Zontes ଏକା ସାଥିରେ ଲଞ୍ଚ କଲା 350cc ର ୫ଟି ବାଇକ, ମାର୍କେଟକୁ ଆସିଲା ଦମଦାର ଲୁକ୍‌ ଏବଂ ଫିଚର୍‌ସ ଥିବା ଗାଡ଼ି

ବାଇକ୍ କିଣିବାକୁ ପ୍ଲାନିଂ କରୁଥିଲେ ଆପଣଙ୍କ ପାଇଁ ରହିଛି ଭଲ ଖବର।କାରଣ ଦେଶର ୩୫୦ ସିସି ଟୁ-ହ୍ଵିଲର ସେଗ୍‌ମେଣ୍ଟରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହୋଇଛି। Moto Vault ଆଜି ନୂଆ ଜଣ୍ଟିସ (Zontes 350) ମୋଟର ସାଇକେଲର ଲଞ୍ଚ କରିବା ସହିତ ଏହାର ମୂଲ୍ୟ ଘୋଷଣା କରିଛି। ନୂଆ Zontes ବାଇକର ମୂଲ୍ୟ ୩ଲକ୍ଷ ୧୫ ହଜାର ଏକ୍ସ ଶୋରୁମ ଟଙ୍କା ରହିଛି। ଏହି ସେଗ୍‌ମେଣ୍ଟରେ ୫ଟି ବାଇକ ସାମିଲ ଅଛି। ନେକେଡ୍‌ ସ୍ପୋର୍ଟସ, କେଫେ ରେସର୍‌, ଟୁରର୍‌,ଆଭେଞ୍ଜର ଟୁଅରର୍‌। ଏହି ବାଇକର ଭଲ କଥା ହେଉଛି ଏଥିରେ କିଲେଶ୍‌ ଇଗ୍ନିଶନ, ସ୍ଲିପର କ୍ଲଚ୍‌, ଟିଏଫ୍‌ଟି ସ୍କ୍ରୀନ୍‌, ଟାୟର ପ୍ରେସର ମନିଟରିଂ ସିଷ୍ଟମ ଏବଂ ଫୋର୍ ରାଇଡିଂ ମୋଡ୍‌ସ ପରି ଫିଚର୍‌ସ ଦେଇଛି। କମ୍ପାନି ବହୁତ ସମୟ ପୂର୍ବରୁ ତାର ଗାଡ଼ି ଲଞ୍ଚ କରିବାର ଯୋଜନା ରଖିଥିଲା, ଏବେ ପାର୍ବଣକୁ ଆଖିରେ ରଖି ବାଇକ୍‌ର ମୂଲ୍ୟ ଘୋଷଣା କରିଛି।

କମ୍ପାନିର ଗାଡ଼ିର ଲାଇନ ଅପରେ 350R, 350X, GK350, 350T ଏବଂ 350T ADV ପରି ମଡେଲ ସାମିଲ ହେଇଛି। ସବୁ ବାଇକରେ 348 ସିସିର ସିଙ୍ଗଲ ସିଲିଣ୍ଡର ଅଛି ଯାହା ୯,୫୦୦ ଆର୍‌ପିଏମରେ 38 ଏଚ୍‌ପି ଏବଂ ୭,୫୦୦ RPM ଉପରେ 32 mn ଟର୍କ ଜେନେରେଟ୍‌ କରେ।

Zontes ଆଦିଶ୍ୱର ଅଟୋ ରାଇଡିଂ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ କମ୍ପାନି ସହଭାଗିତାରେ ଭାରତରେ କାର୍ଯ୍ୟ କରୁଛି। କିୱେ ଏବଂ ମୋଟୋ ମୋରିନି ମୋଟରସାଇକେଲର ବିକ୍ରି ମଧ୍ୟ ସମ୍ଭାଳୁଛନ୍ତି। ଏଏଆରଆଇ ର ଏମ୍‌ଡି ବିକାଶ ଝାବକ ସୋସିଆଲ ମିଡିଆ ହେଣ୍ଡଲରେ ଗାଡ଼ିର ଦାମ ବିଷୟରେ କହିଛନ୍ତି। ଯେଉଁ ଗାଡ଼ି ଗୁଡ଼ିକ ୩.୧୫ ଲକ୍ଷରୁ ଆରମ୍ଭ ହୋଇ ୩.୬୭ ଲକ୍ଷ ପର୍ଯ୍ୟନ୍ତ ଯାଏ। ଭିନ୍ନ ଭିନ୍ନ ପେଣ୍ଟ ସ୍କିମ୍‌ ଅନୁସାରେ ବାଇକର ଦର ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ।

