Zomatoରୁ ଆସିଲା ଖୁସି ଖବର! ୮୦୦ ପଦରେ ନିଯୁକ୍ତି ପାଇଁ ଡାକରା; କମ୍ପାନୀ ସିଇଓ କହିଲେ, ‘ସିଧା ମୋତେ ରିଜ୍ୟୁମ୍‌ ପଠାଅ’

ସାରା ବିଶ୍ୱରୁ ବିଭିନ୍ନ ଛଟେଇ ଖବର ଭିତରେ Zomato କମ୍ପାନୀ ଖୁସି ଖବର ଆଣିଛି। କମ୍ପାନୀ ୮୦୦ ପଦରେ ନିଯୁକ୍ତି ନେଇ ଘୋଷଣା କରିଛି। ଯଦି ଆପଣ ବି ଚାକିରି ଖଣ୍ଡିଏ ଖୋଜୁଛନ୍ତି, ତା’ ହେଲେ ନିଜର ରିଜ୍ୟୁମ୍‌ କମ୍ପାନୀକୁ ମେଲ୍‌ କରି ପାରିବେ।

Zomatoର ସଂସ୍ଥାପକ ତଥା ସିଇଓ ଦୀପିନ୍ଦର ଗୋଏଲ ଲିଙ୍କ୍‌ଡଇନରେ ନୂଆ ନିଯୁକ୍ତି ସମ୍ପର୍କରେ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି, ‘Zomatoରେ ୫ ଭୂମିକା ପାଇଁ ପାଖାପାଖି ୮୦୦ ପଦ ଖାଲି ରହିଛି। ଯଦି ଆପଣ ଏଥିମଧ୍ୟରୁ କୌଣସି ବି ଭୂମିକା ପାଇଁ କୌଣସି ଭଲ ବ୍ୟକ୍ତିଙ୍କୁ ଜାଣନ୍ତି, ତା’ ହେଲେ ତାଙ୍କୁ ଯୋଗାଯୋଗ କରିବାକୁ ପରାମର୍ଶ ଦିଅନ୍ତୁ’।

ବାସ୍ତବରେ, Zomatoର ନୂଆ ନିଯୁକ୍ତିରେ ୫ ପ୍ରକାରର ଚାକିରି ଅଫର୍‌ କରାଯାଉଛି। ଯଦି Zomatoର ଏହି ପୋଷ୍ଟ୍‍ ପାଇଁ ଆପଣ ଯୋଗ୍ୟ, ତା’ ହେଲେ ନିଜର ରିଜ୍ୟୁମ୍‌ [email protected]ରେ ମେଲ୍‌ କରି ପାରିବେ। ଦୀପିନ୍ଦର ଗୋଏଲଙ୍କ କହିବା ହେଲା, ଯୋଗ୍ୟ ଲୋକମାନଙ୍କୁ ସେ ନିଜ ଟିମ୍‌ରେ ଯୋଡ଼ିବାକୁ ଚାହୁଁଛନ୍ତି।

deep
photo: aajtak

ଯେଉଁ ୫ଟି ପଦ ପାଇଁ ନିଯୁକ୍ତି ବାହାରିଛି, ସେଥିରେ ଗ୍ରୋଥ୍‌ ମ୍ୟାନେଜର, Product ‘Owner’, Chief of Staff to CEO, Generalist ଏବଂ ସଫ୍ଟେଓ୍ଵୟାର ଡେଭେଲପ୍‌ମେଣ୍ଟ ଇଞ୍ଜିନିୟର ପଦ ରହିଛି। କହି ରଖୁଛୁ, ବର୍ତ୍ତମାନ ସାରା ବିଶ୍ୱରୁ ଅଧିକ ମାତ୍ରାରେ ଛଟେଇ ଖବର ଆସୁଛି। ଏହାରି ଭିତରେ Zomatoର ଏହା ହେଉଛି ଏକ ଉତ୍ତମ ପଦକ୍ଷେପ। ବିଗତ ୧୦ ବର୍ଷ ଭିତରେ କମ୍ପାନୀ ୨୪ ଦେଶରେ ନିଜର ବ୍ୟବସାୟ ବିସ୍ତାର କରିଛି।

Leave A Reply

Your email address will not be published.