ରାଜ୍ୟର ୪ ଜିଲ୍ଲାକୁ ଉପରେ ଅଧିକ ଫୋକସ ଦେବେ ମୁଖ୍ୟମନ୍ତ୍ରୀ,ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ

କେନ୍ୟୁଜ୍(ବ୍ୟୁରୋ): ଚିନ୍ତା ବଢାଇଛି ଓଡିଶାର ୪ ଜିଲ୍ଲା । ଏବେ ଏହି ସବୁ  ଜିଲ୍ଲା ମୁଖ୍ୟମନ୍ତ୍ରୀଙ୍କ ଫୋକସରେ ରହିବ। ଏହି ସବୁ ଜିଲ୍ଲା ଗୁଡ଼ିକ ହେଲା ଖୋର୍ଦ୍ଧା, କଟକ, ଯାଜପୁର ଓ ସୁନ୍ଦରଗଡ଼ । ରାଜ୍ୟରେ କରୋନା ସ୍ଥିତିର ସମୀକ୍ଷା କରି ଏସବୁ ଜିଲ୍ଲାଗୁଡ଼ିକ ଉପରେ ଅଧିକ ଫୋକସ କରିବା ପାଇଁ କହିଛନ୍ତି ମୁଖ୍ୟମନ୍ତ୍ରୀ । ମେଡିସିନ୍‌ କିଟ ଓ ଟେଲି ମେଡିସିନ୍‌ ଯୋଗାଇବା ଉପରେ ଜୋର ଦେଇଛନ୍ତି  ।

ରାଜ୍ୟରେ ସଂକ୍ରମଣ ବଢୁଥିଲେ ବି ସୁସ୍ଥତା ହାର ବଢ଼ି ଚାଲିଛି । ଅଧିକ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ନବୀନ କହିଛନ୍ତି, ଟଙ୍କା ଅଭାବରୁ କେହି ଜଣେ ବି ଚିକିତ୍ସା ସୁବିଧାରୁ ବଞ୍ଚିତ ହେବେ ନାହିଁ । ରାଜ୍ୟ ସରକାର ସବୁ ସୁବିଧା ମାଗଣାରେ ଯୋଗାଇ ଦେଉଛନ୍ତି । ଟେଷ୍ଟିଂ ପାଇଁ ସ୍ୱେଚ୍ଛାକୃତ ଭାବରେ ଆଗେଇ ଆସିବା ପାଇଁ ଆହ୍ଵାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ବର୍ତ୍ତମାନ ରାଜ୍ୟରେ ୩୨ ହଜାର କୋଭିଡ୍‌ ଟେଷ୍ଟ କରାଯାଉଛି ।

ଲୋକ କିଭଳି ସାମିଲ ହେବେ ତାଉପରେ ଗୁରୁତ୍ୱାରୋପ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ସଫଳ ହେଉଛି ପ୍ଲାଜମା ଥେରାପୀ । ଏପର୍ଯ୍ୟନ୍ତ ୧୪୯ ଜଣ ଲୋକ ପ୍ଲାଜମା ଦାନ କରିଛନ୍ତି । ସେମାନଙ୍କୁ ଆସନ୍ତା ସ୍ୱାଧୀନତା ଦିବସରେ ପ୍ଲାଜମା ଡୋନରଙ୍କୁ ସମ୍ମାନିତ କରାଯିବ ।

Leave A Reply

Your email address will not be published.