Odisha News

ନିର୍ଭୟା ମାମଲା : ଦୋଷୀ ଅକ୍ଷୟ ଫାଶୀ ଦଣ୍ଡାଦେଶର ପୁନର୍ବିଚାର ଆବେଦନରେ କିଛି ଏମିତି ଲେଖିଛି, ପଢ଼ିଲେ ମୁଣ୍ଡ ଘୂରେଇ ଯିବ

ନୂଆଦିଲ୍ଲୀ : ଏବେ ଚାରିଆଡ଼େ ଚର୍ଚ୍ଚା ଚାଲିଛି ନିର୍ଭୟା ମାମଲାରେ ଦୋଷୀ ସାବ୍ୟସ୍ତ ଚାରି ଜଣ ଅପରାଧୀଙ୍କୁ ଖୁବ୍‌ ଶୀଘ୍ର ଫାଶୀ ଦଣ୍ଡ ଦିଆଯିବ । ହେଲେ ଆଜି ତାଙ୍କ ଭିତରୁ ଜଣେ ଅକ୍ଷୟ ସିଂହ ସୁପ୍ରିମ୍‌ କୋର୍ଟରେ ଫାଶୀ ଦଣ୍ଡାଦେଶର ପୁନର୍ବିଚାର ପାଇଁ ଆବେଦନ କରିଛି । ଫାଶୀକୁ ଏଡ଼ାଇବା ପାଇଁ ତାର ଓକିଲ କେତେକେ ଯୁକ୍ତି ଉପସ୍ଥାପନ କଲା ଭଳି ପଏଣ୍ଟ ଲେଖିଛନ୍ତି । ସେଗୁଡ଼ିକ ମଧ୍ୟରେ ଗୋଟିଏ ପଏଣ୍ଟ ହେଉଛି

୧-ଦିଲ୍ଲୀର ଗ୍ୟାସ୍‌ ଚାମ୍ବରରେ ପରିଣତ ହେଲାଣି । ଲୋକେ ଏମିତିରେ ମରିଯିବେ। ତେଣୁ କାହାକୁ ମୃତ୍ୟୁଦଣ୍ଡ କାହିଁକି ଦିଆଯାଉଛି ?
୨-ସତ୍ୟ ଓ ତ୍ରେତୟା ଯୁଗରେ ଲୋକେ ହଜାରେ ବର୍ଷ ବଞ୍ଚୁଥିଲେ । ଏବେ କଳିଯୁଗରେ ତ ଲୋକେ ୫୦ କି ୬୦ ବର୍ଷରେ ମରି ଯାଉଛନ୍ତି । ଅତି ବେଶିରେ ଶହେ ବର୍ଷ ବଞ୍ଚୁଛନ୍ତି । ପୁଣି ବର୍ତ୍ତମାନ ପରିସ୍ଥିତିରେ ମଣିଷ ଶବ ଭଳି ବଞ୍ଚି ରହୁଛି ।
୩-ଜାତିର ପିତା ମହାତ୍ମା ଗାନ୍ଧୀ କହିଛନ୍ତି, କିଛି ବି କରିବା ପୂର୍ବରୁ ସବୁବେଳେ ଶେଷ ପାହାଚରେ ଠିଆ ହୋଇଥିବା ବ୍ୟକ୍ତି ବିଷୟରେ ଭଲ ଭାବେ ଚିନ୍ତାକର । ତାର ହିତ କଥା ଚିନ୍ତା କର ।
୪-ମୃତ୍ୟୁଦଣ୍ଡର ଅର୍ଥ ହେଉଛି ନ୍ୟାୟ ନାମରେ ଜଣକୁ ଷଡ଼ଯନ୍ତ୍ର କରି ମାରିଦେବା । ସରକାର ପ୍ରକୃତ କାରଣ ସମସ୍ୟାର ସମାଧାନ କରିବା ଉଚିତ ।
୫-ଆବେଦନରେ ଆହୁରି କୁହାଯାଇଛି ଯେ ଶାସ୍ତି କେବଳ ଅପରାଧୀକୁ ମାରେ, ଅପରାଧକୁ ନୁହେଁ । ସରକାର ଅପରାଧୀ ବଦଳରେ ଅପରାଧକୁ ଘୃଣା କରିବା ଉଚିତ ।
୬-ମୃତ୍ୟୁ ଦଣ୍ଡ ଗାନ୍ଧୀଜୀଙ୍କ ନିତୀ ଅହିଂସାର ବିରୋଧୀ । ଏହା ବଞ୍ଚିବାର ଅଧିକାର ବିରୋଧରେ ଯାଉଛି ।
୭-ଲୋକେ ଭାବନ୍ତି ବଡ଼ ଅପରାଧ ପାଇଁ କଠିନରୁ କଠିନ ଦଣ୍ଡ ଦେବା ଦରକାର । ହେଲେ ବିଶ୍ୱ ସ୍ତରରେ ହୋଇଥିବା ଗବେଷଣାରୁ ଜଣାପଡ଼ିଛି ଯେ କଠିନ ଦଣ୍ଡ ଦେଲେ ମଧ୍ୟ ଅପରାଧ କମେ ନାହିଁ ।
୮-ଆର୍ଜେଣ୍ଟିନା, ବ୍ରାଜିଲ, କଲମ୍ବିଆ, କ୍ୱେଡର ଭଳି ଦେଶ ଫାଶୀ ଦଣ୍ଡକୁ ବନ୍ଦ କରି ସାରିଛନ୍ତି । ଭାରତରେ ମଧ୍ୟ ଫାଶୀ ଦଣ୍ଡକୁ ବନ୍ଦ କରାଯିବା ଉଚିତ । ୧୯୫୬ରେ ଇଂଲଣ୍ଡ ମଧ୍ୟ ଏହାକୁ ବନ୍ଦ କରି ଦେଇଥିଲା । କାରଣ କୁହାଯାଇଥିଲା ଯେ ଶାସ୍ତି ଜରୁରୀ ନୁହେଁ, ଅପରାଧୀ ସୁଧୁରି ଯିବା ଉଚିତ ।
ନିର୍ଭୟା ଦୋଷୀ ଅକ୍ଷୟ ସିଂହଙ୍କ ଏଭଳି ଆବେଦନ ଏବେ ଚର୍ଚ୍ଚା ସୃଷ୍ଟି କରିଛି ।

 

Loading...

Leave A Reply

Your email address will not be published.