ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା

ଆମେରିକା: ଅକ୍ଟୋବର-ନଭେମ୍ବର ସୁଦ୍ଧା ଆମେରିକାରେ ବଣ୍ଟନ ପାଇଁ ପ୍ରସ୍ତୁତ ହୋଇପାରେ କରୋନା ଟିକା । ବଣ୍ଟନ ପାଇଁ ପ୍ରସ୍ତୁତ ରହିବାକୁ ବିଭିନ୍ନ ରାଜ୍ୟର ଅଧିକାରୀଙ୍କୁ ପ୍ରସ୍ତୁତ ରହିବାକୁ କହିଛି, ଆମେରିକାର ସେଣ୍ଟର ଫର ଡିଜିଜ୍‌ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍‌ସନ, ସିଡିସି । ପ୍ରଥମେ ସ୍ୱାସ୍ଥ୍ୟ କର୍ମୀ ଓ ହାଇରିସ୍କ ଗ୍ରୁପରେ ଥିବା ବ୍ୟକ୍ତି ବିଶେଷଙ୍କୁ ଦିଆଯିବ । ଯଦି ପରୀକ୍ଷଣରେ ଥିବା ଟିକାର ଫଳାଫଳ ଉତ୍ସାହଜନକ ହୁଏ ତେବେ ଟ୍ରାଏଲ ଶୀଘ୍ର ସରିବ । ଆମେରିକାରେ ଦୁଇଟି ଟିକା ବର୍ତ୍ତମାନ ଶେଷ ପର୍ଯ୍ୟାୟ ଟ୍ରାଏଲରେ ଅଛି ।

coronavirusବର୍ଷ ଶେଷ ସୁଦ୍ଧା ଟ୍ରାଏଲ ସରିବ ବୋଲି କୁହାଯାଉଥିଲା । ଏବେ କିନ୍ତୁ ପ୍ରାରମ୍ଭିକ ଫଳାଫଳ ଉତ୍ସାହଜନକ ଥିଲେ ଟ୍ରାଏଲ ଆଗୁଆ ସାରିବାକୁ କୁହାଯାଇପାରେ । ସେପଟେ ନିର୍ଦ୍ଧାରିତ ସମୟରେ ଟ୍ରାଏଲ ସରିବା ପୂର୍ବରୁ ଟିକା ବଣ୍ଟନ କରିବାକୁ, ବିଶେଷଜ୍ଞ ରାଜନୈତିକ ପଦକ୍ଷେପ ବୋଲି କହୁଛନ୍ତି । ଶୀଘ୍ର ଟିକା ଆଣିବାକୁ ରାଷ୍ଟ୍ରପତି ଟ୍ରମ୍ପ ଚାପ ପ୍ରୟୋଗ କରୁଥିବା ଅଭିଯୋଗ ହୋଇଛି । ନଭେମ୍ବର ୩ ଆମେରିକା ନିର୍ବାଚନ ପୂର୍ବରୁ ଟିକା ଆଣିବାକୁ ହେଉଥିବା ପ୍ରୟାସ ବିପଦଜନକ ବୋଲି ବିଶେଷଜ୍ଞ କହୁଛନ୍ତି । ସିଡିସି କହିଛିି ନଭେମ୍ବର ଟାଇମ୍‌ ଲାଇନ ଏକ ସମ୍ଭାବନା ମାତ୍ରା । କୋଭିଡ୍‌ ଟିକା ନେଇ ପରିସ୍ଥିତି ପରିବର୍ତ୍ତନ ହେଉଛି । ତେଣୁ ଅନିଶ୍ଚିତତା ଲାଗି ରହିଛି ।

Leave A Reply

Your email address will not be published.