Browsing Category

ଦେଶ ବିଦେଶ

ୱାୟନାଡରେ ୩ ବାଘଙ୍କ ମୃତଦେହ ମିଳିଲା, ତଦନ୍ତ ନିର୍ଦ୍ଦେଶ ଦେଲା କେରଳ ବନ ବିଭାଗ

କେରଳର ୱାୟନାଡରେ ୩ ବାଘଙ୍କ ମୃତଦେହ ମିଳିଛି । ରାଜ୍ୟ ବନ ବିଭାଗ ଏ ନେଇ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏହି ପାହାଡ଼ି ଜିଲ୍ଲାର ଦୁଇଟି ସ୍ଥାନରେ ମୃତଦେହଗୁଡ଼ିକ ମିଳିଥିବା ଅଧିକାରୀମାନେ କହିଛନ୍ତି । କୁରିଚ୍ୟାଡ୍ ଜଙ୍ଗଲ ରେଞ୍ଜ ଭିତରେ ଦୁଇଟି ବାଘ ମୃତ ଅବସ୍ଥାରେ ମିଳିଥିବା ବେଳେ ଅନ୍ୟ ଏକ ବାଘର…

ଟ୍ରମ୍ପଙ୍କ ‘ବାଏଆଉଟ୍’ ଅଫର୍… ଆମେରିକାରେ ଏକସାଥୀରେ ଇସ୍ତଫା ଦେଇଦେଲେ ୪୦,୦୦୦ କର୍ମଚାରୀ

ଡୋନାଲ୍ଡ ଟ୍ରମ୍ପ୍ ଆମେରିକା ରାଷ୍ଟ୍ରପତି ହେବା ପରଠାରୁ ଦେଶ, ବିଦେଶରେ ଅଶାନ୍ତି ଦେଖାଦେଇଛି । ଟ୍ରମ୍ପ୍ ପ୍ରଶାସନ ସଂଘୀୟ ସରକାରଙ୍କ କର୍ମଚାରୀ ସଂଖ୍ୟା ହ୍ରାସ କରିବା ପ୍ରକ୍ରିୟା ଆରମ୍ଭ କରିଛି । ଏହା ଅଧୀନରେ ସରକାରୀ କର୍ମଚାରୀମାନଙ୍କୁ ଏକ ସ୍ୱତନ୍ତ୍ର ବାଏଆଉଟ୍ ଅଫର୍ ଦିଆଯାଇଥିଲା,…

କେରଳ ମନ୍ଦିରକୁ ଯାନ୍ତ୍ରିକ ହାତୀ ଦାନ କଲା ପେଟା ଇଣ୍ଡିଆ, ସବୁଠି ହେଉଛି ଚର୍ଚ୍ଚା

କେରଳର ଏଡୟାର ଶ୍ରୀ ବଡକୁମ୍ବଡ ଶିବ ବିଷ୍ଣୁ ମନ୍ଦିରକୁ ଏକ ଯାନ୍ତ୍ରିକ ହାତୀ ଦାନ କରିଛି ପେଟା ଇଣ୍ଡିଆ । ମନ୍ଦିରକୁ ଯାନ୍ତ୍ରିକ ହାତୀ ଦେବା ପଛରେ ବି ବଡ଼ କାରଣ ରହିଛି । ମନ୍ଦିର ପ୍ରଶାସନ ମନ୍ଦିରରେ କେବେ ହାତୀ ରଖିବ ନାହିଁ କି ହାତୀକୁ ଭଡାରେ ମଧ୍ୟ ନେବ ନାହିଁ ବୋଲି ନିଷ୍ପତ୍ତି ନେଇଛି ।…

ବାଂଲାଦେଶରେ ବ୍ୟାପକ ହିଂସା, ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ତୁମୁଳକାଣ୍ଡ

ବାଂଲାଦେଶରେ ବ୍ୟାପକ ହିଂସା । ଅନଲାଇନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଭାଷଣ ପରେ ହିଂସା ବ୍ୟାପିଛି । ରାଜଧାନୀ ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବର ରେହମାନଙ୍କ ବାସଭବନରେ ପ୍ରଦର୍ଶନକାରୀ ଭଙ୍ଗାରୁଜା କରିବା ସହ ନିଆଁ ଲଗାଇ ଦେଇଛନ୍ତି । ଘରେ ପଶି ବ୍ୟାପକ…