ସବୁ ମଟରସାଇକେଲରେ EFI ସିଷ୍ଟମ ସହିତ 348cc ର ସିଙ୍ଗଲ୍‌ ସିଲିଣ୍ଡର ଲିକ୍ୱିଡ କୋଲ୍ଡ ଇଞ୍ଜିନ ଦିଆଯାଇଛି। ଏହି ହାଇ କମ୍ପ୍ରେଶନ ଇଞ୍ଜିନ ୯,୫୦୦RPM ଉପରେ 38 bhp ର ପାଓ୍ଵାର ଏବଂ ୬ ସ୍ପିଡ୍‌ ର ଗିଅରବକ୍ସ ସହିତ ମିଶି 7500 RPM ଉପରେ 32 Nm ର ଟର୍କ ଜେନେରେଟ କରେ । ଏହି ଇଞ୍ଜିନ ହାଇ ପର୍ଫରମାନ୍‌ସ ସହିତ ଅଧିକା ମାଇଲେଜ୍‌ ଦେଇଥାଏ। ସାଧାରଣତ ୩୫୦ ସିସିର ବାଇକ୍‌ରେ ଏହି ପର୍ଫୋରମାନ୍‌ସ କମ୍‌ ଦଖିବାକୁ ମିଳେ ।

Zontes 350cc ରେଞ୍ଜର ମଟରସାଇକେଲରେ ସମାନ ହାର୍ଡ଼େଓ୍ଵୟର ଏବଂ କମ୍ପୋନେଣ୍ଟ୍‌ସ ଦେଖିବାକୁ ମିଳୁଥିବା ବେଳେ ଏହାର ଡିଜାଇନ ଏବଂ ଷ୍ଟାଇଲରେ ଫରକ ଦେଖିବାକୁ ମିଳେ। ଏହି ବାଇକ ଫ୍ରଣ୍ଟରେ ଟେଲି ସ୍କୋପିକ୍‌ ଫର୍କ ଏବଂ ପଛ ଭାଗରେ ମନୋଶକ୍‌ ସସ୍ପେନ୍‌ସନ ଦିଆ ହୋଇଛି।

ମଜବୁତ ସହିତ ବାଇକକୁ ହାଲ୍କା କରିବା ପାଇଁ ଏଥିରେ ଆଲୁମିନିୟମର ବ୍ୟବହାର କରାଯାଇଛି। ସବୁ ୫ ଟି ବାଇକରେ ଫ୍ରଣ୍ଟରେ ୩୨୦ ମିମି ଡିସ୍କ ଏବଂ ପଛ ଭାଗରେ ୨୬୫ ମିମି ଡିସ୍କ ବ୍ରେକ ମିଳିଛି।

