Odisha News

ମିଶନ ଶକ୍ତି ମେଳା ବୁଲି ଅଳଙ୍କାର ବାକ୍ସ ଓ ବ୍ୟାଗ କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, SHG ସଦସ୍ୟାଙ୍କ ସହ କଲେ ଆଲୋଚନା

ଭୁବନେଶ୍ୱରପ୍ରଦର୍ଶନୀ ପଡିଆରେ ଚାଲିଥିବା ମିଶନ ଶକ୍ତି ମେଳା ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଭିନ୍ନ ଷ୍ଟଲ ବୁଲି ଦେଖିବା ସହ ମେଳାରେ ଅଂଶଗ୍ରହଣ କରିଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଣ୍ଡିଆରୁ ପ୍ରସ୍ତୁତ ବିଭିନ୍ନ ଖାଦ୍ୟ ସାମଗ୍ରୀର ‘ମଲଟି କାଫେ’, ଗୁଆ ବାହୁଙ୍ଗାରୁ ପ୍ରସ୍ତୁତ ଥାଳି, ଢୋକ୍ରା ଶିଳ୍ପ, ସବାଇ ଶିଳ୍ପ, ଟେରାକୋଟା, ବାଉଁଶଜାତ ଦ୍ରବ୍ୟ, ଖାଦ୍ୟ ଓ ମସଲା ସାମଗ୍ରୀକୁ ଦେଖି ଖୁସି ପ୍ରକାଶ କରିବା ସହ ପ୍ରଶଂସା କରିଥିଲେ।

mission shakti mela 1ମେଳା ବୁଲିବାକୁ ଆସି ମୁଖ୍ୟମନ୍ତ୍ରୀ ଅଳଙ୍କାର ବାକ୍ସ ଓ ବ୍ୟାଗ କିଣିଥିଲେ। ସାମାଜିକ ଓ ଅର୍ଥନୈତିକ ସଣକ୍ତିକରଣ ଦିଗରେ ମହିଳା ଗୋଷ୍ଠୀଙ୍କର ସାମୂହିକ ଅବଦାନକୁ ମୁଖ୍ୟମନ୍ତ୍ରୀ ଅଭିନନ୍ଦନ ଜଣାଇଛନ୍ତି । ଡିସେମ୍ବର ୫ ତାରିଖରୁ ଆରମ୍ଭ ହୋଇଥିବା ଏହି ମେଳା ଆସନ୍ତା ୧୬ ତାରିଖ ଯାଏଁ ଚାଲିବ । ଖୋଲିଛି ୨୦୨ଟି ଷ୍ଟଲ।

 

 

Loading...

Leave A Reply

Your email address will not be published.