ମହିଳା ଓ ଟ୍ରାନ୍ସଜେଣ୍ଡରଙ୍କ ପାଇଁ ‘ପିରିୟଡ୍‌ସ ଲିଭ୍‌’ ଆରମ୍ଭ କଲା ଜୋମାଟୋ, ପ୍ରତି ମାସରେ ମିଳିବ ଛୁଟି

ପିରିୟଡ୍‌ସ ଅର୍ଥାତ୍‌ ମାସିକ ଧର୍ମ ଭାରତରେ ଏକ ବଡ଼ ସାମାଜିକ ପ୍ରତିବନ୍ଧକ ଭାବେ ପରିଗଣିତ ହୁଏ। ଭାରତର ଫୁଡ୍‌ ଡେଲିଭରି କମ୍ପାନୀ ଜୋମାଟୋ ଏହି ଦିଗରେ ଏକ ନୂଆ ପ୍ରୟାସ ଆରମ୍ଭ କରିଛି। କମ୍ପାନୀ ନିଜ ମହିଳା କର୍ମଚାରୀଙ୍କୁ ପିରିୟଡ୍‌ସ ପାଇଁ ବର୍ଷକୁ ୧୦ ଦିନର ଛୁଟି ଦେବାକୁ ଘୋଷଣା କରିଛି।

Indian food delivery giant Zomato introduces paid period leave

ଜୋମାଟୋର ପ୍ରତିଷ୍ଠାତା ଓ ସିଇଓ ଦିପିନ୍ଦର ଗୋୟଲ କହିଛନ୍ତି ମହିଳା ଓ ଟ୍ରାନ୍ସଜେଣ୍ଡର ଷ୍ଟାଫ୍‌ ପିରିୟଡ୍‌ସର ପ୍ରତି ମାସିକ ଚକ୍ରରେ ଗୋଟିଏ ଦିନ ଲେଖାଏଁ ଛୁଟି ପାଇବାକୁ ହକ୍‌ଦାର। ସେ ଇମେଲ କରି କହିଛନ୍ତି ଯେ ପିରିୟଡ୍‌ସ ପାଇଁ ଛୁଟି ନେବାରେ କିଛି ଲାଜ ଲାଗିବ ଭଳି କଥା ନାହିଁ। ଆପଣ କମ୍ପାନୀକୁ ଏହି ଛୁଟି ପାଇଁ କହିବା ପାଇଁ ଆଦୌ ସଙ୍କୋଚ କରିବା ଆବଶ୍ୟକତା ନାହିଁ।

Zomato introduces period leave for menstruating employees

ମାସିକ ଧର୍ମ ପାଇଁ ଛୁଟି ନେବା ଉପରେ ଅନାବଶ୍ୟକ ଉତ୍ପୀଡ଼ନ ଓ ଅପ୍ରିୟ ଟିପ୍ପଣୀ ଦେଉଥିବା ଲୋକଙ୍କୁ ଜୋମାଟୋର ସିଇଓ କହିଛନ୍ତି ମହିଳାଙ୍କର ଏହା ଏକ ପ୍ରାକୃତିକ ପ୍ରକ୍ରିୟା। ଏନେଇ ଲଜ୍ଜାବୋଧ କରିବା ଅନୁଚିତ। ଆପଣ ଖୋଲାଖୋଲି ଏ ବିଷୟରେ କହି ଛୁଟି ନେଇପାରିବେ। ଆମେ ମହିଳାଙ୍କୁ ସମର୍ଥନ କରୁଛୁ। ଜୋମାଟୋର ଏହି ଯୁଗାନ୍ତକାରୀ ପଦକ୍ଷେପକୁ ମହିଳାମାନେ ସ୍ୱାଗତ କରିଥିବା ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.