ଆମେରିକାରେ ପୁଣି ଦୁଇ ବିମାନ ମୁହାଁମୁହିଁ ଧକ୍କା, ଅଳ୍ପକେ ବର୍ତ୍ତି ୧୪୨ ଜଣ ଯାତ୍ରୀ

ଆମେରିକାରେ ପୁଣି ୨ ବିମାନ ଧକ୍କା । ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇଛନ୍ତି । ହେଲେ ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ସୂଚନା ମିଳିଛି । ରନଓ୍ୱେ ସମୟରେ ଧକ୍କା ହୋଇଥିବା କୁହାଯାଉଛି । ସିଆଟେଲ୍- ଟାକୋମା ଏୟାରପୋର୍ଟ ରନଓ୍ୱେରେ ୨ ବିମାନ ଧକ୍କା ହୋଇଥିଲା ।  ହେଲେ ବିମାନରେ ଥିବା ୧୪୨…

ଦିଲ୍ଲୀରେ ସରିଲା ମତଦାନ, ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ

ଦିଲ୍ଲୀରେ ସରିଲା ମତଦାନ । ଇଭିଏମରେ ସିଲ୍ ହେଲା ୬୯୯ ପ୍ରାର୍ଥୀଙ୍କ ଭାଗ୍ୟ । ଦିଲ୍ଲୀର ୭୦ ବିଧାନସଭା ଆସନ ପାଇଁ ଗୋଟିଏ ପର୍ଯ୍ୟାୟରେ ହୋଇଛି ମତଦାନ । ସକାଳ ୭ଟାରୁ ଆରମ୍ଭ ହୋଇ ସନ୍ଧ୍ୟା ଛଅଟା ପର୍ଯ୍ୟନ୍ତ ଭୋଟିଂ ହୋଇଥିଲା । ରାଷ୍ଟ୍ରପତି, ଉପରାଷ୍ଟ୍ରପତି, କେନ୍ଦ୍ରମନ୍ତ୍ରୀଙ୍କ ସମେତ ବହୁ…

୭୦ ବର୍ଷୀୟା ମହିଳା ତିରୁପତି ମନ୍ଦିରକୁ ଦାନ କଲେ ନିଜର ୩୫ ବର୍ଷର ସଞ୍ଚୟ, ଗରିବ ପିଲାଙ୍କ ପାଇଁ ନେଲେ ବଡ଼ ନିଷ୍ପତ୍ତି

ଜଣେ ୭୦ ବର୍ଷୀୟା ମହିଳା ନିଜର ସଞ୍ଚିତ ଅର୍ଥକୁ ତିରୁପତି ମନ୍ଦିରକୁ ଦାନ ଦେଇଛନ୍ତି । ସେ ସୋମବାର ତିରୁମାଲା ତିରୁପତି ଦେବସ୍ଥାନମ୍ (TTD)ର ଶ୍ରୀ ଭେଙ୍କଟେଶ୍ୱର ସର୍ବ ଶ୍ରେୟସ୍ (ଏସଭି ବାଲାମନ୍ଦିର) ଟ୍ରଷ୍ଟକୁ ୫୦ ଲକ୍ଷ ଟଙ୍କା ଦାନ କରିଛନ୍ତି । ଏହା ତାଙ୍କର ୩୫ ବର୍ଷର ମୋଟ ସଞ୍ଚୟ ଥିଲା ।…

ଆମେରିକାରେ ବାର୍ଡ ଫ୍ଲୁ… ଯୋଗାଣ କେନ୍ଦ୍ରରୁ ଚୋରି ହୋଇଗଲା ୧ ଲକ୍ଷ ଅଣ୍ଡା !

ଆମେରିକାରେ ଚୋର ନେଇଯାଇଛି ୧ ଲକ୍ଷ ଅଣ୍ଡା । ସାଉଥ୍-ସେଣ୍ଟ୍ରାଲ ପେନସିଲଭାନିଆରେ ଏକ ଡିଷ୍ଟ୍ରିବ୍ୟୁସନ କେନ୍ଦ୍ରରୁ ପାଖାପାଖି ୧ ଲକ୍ଷ ଅଣ୍ଡା ଚୋରି ହୋଇଛି । ଏହି ଅଣ୍ଡାଗୁଡ଼ିକର ମୂଲ୍ୟ ୪୦,୦୦୦ ଡଲାର୍ ଅର୍ଥାତ୍ ପାଖାପାଖି ୩୩ ଲକ୍ଷ ଟଙ୍କା ବୋଲି କୁହାଯାଉଛି । ଆମେରିକାର ଗ୍ରୀନକାଷ୍ଟଲର…

ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ଅଟକାଇଲେ ଯବାନ, ମାରଣାସ୍ତ୍ରରେ ବିଏସଏଫ୍ ଯବାନଙ୍କୁ କଲେ ଆକ୍ରମଣ

ଭାରତ-ବାଂଲାଦେଶ ବର୍ଡର ବିଏସଏଫ୍ ଯବାନଙ୍କ ଉପରେ ଆକ୍ରମଣ କରିଛନ୍ତି ବାଂଲାଦେଶ ଅନୁପ୍ରବେଶକାରୀ । ପଶ୍ଚିମବଙ୍ଗ ବର୍ଡର ଦେଇ ଭାରତକୁ ଅବୈଧ ଭାବେ ପ୍ରବେଶ କରୁଥିବା ବେଳେ ଅନୁପ୍ରବେଶକାରୀ ବାଂଲାଦେଶୀଙ୍କୁ ଅଟକାଇଥିଲେ ବିଏସଏଫ୍ ଯବାନ୍ । ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି…

ଛାତ୍ରଛାତ୍ରୀଙ୍କୁ ଭାଷଣ ଦେଇ ଚେୟାରରେ ବସିଥିଲେ ପ୍ରଫେସର, ହଠାତ୍ ହୃଦଘାତରେ ଚାଲିଗଲା ଜୀବନ

ୟୁପିର କାନପୁରରେ ଜଣେ ପ୍ରଫେସରଙ୍କର ହୃଦଘାତରେ ମୃତ୍ୟୁ ହୋଇଛି । ସେ ଆଇଆଇଟି କାନପୁର ଏବଂ ସିଏସଜେଏମ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ଆୟୋଜିତ ଏକ ଜାତୀୟ ସମ୍ମେଳନରେ ଭାଗ ନେବାକୁ ଆସିଥିଲେ । ଏହି ସମୟରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ସେଠାରେ ଥିବା ଲୋକମାନେ ତୁରନ୍ତ…

ଟୋଲ ପ୍ଲାଜାରେ ଆଉ କରିବାକୁ ପଡିବନି ଅପେକ୍ଷା, ଖୁବଶୀଘ୍ର ବର୍ଷିକିଆ କିମ୍ବା ଲାଇଫଲାଇମ୍ ଟୋଲ ପାସ୍ ସୁବିଧା

ଜାତୀୟ ରାଜପଥରେ ଯାଉଥିବା କାର୍ ମାଲିକଙ୍କ ପାଇଁ ଖୁସି ଖବର । କେନ୍ଦ୍ର ସରକାର ଖୁବଶୀଘ୍ର ବର୍ଷିକିଆ କିମ୍ବା ଲାଇଫଲାଇମ୍ ଟୋଲ ପାସ୍ ସୁବିଧା କରିବାକୁ ଯାଉଛନ୍ତି । ଏଣିକି ଥରେ ଟଙ୍କା ଦେଲେ ବର୍ଷସାରା ଆପଣଙ୍କୁ ଟୋଲଗେଟ୍‌ରେ ଅପେକ୍ଷା କରିବାକୁ ପଡ଼ିବ ନାହିଁ । କେନ୍ଦ୍ର ସରକାରଙ୍କ ପ୍ରସ୍ତାବ…

ଆମେରିକାରୁ ୧୦୪ ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ପହଞ୍ଚିଲା C-17 ବିମାନ, ଅମୃତସରରେ କଲା ଲ୍ୟାଣ୍ଡ

ଆମେରିକାର ସାମରିକ ବିମାନ C-17 ଅବୈଧ ଭାରତୀୟ ପ୍ରବାସୀଙ୍କୁ ଧରି ଭାରତରେ ପହଞ୍ଚିଛି । ଏହି ବିମାନ ଯୋଗେ ପ୍ରଥମ ପର୍ଯ୍ୟାୟ ଅବୈଧ ଭାରତୀୟ ପ୍ରବାସୀ ଭାରତରେ ପହଞ୍ଚିଛନ୍ତି । ବିମାନରେ ୧୦୪ ଜଣ ଭାରତୀୟ ଅଛନ୍ତି । ବିମାନଟି ଅମୃତସର ଏୟାରପୋର୍ଟରେ ଲ୍ୟାଣ୍ଡ କରିଛି । ଏଠାରେ ପୋଲିସ ଏବଂ…