Odisha News
.

ଆସନ୍ତା ୨୮ରେ ଔଷଧ ବନ୍ଦ, ଜାଣନ୍ତୁ କାହିଁକି ?

ଭୁବନେଶ୍ବର (କେନ୍ଯୁଜ୍) : ଆସନ୍ତା ୨୮ ତାରିଖରେ ବନ୍ଦ ରହିବ ଔଷଧ ଦୋକାନ । ଅଖିଳ ଭାରତୀୟ ଔଷଧ ବ୍ୟବସାୟୀ ମହାସଂଘର ବନ୍ଦ ଡାକରାକୁ ସମର୍ଥନ କରିଛି ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ । ଇ-ଫାର୍ମାସୀ ଓ ଅନଲାଇନ ଔଷଧ ବିକ୍ରି ବିରୋଧରେ ଏହି ବନ୍ଦ ଡାକରା ଦିଆଯାଇଛି ।

ଦେଶର ୧୦ ଲକ୍ଷ ଔଷଧ ବ୍ୟବସାୟୀ ଏହି ବନ୍ଦରେ ସାମିଲ ହେବେ । ସେଭିତରେ ରାଜ୍ୟର ୨୨ ହଜାର ଔଷଧ ଦୋକାନୀ ଅଛନ୍ତି । ସେପଟେ ବନ୍ଦ ବେଳେ ରୋଗୀଙ୍କ ଯେଭଳି କୌଣସି ଅସୁବିଧା ନହୁଏ ଏଥିପାଇଁ ହସ୍ପିଟାଲ ପରିସରରେ ଥିବା ସମସ୍ତ ଔଷଧ ଦୋକାନ ଖୋଲା ରହିବ । ଏ ନେଇ ସାମ୍ବାଦିକ ସମ୍ମିଳନୀରେ ଉତ୍କଳ କେମିଷ୍ଟ ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ସୂଚନା ଦିଆଯାଇଛି ।

Loading...

Leave A Reply

Your email address will not be published.