାଇଛି ।
ଟପ୍ ସ୍ପିଡ୍ ଏବଂ ଡ୍ରାଇଭିଂ ରେଞ୍ଜ:
ଏହି ନୂଆ ଇଲେକ୍ଟ୍ରିକ୍ ସ୍କୁଟରର ଟପ୍ ସ୍ପିଡ୍ ହେଉଛି ୨୫km/h ଏବଂ ଏହି ସ୍କୁଟରଟି ଗୋଟିଏ ଫୁଲ୍ ଚାର୍ଜରେ ୧୦୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ । କମ୍ପାନୀ ଏହି ସ୍କୁଟରରେ 60 / 72V BLDC ମୋଟର ବ୍ୟବହାର କରିଛି ଯାହା ଗୋଟିଏ ଫୁଲ୍ ଚାର୍ଜରେ ମାତ୍ର ୧.୫ ୟୁନିଟ୍ ବିଦ୍ୟୁତ୍ ଖର୍ଚ୍ଚ କରିଥାଏ । ଏହାର ଅର୍ଥ ଏହି ସ୍କୁଟର ବିଦ୍ୟୁତ୍ ଏବଂ ଅର୍ଥ ଉଭୟ ସଞ୍ଚୟ କରିବ ।
ଚାର୍ଜିଂ ସମୟ ବ୍ୟାଟେରୀ ଠାରୁ ବ୍ୟାଟେରୀ ମଧ୍ୟରେ ଭିନ୍ନ ହୋଇପାରେ, ଲିଡ୍ ଏସିଡ୍ ବ୍ୟାଟେରୀ ଭାରିଆଣ୍ଟ ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ୮ ରୁ ୧୦ ଘଣ୍ଟା ସମୟ ନେଇଥାଏ, ଯେତେବେଳେ ଲିଥିୟମ୍-ଆୟନ ବ୍ୟାଟେରୀ ଭାରିଆଣ୍ଟ ସମ୍ପୂର୍ଣ୍ଣ ଚାର୍ଜ ହେବାକୁ ୪ ରୁ ୫ ଘଣ୍ଟା ଲାଗେ ।