ସିଇଓ ଭାବେ ଜଣେ ଆମେରିକୀୟଙ୍କୁ ନିଯୁକ୍ତି ଦେଲା ଟିକ୍‌ଟକ୍‌, ବ୍ୟବସାୟକୁ ଦ୍ୱିଗୁଣିତ କରିବା ଲକ୍ଷ୍ୟ

ସର୍ଟ ଭିଡିଓ ସେୟାରିଂ ଆପ୍ଲିକେସନ୍‌ ଟିକ୍‌ଟକ୍‌ ପ୍ରଥମ ଥର ପାଇଁ ଜଣେ ଆମେରିକୀୟଙ୍କୁ ବଡ଼ ପଦରେ ନିଯୁକ୍ତି ଦେଇଛି। ଓ୍ଵାଲ୍ଟ ଡିଜ୍‌ନୀର ଜଣେ ବରିଷ୍ଠ ଅଧିକାରୀଙ୍କୁ ନୂଆ ସିଇଓ ଭାବେ ନିଯୁକ୍ତ କରିଛି ଟିକ୍‌ଟକ୍‌। ୫୧ ବର୍ଷୀୟା କେବିନ୍‌ ମେୟର ଏବେ ଟିକ୍‌ଟକ୍‌ର ସମସ୍ତ କାର୍ଯ୍ୟ ପରିଚାଳନା କରିବେ। ବର୍ତ୍ତମାନ କେବିନ୍‌ ଡିଜ୍‌ନୀ ପ୍ଲସ୍‌, Hulu ବ୍ୟତୀତ ESPN+ ରେ ଚେୟାରମ୍ୟାନ୍‌ ଭାବେ କାମ କରୁଛନ୍ତି। ଚୀନ୍‌ କମ୍ପାନୀ ଟିକ୍‌ଟକ୍‌ ତାଙ୍କୁ ନିଜର ଆଗାମୀ ସିଇଓ ଭାବେ ନିଯୁକ୍ତ କରିଛି। ଜୁନ୍‌ ୧ରୁ ସେ କାମରେ ଯୋଗ ଦେବେ। ସେ ସିଧାସଳଖ ଟିକ୍‌ଟକ୍‌ର ମାଲିକଙ୍କୁ ରିପୋର୍ଟ କରିବେ।

TikTok hires new CEO from Walt Disney

ସୂଚନାଯୋଗ୍ୟ ଯେ କେବିନ୍‌ଙ୍କ ନେତୃତ୍ୱରେ ଓ୍ଵାଲ୍ଟ ଡିଜ୍‌ନୀଙ୍କ ବେପାର ବହୁ ଗୁଣିତ ହୋଇଛି। ସେ ୨୦୧୯ ମସିହା ନଭେମ୍ବର ମାସରେ ଡିଜନୀ ପଲ୍ସ ନାମକ ଏକ ଷ୍ଟ୍ରିମିଂ ଟିଭି ଚ୍ୟାନେଲ୍‌ ଲଞ୍ଚ୍‌ କରିଥିଲେ। ତାଙ୍କ ରଣନୀତି ଯୋଗୁ ଏହି ଷ୍ଟ୍ରିମିଂ ଟିଭି ଚ୍ୟାନେଲର ୫୫ କୋଟି ସବ୍‌ସ୍କ୍ରାଇବର ହୋଇଛନ୍ତି। ଏହା ବ୍ୟତୀତ ସେ ଅନ୍ୟ କେତେକ ପ୍ରୋଜେକ୍ଟ ମାଧ୍ୟମରେ ମଧ୍ୟ କମ୍ପାନୀର ରୋଜଗାର ବଢ଼ାଇଛନ୍ତି।

ଏନେଇ କେବିନ୍‌ କହିଛନ୍ତି ଯେ ଅନ୍ୟ ସଂସ୍ଥା ଭଳି ସେ ଟିକ୍‌ଟକ୍‌ରେ ମଧ୍ୟ ଭଲ ବ୍ୟବସାୟ କରାଇବା ଲକ୍ଷ୍ୟ ରଖିଛନ୍ତି। ଖୁବ୍‌ ଶୀଘ୍ର ସେ ଟିକ୍‌ଟକ୍‌କୁ ସଫଳ କରାଇବେ ବୋଲି ଯୋଜନା କରୁଥିବା କହିଛନ୍ତି।

Leave A Reply

Your email address will not be published.