କେନ୍ୟୁଜ୍(ବ୍ୟୁରୋ): ଛତିଶଗରୁ ଆସୁଥିବା କିମ୍ବା ଛତିଶଗଡ଼ ଦେଇ ଓଡ଼ିଶା ଆସୁଥିବା ସମସ୍ତ ଯାତ୍ରିବାହୀ ଟ୍ରେନ୍ ବାତିଲ କର। ଆସନ୍ତା ୧୦ ତାରିଖଠାରୁ ଏହାକୁ ଲାଗୁ କରିବାକୁ କେନ୍ଦ୍ର ରେଳବାଇ ବୋର୍ଡ ଅଧ୍ୟକ୍ଷଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର। କେବଳ ଏତିକି ନୁହଁ, ଦେଶର ଯେ କୌଣସି ସ୍ଥାନରୁ ଟ୍ରେନ୍ରେ ଓଡ଼ିଶା ଆସୁଥିବା ଯାତ୍ରୀଙ୍କ ପାଖରେ ନେଗେଟିଭ RTPCR ଟେଷ୍ଟ ରିପୋର୍ଟ ରହିବା ବାଧ୍ୟତାମୂଳକ। ଯାତ୍ରାର ୭୨ ଘଣ୍ଟା ପୂର୍ବରୁ ସେହି ରିପୋର୍ଟ ଥିବା ଦରକାର।
କିମ୍ବା ଦ୍ୱିତୀୟ ଡୋଜ୍ ଟିକା ନେଇଥିବା ନେଇ ଯାତ୍ରୀଙ୍କ ପାଖରେ ସାର୍ଟିଫିକେଟ୍ ଥିବା ଦରକାର। ଏପରି କଟକଣା ଆସନ୍ତା ୧୦ ତାରିଖରୁ ଲାଗୁ କରିବାକୁ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି।.