ଝାରସୁଗୁଡାରେ ଚିନ୍ତା ବଢାଇଲା ୫ ବର୍ଷର ବାଳକ ଠରେ କରୋନା ପଜେଟିଭ, ରାଜ୍ୟ ବାହାରୁ ଫେରିଥିଲେ ପୂରା ପରିବାର

ଝାରସୁଗୁଡା(କେନ୍ୟୁଜ୍): ଝାରସୁଗୁଡାରେ ଚିନ୍ତା ବଢାଇଲା ୫ ବର୍ଷର ବାଳକ ଠରେ କରୋନା ପଜେଟିଭ। ଝାସସୁଗୁଡା ମଙ୍ଗଳ ବଜାର ୫ ବର୍ଷର ଏହି ବାଳକ ପୂରା ପରିବାର ସହ କ୍ବାରେଣ୍ଟାଇନ ସେଣ୍ଟରରେ ରହିଥିଲା। ବାଳକର କୋଭିଡ ଟେଷ୍ଟ ପରେ ତାର ପଜେଟିଭ ବାହାରିଥିବାର ଜିଲ୍ଲା ପ୍ରାଶାସନ ତରଫରୁ ଟ୍ବିଟ ଯୋଗେ କୁହାଯାଇଛି। ତେବେ ଜିଲ୍ଲା ପ୍ରାଶାସନ କହିଛି   ଭୟଭୀତ ହେବାର କିଛି ନାହିଁ । ରାଜ୍ୟ ବାହାରେ ଫେରିବା ପରେ ପୁରା ପରିବାର ଏବେ ହୋମ କ୍ବାରେଣ୍ଟାଇନ ଅଛନ୍ତି। ସେମାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଉପରେ ରଖାଯାଇଛି।

ସେପଟେ ଆଜି ରାଜ୍ୟରେ ଆଉ ୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏବାବଦରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଂଚିଛି । ଗତ କାଲି ରାଜ୍ୟରେ ସକାଳେ ଆଉ ୫୧ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୫୦ ଜଣ ସୁସ୍ଥ ହୋଇ ଫେରିଥିଲେ ।ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ଯାଜପୁର ଜିଲ୍ଲାର ୪୬ ଜଣ ଥିବା ବେଳେ କଟକର ୧୧ ଅଛନ୍ତି । ଯେବେକି ନୟାଗଡରୁ ୬ ଜଣ ଗଂଜାମ ୫ ଜଣ ଚିହ୍ନଟ ହୋଇଥିବା ଜଣାଯାଇଛି ।

 

Leave A Reply

Your email address will not be published.