ମାତ୍ର ୧ମିନିଟରେ ତିଆରି କରନ୍ତୁ Eggless Mug କେକ୍

ଲକଡାଉନ କାରଣରୁ ବର୍ତ୍ତମାନ ୯୫ ପ୍ରତିଶତ ଭାରତୀୟ ନିଜ ପରିବାର ସଦସ୍ୟଙ୍କ ସହ ସମୟ ବିତାଉଛନ୍ତି। ଏବେ କେବଳ ହସ୍ପିଟାଲ ସହ ଗୋଟିଏ ଜିନିଷ ଖୋଲା ତାହା ହେଉଛି ମହିଳାମାନଙ୍କ ରୋଷେଇ ଘର। ଏହିସମୟରେ ଆପଣ ନିଜ ପରିବାର ଲୋକଙ୍କ ପାଇଁ କିଛି ଟେଷ୍ଟି ଟେଷ୍ଟି ଖାଇବା ବନାନ୍ତୁ। ଏଥିପାଇଁ ଆଜି ଆମେ ଆପଣଙ୍କ ପାଇଁ ନେଇଆସିଛୁ ସ୍ଵାଦିଷ୍ଟ ଚକଲେଟ ମାଇକ୍ରୋୱେବ କେକ୍।ଯାହା ଛୁଆଙ୍କ ଠାରୁ ଆରମ୍ଭ କରି ବୟସ୍କ ଲୋକମାନେ ସମସ୍ତେ ପସନ୍ଦ କରିଥାନ୍ତି। ସବୁଠାରୁ ଖାସ କଥା ହେଉଛି ଏହି କେକ୍ ପ୍ରସ୍ତୁତ କରିବାରେ ଆପଣଙ୍କୁ ମାତ୍ର ୧୦ମିନିଟ ସମୟ ଲାଗିବ। ତେବେ ଆସନ୍ତୁ ଜାଣିବା କିପରି ପ୍ରସ୍ତୁତ କରିବେ ଏହି ଚକଲେଟ କେକ୍।

ଆବଶ୍ୟକୀୟ ସାମଗ୍ରୀ:

ମଇଦା- ଅଧା କପ
ଚିନି- ଅଧା କପ
କୋକ ପାଉଡର- ୨ବଡ ଚାମଚ
ବେକିଂ ସୋଢା- ଅଧା ଚାମଚ
ଲୁଣ- ଅଧା ଚାମଚ
କ୍ଷୀର- ୩ବଡ ଚାମଚ
କନୋଲା ଅଏଲ- ୨ବଡ ଚାମଚ
ପାଣି- ୧ବଡ ଚାମଚ
ଭାନିଲା ଏସେନ୍ସ- ଅଧା ଚାମଚ

Image result for chocolate mug cake

ପ୍ରସ୍ତୁତି ପ୍ରଣାଳୀ:

ସର୍ବପ୍ରଥମେ ଆପଣ ଏକ ବାଉଲରେ ମଇଦା, ଚିନି, କୋକୋ ପାଉଡର, ବେକିଂ ସୋଢା ଏବଂ ଲୁଣ ମିକ୍ସ କରିଦିଅନ୍ତୁ। ଏହାପରେ ସେଥିରେ କ୍ଷୀର, କନୋଲା ଅଏଲ, ପାଣି ଏବଂ ଭାନିଲା ଏସେନ୍ସ ମିଶାଇ ଭଲଭାବେ ମିଶ୍ରଣ କରନ୍ତୁ। ଏହାପରେ ଏହି ମିଶ୍ରଣକୁ ମାଇକ୍ରୋୱେବ ମଗରେ ପକାନ୍ତୁ। ବର୍ତ୍ତମାନ ଏହାକୁ ମାଇକ୍ରୋୱେବରେ ପାଖାପାଖି ୧ମିନିଟ ୪୫ସେକେଣ୍ଡ ପର୍ଯ୍ୟନ୍ତ ରଖନ୍ତୁ। ଏହାପରେ ଏକ ପିନ ସାହାଯ୍ୟରେ ଚେକ୍ କରନ୍ତୁ। ଯଦି କେକ୍ ର ପେଷ୍ଟ ପିନରେ ନଲାଗେ ତେବେ ଆପଣଙ୍କ କେକ୍ ପ୍ରସ୍ତୁତ ହୋଇସାରିଛି। ଏବେ ପ୍ରସ୍ତୁତ ହୋଇଗଲା ଆପଣଙ୍କର ଟେଷ୍ଟି ଚକଲେଟ କେକ୍। ବର୍ତ୍ତମାନ ଏହା ଉପରେ ଆପଣ ଚକଲେଟ ଚିପ୍ସ ପକାଇ ଘରଲୋକଙ୍କୁ ଖାଇବାକୁ ଦିଅନ୍ତୁ।

Leave A Reply

Your email address will not be published.