ଏହାର ଖୁବ୍ ଦମଦାର ଫିଚର ମଧ୍ୟ ରହିଛି। କହିବାକୁ ଗଲେ ଏହି ବାଇକରେ ହେଡ୍‌ଲାଇଟ୍‌ସ ,ଟେଲ୍‌ଲାଇଟ୍‌ସ ଏବଂ ବ୍ଲିଙ୍କରସ ପାଇଁ ପୁରା ଏଲ୍‌ଇଡି ର ପ୍ୟାକେଜ୍‌ ରହିଛି। ଏହା ବ୍ୟତୀତ ୪ ରାଇଡିଙ୍ଗ୍‌ ମୋଡ୍‌, ଦୁଇଟି ଫାଷ୍ଟ ଚାର୍ଜିଂ ୟୁଏସ୍‌ବି ଏବଂ ଟାୟାର ପ୍ରେସର ମନିଟରିଂ ସିଷ୍ଟମ, ବ୍ଲ୍ୟୁ ଟୁଥ୍‌ କନେକ୍ଟିଭିଟି, ନାଭିଗେସନ, ନୋଟିଫିକେସନ, ସ୍କ୍ରିନ ମିରରିଂ, ଟେଲ-ଟେଲ ଲାଇଟ୍‌ସ, କଲର ଏଲ୍‌ସିଡ ଡିସ୍‌ପ୍ଲେ ସହିତ ପୁରା ବାଇକକୁ ଡିଜିଟାଲ ଇନଷ୍ଟଲମେଣ୍ଟ ସହିତ ବାଇକକୁ ଆଧୁନିକରଣ କରା ଯାଇଛି। ବାଇକର ଦାମ ବିଷୟରେ କହିବାକୁ ଗଲେ
Zontes 350R ବ୍ଲୁ ରଙ୍ଗର ଗାଡ଼ିର ମୂଲ୍ୟ ୩.୧୫ ରୁ ଆରମ୍ଭ ହୁଏ । ବ୍ଲାକ ହ୍ଵାଇଟ୍‌ ରଙ୍ଗର ଗାଡ଼ିର ଦର ୩.୨୫ ଟଙ୍କା କରାଯାଇଛି। ଏହା ଛଡ଼ା Zontes 350X ବ୍ଲାକ୍‌ ଏଣ୍ଡ ଗୋଲ୍ଡ ଭେରିଏଣ୍ଟର ମୂଲ୍ୟ୩.୩୫ ଲକ୍ଷ ଟଙ୍କା ଏବଂ ସେହି ପରି (ସିଲ୍ଭର ଅରେଞ୍ଜ )ଏବଂ (ବ୍ଲାକ୍‌ -ଗ୍ରୀନ୍‌) ଭେରିଏଣ୍ଟର ମୂଲ୍ୟ ୩.୪୫ ଲକ୍ଷ ଟଙ୍କା ଧାର୍ଯ୍ୟ ହୋଇଛି। କେଫେ ରେସର ମଡେଲ Zontes GK350 ବ୍ଲାକ୍‌-ବ୍ଲ୍ୟ ଭେରିଏଣ୍ଟର ମୂଲ୍ୟ ୩.୩୭ ଲକ୍ଷ ଟଙ୍କା। ବ୍ଲାକ ଗୋଲ୍ଡ ଓ ହ୍ଵାଇଟ ଅରେଞ୍ଜ ପାଇଁ ଗ୍ରାହକଙ୍କୁ ୩.୪୭ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଅନ୍ୟପଟେ Zontes 350T କୁ କେବଳ ୨ ଭେରିଏଣ୍ଟରେ କରାଯାଇଛି। ଅରେଞ୍ଜ ଭେରିଏଣ୍ଟର ମୂଲ୍ୟ ୩.୩୭ ଲକ୍ଷ ଟଙ୍କା ଏବଂ ଶେମ୍ପେନ ଶେଡ୍‌ର ମୂଲ୍ୟ ୩.୪୭ ଲକ୍ଷ ଟଙ୍କା ଅଛି। ଏହା ଛଡ଼ା ଅଡଭେଞ୍ଚର ଟୁଅରର ବି ୨ ପ୍ରକାରର ମଡେଲ ଆସୁଛି। ଅରେଞ୍ଜ ପାଇଁ ୩.୫୭ ଲକ୍ଷ ଏବଂ ଶେମ୍ପେନ ପାଇ ୩.୬୭ ଲକ୍ଷ ଖର୍ଚ୍ଚ କରିବାକୁ ପଡ଼ିବ। ଏଠାରେ ସବୁ ଦାମ ଏକ୍ସ ଶୋରୁମ ଦିଲ୍ଲୀ ଅନୁସାରେ ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.